www.samajalive.in
Friday, December 12, 2025
23.1 C
Bhubaneswar

ରାଜ୍ୟରେ ରେକର୍ଡ ପରିମାଣର ଧାନ ସଂଗ୍ରହ

ଭୁବନେଶ୍ବର: ରାଜ୍ୟରେ ୨୦୧୯-୨୦ ଖରିଫ ଏବଂ ରବିରେ ରେକର୍ଡ ପରିମାଣର ଧାନ ସଂଗ୍ରହ କରାଯାଇଛି। ବୈଷୟିକ ଜ୍ଞାନକୌଶଳ ଏବଂ ସ୍ବୟଂକ୍ରିୟ ବ୍ୟବସ୍ଥାର ଉପଯୋଗ ଦ୍ବାରା ଧାନ ସଂଗ୍ରହ ବୃଦ୍ଧି ପାଇଥିବା ଖାଦ୍ୟ ଯୋଗାଣ ଓ ଖାଉଟିକଲ୍ୟାଣ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ବାଇଁ ପ୍ରକାଶ କରିଛନ୍ତି।

ଗତବର୍ଷ ଖରିଫ ଓ ରବିରେ ସମୁଦାୟ ୬୫.୫୦ ଲକ୍ଷ ମେଟ୍ରିକ ଟନ ଧାନ ସଂଗ୍ରହ କରାଯାଇଥିଲା। ଚଳିତବର୍ଷ ରବି ଧାନସଂଗ୍ରହ ପ୍ରକ୍ରିୟା ସରିବାକୁ ଆଉ ଦୁଇ ସପ୍ତାହ ଥିବାବେଳେ ଅଦ୍ୟାବଧି ଖରିଫ ଓ ରବି ଧାନ ସଂଗ୍ରହ ପରିମାଣ ୬୭.୫୭ ଲକ୍ଷ ମେଟ୍ରିକ ଟନରେ ପହଞ୍ଚିଛି। ଏବାବଦରେ ଚାଷୀଙ୍କ ଆକାଉଣ୍ଟକୁ ୧୧ହଜାର ୭୬୯ କୋଟି ଟଙ୍କା ପ୍ରଦାନ କରାଯାଇଛି।

- Advertisement -

କରୋନା ସଂକ୍ରମଣ ପରିପ୍ରେକ୍ଷୀରେ ରାଜ୍ୟ ସରକାରଙ୍କ ପକ୍ଷରୁ ଜାରି ମାର୍ଗଦର୍ଶିକା ଆଧାରରେ ସାମାଜିକ ଦୂରତ୍ୱ ଆଦି କଡ଼ାକଡ଼ି ଭାବେ ପାଳନ କରାଯାଇ ଧାନ ସଂଗ୍ରହ କରାଯାଇଥିବା ମନ୍ତ୍ରୀ ଶ୍ରୀ ସ୍ୱାଇଁ କହିଛନ୍ତି। ସରକାରଙ୍କ ତରଫରୁ ୧୦ ଲକ୍ଷ ମେଟ୍ରିକ ଟନ ରବିଧାନ ସଂଗ୍ରହ ନିମନ୍ତେ ଲକ୍ଷ୍ୟଧାର୍ୟ୍ୟ କରାଯାଇଥିବା ବେଳେ ଆଜି ସୁଦ୍ଧା ୧୪ ଲକ୍ଷ ୨୬ ହଜାର ୬୫୨ ମେଟ୍ରିକ ଟନ ସଂଗ୍ରହ କରାଯାଇଛି, ଯାହାକି ଗତବର୍ଷ ଆଜି ତାରିଖ ତୁଳନାରେ ୩୨ ପ୍ରତିଶତ ଅଧିକ ବୋଲି ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

ଗତବର୍ଷ ଏହି ସମୟ ସୁଦ୍ଧା ୧୦ ଲକ୍ଷ ୮୪ ହଜାର ୪୫ ମେଟ୍ରିକ ଟନ ରବି ଧାନ ସଂଗ୍ରହ କରାଯାଇଥିଲା। ରବି ଧାନ ସଂଗ୍ରହ ଆସନ୍ତା ୩୦ ତାରିଖ ପର୍ୟ୍ୟନ୍ତ ଚାଲିବ। ଗତବର୍ଷ ସମୁଦାୟ ୧୩ ଲକ୍ଷ ୯୩ ହଜାର ୫୩୯ ମେଟ୍ରିକ ଟନ ସଂଗ୍ରହ କରାଯାଇଥିଲା। ୧୭ଟି ଜିଲାର ୧୦୬୮ଟି ଧାନ ସଂଗ୍ରହ କେନ୍ଦ୍ର ମାଧ୍ୟମରେ ରବିଧାନ ସଂଗ୍ରହ କରାଯାଉଛି । ଧାନ ବିକ୍ରି ନିମନ୍ତେ ୨ ଲକ୍ଷ ୫୭ ହଜାର ୮୮୫ ଚାଷୀ ନାମ ପଞ୍ଜିକୃତ କରିଛନ୍ତି। ଗତବର୍ଷ ତୁଳନାରେ ପ୍ରାୟ ୨୦ ପ୍ରତିଶତରୁ ଅଧିକ ଚାଷୀ ନାମ ପଞ୍ଜୀକରଣ କରିଛନ୍ତି। ଗତବର୍ଷ ରବିଧାନ ବିକ୍ରି ନିମନ୍ତେ ୨ ଲକ୍ଷ ୧୬ ହଜାର ଚାଷୀ ସେମାନଙ୍କର ନାମ ପଞ୍ଜିକୃତ କରିଥିଲେ। ଚଳିତ ରବି ଧାନ ସଂଗ୍ରହ ବାବଦକୁ ଏ ପର୍ୟ୍ୟନ୍ତ ୨୦୯୩ କୋଟି ୫୨ ଲକ୍ଷ ଟଙ୍କା ଚାଷୀମାନଙ୍କ ଆକାଉଣ୍ଟକୁ ହସ୍ତାନ୍ତର କରାଯାଇଥିବା ମନ୍ତ୍ରୀ ଶ୍ରୀ ସ୍ବାଇଁ ସୂଚନା ଦେଇଛନ୍ତି।

ଉଲ୍ଲେଖଯୋଗ୍ୟ ଯେ, ୨୦୧୯-୨୦ ଖରିଫ ଧାନ ସଂଗ୍ରହ ପ୍ରକ୍ରିୟାରେ ୫୦ ଲକ୍ଷ ମେଟ୍ରିକ ଟନ ଧାନ ସଂଗ୍ରହ ଲକ୍ଷ୍ୟଧାର୍ୟ୍ୟ କରାଯାଇଥିବା ବେଳେ ୫୩ ଲକ୍ଷ ୩୧ ହଜାର ୧୮୬ ମେଟ୍ରିକ ଟନ ସଂଗ୍ରହ କରାଯାଇଛି । ଗତବର୍ଷ ଖରିଫ ଧାନ ସଂଗ୍ରହ ତୁଳନାରେ ଚଳିତ ବର୍ଷ ୩ ପ୍ରତିଶତ ଅଧିକ ଧାନ ସଂଗ୍ରହ ହୋଇଛି। ଗତବର୍ଷ ମୋଟ ୫୧ ଲକ୍ଷ ୫୬ ହଜାର ୮୪୩ ମେଟ୍ରିକ ଟନ ଖରିଫ ଧାନ ସଂଗ୍ରହ କରାଯାଇଥିଲା। ରାଜ୍ୟର ୯ ଲକ୍ଷ ୫୬ ହଜାର ୮୬ ଚାଷୀ ଖରିଫ ଧାନ ବିକ୍ରି କରିଛନ୍ତି । ପୂର୍ବ ବର୍ଷ ୮ ଲକ୍ଷ ୬୪ ହଜାର ଚାଷୀ ଖରିଫରେ ଧାନ ବିକ୍ରି କରିଥିଲେ। ଖରିଫ ଧାନ ସଂଗ୍ରହରେ କ୍ଷୁଦ୍ର ଓ ନାମମାତ୍ର ଚାଷୀଙ୍କ ଅଂଶଗ୍ରହଣ ୧୧ ପ୍ରତିଶତ ବୃଦ୍ଧି ପାଇଛି। ଖରିଫ ଧାନ ସଂଗ୍ରହ ପ୍ରକ୍ରିୟାରେ ଚାଷୀଙ୍କ ବ୍ୟାଙ୍କ ଆକାଉଣ୍ଟକୁ ୯୬୭୬ କୋଟି ଟଙ୍କା ହସ୍ତାନ୍ତର କରାଯାଇଥିବା ସେ କହିଛନ୍ତି।

Hot this week

ଉମର ଖାଲିଦଙ୍କୁ ଅନ୍ତରୀଣ ଜାମିନ

ନୂଆଦିଲ୍ଲୀ : ଦିଲ୍ଲୀ ଦଙ୍ଗା ଘଟଣାରେ ଗିରଫ ହୋଇଥିବା ଜେଏନୟୁର ପୂର୍ବତନ...

ଟସ୍ ଜିତିବା ପରେ ଭାରତ କରିଥିଲା ବଡ଼ ଭୁଲ: ଜାଣନ୍ତୁ କଣ କହିଲେ ଦକ୍ଷିଣ ଆଫ୍ରିକା ବ୍ୟାଟ୍ସମ୍ୟାନ୍‌

ନ୍ୟୁ ଚଣ୍ଡିଗଡ଼: ମୁଲାନପୁରରେ ଭାରତ ବିପକ୍ଷରେ ଦ୍ୱିତୀୟ ଟି-୨୦ ମ୍ୟାଚ୍ ରେ...

କୌନ୍ ବନେଗା କରୋଡ଼ପତିରେ କଟକ ଝିଅ

କଟକ: କଟକବାସୀଙ୍କ ପାଇଁ ଗୌରବର ଆଣିଛନ୍ତି ବିଦ୍ୟାଧରପୁର ନିବାସୀ ଶୀତଲ ସ୍ନିଗ୍ଧା...

ଶୁକ୍ର ଗୋଚର: ବର୍ଷ ଶେଷରେ ଏହି ରାଶିଙ୍କ କ୍ୟାରିଅର, ରୋଜଗାର ହେବ ଦ୍ୱିଗୁଣିତ

ସମାଜ ଡିଜିଟାଲ ଡେସ୍କ: ୨୦ ଡିସେମ୍ବର ଶନିବାର ଦିନ ଶୁକ୍ର ଧନୁ...

ଏସ୍‌ଆଇଆର ପ୍ରସଙ୍ଗରେ ମମତାଙ୍କ ଧମକ

ତାଲିକାରୁ ଗୋଟିଏ ନାଁ ବାଦ ପଡ଼ିଲେ ବିଦ୍ରୋହ କଲକାତା : ନିର୍ବାଚନ କମିସନ...

Related Articles

Popular Categories