www.samajalive.in
Monday, December 8, 2025
20.1 C
Bhubaneswar

ସଂକଟରେ କରୋନା ଯୋଦ୍ଧା

ଭୁବନେଶ୍ବର: ପ୍ରତିଟି କ୍ଷେତ୍ରରେ କିଛି ବି ସମସ୍ୟା ଉପୁଜିଲେ ପୁଲିସ ପ୍ରଶାସନକୁ ପ୍ରଥମେ ଖୋଜା ପଡ଼ିଥାଏ। ଯେମିତିକି ରାସ୍ତାରେ ଦୁର୍ଘଟଣା ଘଟିଲେ କିମ୍ବା ଅସହାୟ ଅବସ୍ଥାରେ କେହି ପଡ଼ିଥିଲେ, ତୁରନ୍ତ ପୁଲିସକୁ ସ୍ଥାନୀୟ ଲୋକେ ଯୋଗାଯୋଗ କରିଥାନ୍ତି। ସେହିପରି ଆଇନଶୃଙ୍ଖଳା ପରିସ୍ଥିତି ବା ଅପରାଧ ହେଲେ ମଧ୍ୟ ପୁଲିସକୁ ଖବର ଦିଆଯାଇଥାଏ। ବର୍ତ୍ତମାନର ସାମ୍ପ୍ରତିକ ପରିସ୍ଥିତିରେ କରୋନା ସଂକ୍ରମଣ ପୁଲିସ ବିଭାଗ ପାଇଁ ଚିନ୍ତାର ବିଷୟ ପାଲଟିଛି। ଡାକ୍ତର, ନର୍ସ ଓ ସ୍ବାସ୍ଥ୍ୟକର୍ମୀଙ୍କ ପରେ କରୋନା ଯୋଦ୍ଧା ଭାବେ ପୁଲିସ ପରିଚିତ। ତେବେ କେତୋଟି ଘଟଣା ଏବେ ପୁଲିସ ବିଭାଗର ଅସହାୟତାକୁ ପଦାକୁ ଆଣିଛି।

ସାରା ରାଜ୍ୟର ସଟ୍‌ଡାଉନ୍‌ ଓ ଲକ୍‌ଡାଉନ୍‌ ଭଳି କଟକଣାକୁ ସଫଳ କରିବା ଲାଗି ଦିନରାତି ଏକଜୁଟ୍‌ କରି ପକାଇଥିବା ରାଜ୍ୟ ପୁଲିସ ଏବେ ଦିନକୁ ଦିନ ସଂକଟ ଆଡକୁ ମୁହାଁଉଛି। ସଂକ୍ରମିତଙ୍କ ସଂସ୍ପର୍ଶରେ ଆସିବା କାରଣରୁ ଅନେକ ସମୟରେ ପୁଲିସକୁ ସାବଧାନ ହେବାକୁ ପଡୁଛି।

- Advertisement -

କିଛି ଦିନ ତଳେ ତମାଣ୍ଡୋ ନିକଟରେ ଏକ ମହାରାଷ୍ଟ୍ର ଟ୍ରକ ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ଗୁରୁତର ଆହତ ହୋଇଥିବା ଚାଳକଙ୍କୁ ହସ୍ପିଟାଲ୍‌ରେ ଭର୍ତ୍ତି କରିଥିଲା। ଚାଳକଙ୍କର କରୋନା ପଜିଟିଭ୍‌ ବାହାରିବାରୁ ପିସିଆର୍‌ ଭ୍ୟାନ୍‌ର କର୍ମଚାରୀଙ୍କୁ ମଧ୍ୟ ସଙ୍ଗରୋଧରେ ରହିବାକୁ ପଡିଥିଲା। ପୁରୀରେ ଜଣେ ଚୋରକୁ କୋର୍ଟ ଚାଲାଣ କରାଯାଇଥିଲା। ତାହାର ପଜିଟିଭ୍‌ ଜଣାପଡ଼ିବା ପରେ କୁମ୍ଭାରପଡ଼ା ଥାନା ଏବଂ ପୁରୀ କାରାଗାର କର୍ମଚାରୀମାନେ ସଙ୍ଗରୋଧରେ ରହିଥିଲେ। ଏଭଳି କେତୋଟି ଘଟଣା ପରେ ପୁଲିସ ଅଧିକ ସତର୍କ ହୋଇପଡିଛି। ଅଜଣା ବ୍ୟକ୍ତିଙ୍କୁ କୌଣସି ସ୍ଥାନରୁ ଉଦ୍ଧାର କରିବା ଲାଗି ପୁଲିସ ଦୋଛକିରେ ପଡୁଛି। ଗତ ରବିବାର ସିଆର୍‌ପିଏଫ୍‌ କ୍ୟାମ୍ପସ୍‌ ନିକଟରେ ପଡିଥିବା ଜଣେ ଅସହାୟ ଯୁବକକୁ ଉଦ୍ଧାର କରିବା ଲାଗି ପୁଲିସ କଣ୍ଟ୍ରୋଲ‌ରୁମ୍‌କୁ ଖବର ଦିଆଯାଇଥିଲା। ହେଲେ ପିସିଆର୍‌ ପହଞ୍ଚିବା ପରେ ୧୦୮ ଆମ୍ବୁଲାନ୍ସ ଯୋଗେ ହସ୍ପିଟାଲ୍‌ ନେବାକୁ ମତ ଦେଇଥିଲା। ପରେ ଆମ୍ବୁଲାନ୍ସ ପହଞ୍ଚି କ୍ୟାପିଟାଲ୍‌ ହସ୍ପିଟାଲ୍‌କୁ ସ୍ଥାନାନ୍ତର କରିଥିଲା।

ପୁଲିସ ବିଭାଗର ଆଗଧାଡ଼ିର କର୍ମଚାରୀଙ୍କୁ ସୁରକ୍ଷା ସମ୍ପର୍କିତ ଉପକରଣ ଯୋଗାଇ ଦିଆଯାଇଛି ବୋଲି ଡିସିପି ଅନୁପ କୁମାର ସାହୁ କହିଛନ୍ତି। ପିସିଆର୍‌ ଭ୍ୟାନ୍‌ରେ ସାନିଟାଇଜର, ମାସ୍କ ଓ ଗ୍ଲୋଭ୍‌ସ ବ୍ୟତୀତ ଗୋଟିଏ ପିପିଇ କିଟ୍‌ ଯୋଗାଇ ଦିଆଯାଇଛି। କୌଣସି ଅଭିଯୁକ୍ତକୁ ଧରିବା ଲାଗି ହେଲେ ପୁଲିସକୁ କେତେକ ଅପ୍ରତ୍ୟାଶିତ ପରିସ୍ଥିତିର ମୁକାବିଲା କରିବାକୁ ହୋଇଥାଏ। ସେହି ସମୟରେ ପୁଲିସ ପିପିଇ କିଟ୍‌ ପିନ୍ଧି ଅଭିଯୁକ୍ତକୁ ଧରିବା ସମ୍ଭବ ନୁହେଁ। ଏଥିପାଇଁ କେତେକ ପ୍ରତିିକୂଳ ପରିସ୍ଥିତି ସୃଷ୍ଟି ହୋଇଥାଏ। ତେବେ ପୁଲିସକୁ ପର୍ୟ୍ୟାପ୍ତ ସୁରକ୍ଷିତ କିଟ୍‌ ମିଳିବା ସମ୍ପର୍କରେ ପଚାରିବାରୁ ପୁଲିସ କମିସନର ଡ. ସୁଧାଂଶୁ ଷଡଙ୍ଗୀ କହିଥିଲେ, ସରକାର ବୁଧବାର ପୁଲିସ ବିଭାଗକୁ ପର୍ୟ୍ୟାପ୍ତ ପରିମାଣର ଗ୍ଲୋଭ୍‌ସ, ମାସ୍କ ଓ ପିପିଇ କିଟ୍‌ ଯୋଗାଇ ଦେଇଛନ୍ତି। ପୂର୍ବରୁ ଯାହା କିଛି ସମସ୍ୟା ଥିଲା ଆଗକୁ ହୋଇ ନ ପାରେ ବୋଲି ସେ ମତ ଦେଇଛନ୍ତି।

Hot this week

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

ହି-ମ୍ୟାନ୍‌ଙ୍କୁ ଜନ୍ମଦିନର ଶୁଭେଚ୍ଛା

ନୂଆଦିଲ୍ଲୀ: ଆଜି ବଲିଉଡର ଦିବଂଗତ ବରିଷ୍ଠ ଅଭିନେତା ଧର୍ମେନ୍ଦ୍ରଙ୍କ ୯୦ତମ ଜନ୍ମଦିନ।...

ଟ୍ରାକ୍ଟର ଧକ୍କାରେ ଯୁବକ ମୃତ, ରସ୍ତାରୋକୋ

ଭବାନୀପାଟଣା: କୋକସରା ଥାନା ଅନ୍ତର୍ଗତ ମୋଟେର ଫାଣ୍ଡି ନିକଟ ଧାନ ମଣ୍ଡି...

ସୂନାମୀ ଆଲର୍ଟ, ଜାପାନ୍‌ରେ ଜୋରଦାର ଭୂମିକମ୍ପ

ଟୋକିଓ - ଜାପାନରେ ଜୋରଦାର ଭୂମିକମ୍ପ ଅନୁଭୂତ ହୋଇଛି । ଜାପାନ...

Related Articles

Popular Categories