www.samajalive.in
Saturday, December 13, 2025
23.1 C
Bhubaneswar

ପିଏନ୍‌ବି ଠକେଇ: ଲକରରେ ଲୁଚାଇଥିଲେ ଟଙ୍କା; ୩୮ ଲକ୍ଷ ଟଙ୍କା ଜବତ କଲା ସିବିଆଇ

ଭୁବନେଶ୍ବର: ପଞ୍ଜାବ ନ୍ୟାସନାଲ୍‌ ବ୍ୟାଙ୍କ(ପିଏନ୍‌ବି)ର ୩୨ କୋଟି ଟଙ୍କାର ମହାଠକେଇ ଘଟଣାର ତଦନ୍ତ କରୁଥିବା ସିବିଆଇକୁ ପ୍ରଥମ ସଫଳତା ମିଳିଛି। ପିଏନ୍‌ବିରୁ ଋଣ ଠକେଇ କରିଥିବା ମେସର୍ସ ଗ୍ଲୋବାଲ୍‌ ଟ୍ରେଡିଂ ସଲ୍ୟୁସନ୍ ଲିମିଟେଡର ପୂର୍ବତନ ନିର୍ଦେଶକ କୌଶିକ ମହାନ୍ତିଙ୍କର ଏକ ବ୍ୟାଙ୍କ ଲକରରୁ ସିବିଆଇ ମଙ୍ଗଳବାର ୩୭.୯୦ ଲକ୍ଷ ଟଙ୍କା ଜବତ କରିଛି।
ସିବିଆଇ ଏହି ମାମଲାରେ ବର୍ତ୍ତମାନ କଲକାତା ଏବଂ ବିଶାଖାପାଟଣାରେ ଚଢ଼ଉ କରି ଗ୍ଲୋବାଲ୍‌ ଟ୍ରେଡିଂ ସଲ୍ୟୁସନ୍‌ର ଏକାଧିକ ବ୍ୟାଙ୍କ ଆକାଉଣ୍ଟ୍‌କୁ ଯାଞ୍ଚ କରିଛି। ହେଲେ ସେଠାରେ ଗ୍ଲୋବାଲ୍‌ ଟ୍ରେଡିଂର ଥିବା ବ୍ୟାଙ୍କ୍‌ ଆକାଉଣ୍ଟ ଖାଲି ପଡ଼ିଥବା ଜଣାପଡିଛି। ତଦନ୍ତକୁ ମାତ୍ର କିଛି ଦିନ ହୋଇଛି। ଆଗକୁ ଏହି ଠକେଇ ଘଟଣାରେ ପରୋକ୍ଷରେ ସମ୍ପୃକ୍ତ ଥିବା ଆଉ କିଛି ବ୍ୟବସାୟୀ ଏବଂ ବିଲ୍‌ଡରଙ୍କୁ ମଧ୍ୟ ଜେରାର ସମ୍ମୁଖୀନ ହେବେ। ଏପରିକି ପରବର୍ତ୍ତୀ ସମୟରେ ସେମାନଙ୍କ ଘରେ ଚଢ଼ଉ କରାଯାଇପାରେ ବୋଲି ସିବିଆଇ ସୂତ୍ରରୁ ଜଣାପଡିଛି।

ଏନେଇ ସିବିଆଇ ପକ୍ଷରୁ ସ୍ପଷ୍ଟ କରାଯାଇନାହିଁ। ତେବେ ସେମାନଙ୍କ ମଧ୍ୟରୁ ଚିଟ୍‌ଫଣ୍ଡ୍‌ ମାମଲାରେ ପୂର୍ବରୁ ଏକାଧିକ ବାର ଜେରାର ସମ୍ମୁଖୀନ ହୋଇଥିବା ଜଣେ ବିଲ୍‌ଡର ମଧ୍ୟ ଏହି ପିଏନ୍‌ବି ମହାଠକେଇରେ ସମ୍ପୃକ୍ତ ଥିବା ଜଣାପଡିଛି।  ତାଙ୍କ କମ୍ପାନୀର ଆକାଉଣ୍ଟକୁ ଟଙ୍କା ଦେଣନେଣ ହୋଇଛି। ଏହି ମହାଠକେଇକୁ ପ୍ରବର୍ତ୍ତନ ନିିର୍ଦେଶାଳୟ ତଦନ୍ତ କରୁଛି। ତେଣୁ ଏହି ମହା ଠକେଇ ଘଟଣାରେ ଆଗକୁ ଅଧିକ ବ୍ୟକ୍ତିବିଶେଷଙ୍କର ସମ୍ପୃକ୍ତି ପଦାକୁ ଆସିବ ବୋଲି ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି।

Hot this week

ଲିଓନେଲ୍ ମେସିଙ୍କ ୭୦ ଫୁଟ ପ୍ରତିମୂର୍ତ୍ତି ଉନ୍ମୋଚନ

ସମାଜ ଲାଇଭ ଡ଼େସ୍କ : ବିଶ୍ବର ତାରକା ଫୁଟବଲ୍ ଖେଳାଳି ଲିଓନେଲ୍...

ମାଟି ତଳୁ କଡାଯାଉଛି ରାମୁ ହାତୀର କଙ୍କାଳ: ପ୍ରକୃତି ନିବାସରେ ସଂରକ୍ଷିତ ରହିବ

ସମାଜ ଡିଜିଟାଲ ଡେସ୍କ: ଅମର ରହିବ ରାମୁ ହାତୀ । ସଂରକ୍ଷିତ...

ଡାଏବେଟିସ ପାଇଁ ଆସିଲା ଇଞ୍ଜେକ୍ସନ୍

ନୂଆଦିଲ୍ଲୀ : ଡେନମାର୍କ ଔଷଧ କମ୍ପାନୀ ନୋଭୋ ନରଡିସ୍କ ଶେଷରେ ଭାରତରେ...

ତାଣ୍ଡବ ରଚିଲା ଘନ କୁହୁଡ଼ି : ଗୋଟିଏ ପରେ ଗୋଟିଏ ଛଅଟି ଗାଡ଼ି ଧକ୍କା

ସମାଜ ଲାଇଭ ଡ଼େସ୍କ : ଉତ୍ତର ପ୍ରଦେଶରେ ତାଣ୍ଡବ ରଚିଲା ଘନ...

ଫୁଟବଲର କିଙ୍ଗ୍‌ ଲିଓନେଲ୍‌ ମେସିଙ୍କୁ ଭେଟିଲେ ଶାହାରୁଖ

ସମାଜ ଡିଜିଟାଲ ଡେସ୍କ: ଆର୍ଜେଣ୍ଟିନାର କିମ୍ବଦନ୍ତୀ ଫୁଟବଲ ଷ୍ଟାର ଲିଓନେଲ୍‌ ମେସି...

Related Articles

Popular Categories