www.samajalive.in
Saturday, December 13, 2025
23.1 C
Bhubaneswar

ଓଡ଼ିଶା ଔଷଧ ନିଗମର ଦୁର୍ନୀତି; ଆଉ ଏକ କେଳେଙ୍କାରୀର ଅଭିଯୋଗ ଆଣିଲା କଂଗ୍ରେସ

ଭୁବନେଶ୍ୱର: ପୂର୍ବରୁ ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି କରୋନା ସମୟରେ ଔଷଧ ନିଗମ ଦ୍ୱାରା ଜିନିଷପତ୍ର କିଣାରେ ୬ଟି ଅଭିଯୋଗ ଆଣିଥିଲା। ସେ ସବୁ ଅଭିଯୋଗର ସ୍ପଷ୍ଟିକରଣ ଆଜିପର୍ଯ୍ୟନ୍ତ ପର୍ଯ୍ୟନ୍ତ ରାଜ୍ୟ ସରକାର ଦେଲେ ନାହିଁ। ଅପରନ୍ତୁ ବିଜେଡ଼ି ଦଳର ମୁଖପାତ୍ର ଯେଉଁ ସ୍ପଷ୍ଟିକରଣ ଦେଲେ ତାହା ମିଥ୍ୟା ଓ ଅସତ୍ୟ ଉପରେ ଆଧାରିତ। ଆଜି ଆଉ ଏକ ଅଭିଯୋଗର ଫର୍ଦ୍ଦ ଆଣିଛି କଂଗ୍ରେସ। ଏକ ସାମ୍ବାଦିକ ସମ୍ମିଳନୀରେ କଂଗ୍ରେସ ନେତା ସୁଦର୍ଶନ ଦାସ ଔଷଧ ନିଗମ ଦ୍ୱାରା ନେବୁଲାଇଜର କିଣାରେ ବ୍ୟାପକ ଅନିୟମିତତାର ପର୍ଦାଫାସ କରିଛନ୍ତି। ଏକ ନିର୍ଦ୍ଦିଷ୍ଟ କମ୍ପାନୀ ଏହି ନେବୁଲାଇଜର କିଣିବାପାଇଁ ମାର୍ଚ୍ଚ ୨୧ ତାରିଖରେ ପ୍ରତି ନେବୁଲାଇଜର ପିଛା ୩୧୦୦ ଟଙ୍କାର କ୍ୱୋଟେସନ ଦେଇଥିଲା। ଏହି ସମାନ କମ୍ପାନୀ ପୁଣିଥରେ ମାର୍ଚ୍ଚ ୨୩ ତାରିଖରେ ଏହାକୁ ବଢ଼ାଇ ୫୯୦୦ ଟଙ୍କାର କ୍ୱୋଟେସନ ଦେଲା ଏବଂ ପରେ ମାର୍ଚ୍ଚ ୨୫ ତାରିଖ ଦିନ ଔଷଧ ନିଗମ ପ୍ରତି ନେବୁଲାଇଜର ପିଛା ୫୯୦୦ ଟଙ୍କା ହିସାବରେ ୫୦୦ ପିସ୍ର ସେହି କମ୍ପାନୀକୁ ଅର୍ଡର ଦେଲେ। କେଉଁ ପ୍ରରିପ୍ରେକ୍ଷୀରେ ନେବୁଲାଇଜର ଦାମ୍କୁ ୩୧୦୦ ଟଙ୍କାରୁ ୫୯୦୦ ଟଙ୍କାକୁ ବଢ଼ାଇ ଦିଆଗଲା ଏବଂ ସେହି ଦାମ୍ରେ ଔଷଧ ନିଗମ ୫୦୦ ପିସ୍ କିଣିଲେ ତାର ଜବାବ ରାଜ୍ୟ ସରକାର ଦେବେକି? ପୁନଶ୍ଚ ଆଉ ଏକ ଆଶ୍ଚର୍ଯ୍ୟର କଥା ହେଉଛି ସେହି ମାର୍ଚ୍ଚ ୨୫ ତାରିଖରେ ଆଉ ଏକ କମ୍ପାନୀ ପାଖରୁ ଔଷଧ ନିଗମ ସମାନ ଧରଣର ନେବୁଲାଇଜର କିଣିଛନ୍ତି। ମାତ୍ର ତାର ଦାମ୍ ୧୬୦୦ ଟଙ୍କା। ଏ ମଧ୍ୟ ଆଉ ଏକ ଘୋଟାଲାର ପ୍ରମାଣ ଦେଉଛି। ଗୋଟିଏ ଦିନରେ ଗୋଟିଏ କମ୍ପାନୀ ଠାରୁ ୫୯୦୦ ଟଙ୍କାରେ ନେବୁଲାଇଜର କିଣିଲାବେଳେ ଆଉ ଏକ କମ୍ପାନୀଠାରୁ କିପରି ୧୬୦୦ ଟଙ୍କାରେ ଏହା କିଣାଗଲା ତାର ଜବାବ୍ ସରକାର ଦେବେକି ବୋଲି କଂଗ୍ରେସ ନେତା ସୁଦର୍ଶନ ଦାସ ପ୍ରଶ୍ନ ଉଠାଇଛନ୍ତି।

Hot this week

ଲିଓନେଲ୍ ମେସିଙ୍କ ୭୦ ଫୁଟ ପ୍ରତିମୂର୍ତ୍ତି ଉନ୍ମୋଚନ

ସମାଜ ଲାଇଭ ଡ଼େସ୍କ : ବିଶ୍ବର ତାରକା ଫୁଟବଲ୍ ଖେଳାଳି ଲିଓନେଲ୍...

ମାଟି ତଳୁ କଡାଯାଉଛି ରାମୁ ହାତୀର କଙ୍କାଳ: ପ୍ରକୃତି ନିବାସରେ ସଂରକ୍ଷିତ ରହିବ

ସମାଜ ଡିଜିଟାଲ ଡେସ୍କ: ଅମର ରହିବ ରାମୁ ହାତୀ । ସଂରକ୍ଷିତ...

ଡାଏବେଟିସ ପାଇଁ ଆସିଲା ଇଞ୍ଜେକ୍ସନ୍

ନୂଆଦିଲ୍ଲୀ : ଡେନମାର୍କ ଔଷଧ କମ୍ପାନୀ ନୋଭୋ ନରଡିସ୍କ ଶେଷରେ ଭାରତରେ...

ତାଣ୍ଡବ ରଚିଲା ଘନ କୁହୁଡ଼ି : ଗୋଟିଏ ପରେ ଗୋଟିଏ ଛଅଟି ଗାଡ଼ି ଧକ୍କା

ସମାଜ ଲାଇଭ ଡ଼େସ୍କ : ଉତ୍ତର ପ୍ରଦେଶରେ ତାଣ୍ଡବ ରଚିଲା ଘନ...

ଫୁଟବଲର କିଙ୍ଗ୍‌ ଲିଓନେଲ୍‌ ମେସିଙ୍କୁ ଭେଟିଲେ ଶାହାରୁଖ

ସମାଜ ଡିଜିଟାଲ ଡେସ୍କ: ଆର୍ଜେଣ୍ଟିନାର କିମ୍ବଦନ୍ତୀ ଫୁଟବଲ ଷ୍ଟାର ଲିଓନେଲ୍‌ ମେସି...

Related Articles

Popular Categories