www.samajalive.in
Monday, December 15, 2025
17.1 C
Bhubaneswar

ସୁଶାନ୍ତ ସିଂ ରାଜପୁତଙ୍କ ଶ୍ରେଷ୍ଠ ପାଞ୍ଚଟି ଚଳଚ୍ଚିତ୍ର

ମୁମ୍ବଇ : ବଲିଉଡ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ଅକାଳ ମୃତ୍ୟୁରେ ବଲିଉଡ ଇଣ୍ଡଷ୍ଟ୍ରିଠାରାୁ ଆରମ୍ଭ କରି ସାରା ଭାରତରେ ଥିବା ତାଙ୍କ ଫ୍ୟାନ୍ ହତବାକ୍ ହୋଇପଡିଛନ୍ତି। ମୁମ୍ବଇର ବାନ୍ଦ୍ରାସ୍ଥିତ ଫ୍ଲାଟରେ ଆଜି ଫାଶୀ ଲଗାଇ ଆତ୍ମହତ୍ୟା କରିଥିଲେ ସୁଶାନ୍ତ। ସୁଶାନ୍ତ କାହିଁକି ଏହି ପଦକ୍ଷେପ ନେଇଛନ୍ତି ସେ ସମ୍ପର୍କରେ କୌଣସି ସୂଚନା ମିଳିପାରି ନାହିଁ। ତେବେ ଏହା ଜାଣିବାକୁ ମିଳିଛି ଯେ ସୁଶାନ୍ତ ଡିପ୍ରେସନର ଶିକାର ହୋଇଥିଲେ। ସେ ଗତ ୬ ମାସ ଧରି ଚିକିତ୍ସିତ ହେଉଥିଲେ। ସିରିଏଲରୁ ସୁଶାନ୍ତ ତାଙ୍କ କ୍ୟାରିଅର୍ ଆରମ୍ଭ କରିଥିଲେ। ଏହା ପରେ ସେ ଅନେକ ଚଳଚ୍ଚିତ୍ରରେ ଅଭିନୟ କରିଥିଲେ।

ତେବେ ଆସନ୍ତୁ ଜାଣିବା ସୁଶାନ୍ତ ସିଂ ରାଜପୁତଙ୍କ ପାଞ୍ଚଟି ସୁପରହିଟ୍ ଚଳଚ୍ଚିତ୍ର।…………..

- Advertisement -


କାଇ ପୋ ଛେ
କାଇ ପୋ ଛେ ସୁଶାନ୍ତଙ୍କ କ୍ୟାରିୟରର ପ୍ରଥମ ଚଳଚ୍ଚିତ୍ର। ଏହି ଚଳଚ୍ଚିତ୍ର ସହିତ ସୁଶାନ୍ତ ଛୋଟ ପରଦାରୁ ବଡ ପରଦାରେ ପାଦ ଦେଇଥିଲେ। ୨୦୧୩ରେ ମୁକ୍ତିଲାଭ କରିଥିବା ଏହି ଚଳଚ୍ଚିତ୍ରଟି ଚେତନ ଭାଗବତଙ୍କ ଉପନ୍ୟାସ ‘ମୋ ଜୀବନର ତିନୋଟି ଭୁଲ୍’ ଉପରେ ଆଧାରିତ ଥିଲା। ଏହି ଫିଲ୍ମରେ ସୁଶାନ୍ତ ଇଶାନ୍ ଭୂମିକାରେ ଅଭିନୟ କରିଥିଲେ। ତାଙ୍କ ଚରିତ୍ରକୁ ଦର୍ଶକ ବେଶ୍ ପସନ୍ଦ କରିଥିଲେ। ଏବଂ ସେ ତାଙ୍କର ପ୍ରଥମ ଚଳଚ୍ଚିତ୍ରରୁ ପ୍ରଶଂସକମାନଙ୍କ ହୃଦୟରେ ଘର କରି କରିଥିଲେ।


ପି.କେ.
ପ୍ରଥମ ଚଳଚ୍ଚିତ୍ର ପରେ ସୁଶାନ୍ତ ଷ୍ଟାରଡମ୍ ହୋଇଥିଲେ। ଏହା ପରେ ସେ ବଲିଉଡର ପରଫେକ୍ସନିଷ୍ଟ ଆମୀର ଖାନଙ୍କ ସହ ନଜର ଆସିଥିଲେ। ଏହି ଚଳଚ୍ଚିତ୍ରଟିର ନାମ ଥିଲା ପିକେ। ଏହି ଚଳଚ୍ଚିତ୍ରରେ ସୁଶାନ୍ତଙ୍କର ଏକ ଛୋଟ ଚରିତ୍ର ଥିଲା, କିନ୍ତୁ ସୁଶାନ୍ତ ସେହି ଛୋଟ ଚରିତ୍ର ସହିତ ଏକ ବଡ ନାମ ସୃଷ୍ଟି କରିପାରିଥିଲେ। ୨୦୧୪ରେ ଅନୁଷ୍କା ଶର୍ମା ଏହି ଚଳଚ୍ଚିତ୍ରରେ ମୁଖ୍ୟ ଭୂମିକାରେ ନଜର ଆସିଥିଲେ।

pic courtesy-indian express

ଏମ୍ ଏସ୍ ଧୋନି ଦି ଅନଟୋଲ୍ଡ ଷ୍ଟୋରୀ
ଟିମ୍ ଇଣ୍ଡିଆର ଷ୍ଟାର କ୍ରିକେଟର ମହେନ୍ଦ୍ର ସିଂ ଧୋନିଙ୍କ ଜୀବନୀ ଉପରେ ଆଧାରିତ ଫିଲ୍ମ ଏମଏସ ଧୋନି: ଦି ଅନଟୋଲ୍ଡ ଷ୍ଟୋରୀରେ ମଧ୍ୟ ସୁଶାନ୍ତ ଅଭିନୟ କରିଥିଲେ। ଏହି ଚଳଚ୍ଚିତ୍ରରେ ସୁଶାନ୍ତଙ୍କ ଅଭିନୟ ବେସ୍ ଲୋକପ୍ରିୟ ହୋଇଥିଲା। ୨୦୧୬ରେ ସୁଶାନ୍ତଙ୍କ ବ୍ୟତୀତ ଅଭିନେତ୍ରୀ କିଆରା ଆଡଭାନୀ ଏବଂ ଦିଶା ପଟାନୀ ମଧ୍ୟ ଏହି ଚଳଚ୍ଚିତ୍ରରେ ନଜର ଆସିଥିଲେ।

pic courtesy-jagran.com

କେଦାରନାଥ
ଅଭିନେତ୍ରୀ ସାରା ଅଲି ଖାନଙ୍କ ଡେବ୍ୟୁ ଫିଲ୍ମ କେଦାରନାଥରେ ସୁଶାନ୍ତ ମୁଖ୍ୟ ଚରିତ୍ର ମନସୁର ଭୂମିକାରେ ଅଭିନୟ କରିଥିଲେ। ଏହି ଚଳଚ୍ଚିତ୍ରରେ ସୁଶାନ୍ତଙ୍କୁ ଦର୍ଶକ ବେସ୍ ପସନ୍ଦ କରିଥିଲେ। ଏହି ଚଳଚ୍ଚିତ୍ର ୨୦୧୮ରେ ମୁକ୍ତିଲାଭ କରିଥିଲା।

pic courtesy-times of india

ଛିଛୋରେ
ଗତବର୍ଷ ୨୦୧୯ରେ ମୁକ୍ତିଲାଭ କରିଥିବା ତାଙ୍କ ଅଭିନୀତ ଫିଲ୍ମ ଛିଛୋରେ ବକ୍ସ ଅଫିସରେ ଜବରଦସ୍ତ ହିଟ୍ ହୋଇଥିଲା। ଏହି ଚଳଚ୍ଚିତ୍ରରେ ସୁଶାନ୍ତ ନିଜେ କହିଛନ୍ତି, ’ଆତ୍ମହତ୍ୟା କୌଣସି ସମସ୍ୟାର ସମାଧାନ ନୁହେଁ। ଏହି ସିନେମାରେ ସୁଶାନ୍ତଙ୍କ ବିପକ୍ଷରେ ନାୟିକା ଭାବେ ନଜର ଆସିଥିଲେ ଶ୍ରଦ୍ଧା କପୁର।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories