www.samajalive.in
Saturday, December 13, 2025
26.1 C
Bhubaneswar

ଯକୃତ ପାଇଁ ଖୁବ୍ ଉପକାରୀ ଆଚାର

କେବଳ ଦକ୍ଷିଣ ଭାରତର ନୁହେଁ, ବରଂ ଆଜି ଭାରତ ସହ ବିଶ୍ବର ପ୍ରମୁଖ ରାଷ୍ଟ୍ରରେ ଆଚାରର ଆଦର ବଢ଼ିଛି। ଖଟାମିଠା ଆଚାରର ବ୍ୟବସାୟ ଇଂଲଣ୍ଡରେ ବାର୍ଷିକ ୫୫କୋଟିରେ ପହଞ୍ଚିଲାଣି। ଭାରତରେ ଉପଲବ୍ଧ ହେଉଥିବା ବିଭିନ୍ନ ସୁଆଦର ଆଚାର ଏବେ ନିୟମିତ ବିଦେଶକୁ ରପ୍ତାନୀ ହେଉଛି। ତେବେ ଆଚାର ଖାଇଲେ ପେଟ ଜଳାପୋଡ଼ା ସହ ଅନ୍ୟାନ୍ୟ ମାରାତ୍ମକ ରୋଗ ହୋଇଥାଏ ବୋଲି ଭ୍ରମଧାରଣା ଅଧିକାଂଶଙ୍କ ମନରେ ରହିଛି। ଖାଦ୍ୟ ବିଶେଷଜ୍ଞଙ୍କ ମତରେ ଘର ତିଆରି ଆଚାର ନିୟମିତ ଖାଇଲେ ଏହାର ଉତ୍ତମ ପ୍ରଭାବ ସ୍ବାସ୍ଥ୍ୟ ଉପରେ ପଡ଼େ।

ଆଚାର ଅଳ୍ପ ତେଲରେ ପ୍ରସ୍ତୁତ ହେବା ଉତ୍ତମ। ପଶ୍ଚିମ ରାଷ୍ଟ୍ରରେ ସୋୟା ସସ୍, ତେଲ ଓ ପନିପରିବା ତଥା ଫଳର ଉପଯୋଗରେ ଆଚାର ପ୍ରସ୍ତୁତ କରାଯାଏ।

- Advertisement -

କମ୍ ତେଲରେ ପ୍ରସ୍ତୁତ ଆଚାର ସେବନ କଲେ ଆମ ପାଚନ କ୍ରିୟା ଭଲ ହେବା ସହ ଖାଦ୍ୟ ହଜମ ହୋଇଥାଏ।

ଆଚାର ପ୍ରସ୍ତୁତ ସମୟରେ ପନିପରିବା ଓ ଫଳକୁ ସିଝାଯାଏନାହିଁ। ଏଣୁ ଏହାର ପୋଷକତତ୍ତ୍ବ ଭରପୂର ଆଚାରରେ ରହିଥାଏ। ଦକ୍ଷିଣ ଭାରତୀୟ ଲୋକେ ପ୍ରତ୍ୟହ ଆଚାର ସେବନ କରିବା ସତ୍ତ୍ବେ ସେମାନେ ପେଟ ରୋଗରେ ଆକ୍ରାନ୍ତ ହୁଅନ୍ତିନାହିଁ ବୋଲି ବିଶେଷଜ୍ଞଙ୍କ ମତ।

ଆଚାରରେ ଥିବା ପ୍ରୋବାଇଓଟିକ୍ସ ବ୍ୟାକ୍ଟେରିଆ ଆମ ମସ୍ତିଷ୍କ ପାଇଁ ଉପକାରୀ। ଏଣୁ ବୟସ୍କ ଲୋକେ ପ୍ରତ୍ୟହ ଆଚାର ସେବନ କଲେ ସେମାନଙ୍କ ସ୍ମୃତି ଶକ୍ତି ପ୍ରଭାବିତ ହୁଏନାହିଁ।

ଅଁଳାରୁ ପ୍ରସ୍ତୁତ ଆଚାର ଯକୃତ ନିମନ୍ତେ ଖୁବ୍ ଉପକାରୀ। ନିଶାସେବନ କରୁଥିବା ବ୍ୟକ୍ତିମାନେ ଏହି ଆଚାର ଖାଇବା ଭଲ।

ଦୈନିକ ୧ଛୋଟ ଚାମୁଚ ଆଚାର ଖାଇବା ସ୍ବାସ୍ଥ୍ୟ ପାଇଁ ଲାଭଦାୟକ ବୋଲି ବିଶେଷଜ୍ଞଙ୍କ ପରୀକ୍ଷାରୁ ପ୍ରକାଶିତ। ତେବେ ଅଧିକ ପରିମାଣରେ ଏହା ଖାଇଲେ ସ୍ବାସ୍ଥ୍ୟ ଉପରେ କୁପ୍ରଭାବ ପଡ଼େ।

Hot this week

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

Related Articles

Popular Categories