www.samajalive.in
Saturday, December 13, 2025
26.1 C
Bhubaneswar

ଯୁକ୍ତଦୁଇ ପରୀକ୍ଷା ଆରମ୍ଭ, ପରୀକ୍ଷା ଦେଉଛନ୍ତି  ୩ଲକ୍ଷ୫୬ହଜାର ୮୨୬ ପରୀକ୍ଷାର୍ଥୀ

ଭୁବନେଶ୍ୱର:  ମଙ୍ଗଳବାରରୁ ଯୁକ୍ତଦୁଇ ପରୀକ୍ଷା ଆରମ୍ଭ ହୋଇଛି । ୩ଲକ୍ଷ୫୬ହଜାର ୮୨୬ ପରୀକ୍ଷାର୍ଥୀ  ଚଳିତ ବର୍ଷ ଯୁକ୍ତ ଦୁଇ ପରୀକ୍ଷା ଦେଉଛନ୍ତି ।  ୧୧୦୪ଟି ପରୀକ୍ଷା କେନ୍ଦ୍ରରେ ପରୀକ୍ଷାର୍ଥୀମାନେ ପରୀକ୍ଷା ଦେଉଛନ୍ତି । କଳାରେ ସର୍ବଧିକ ୨ ଲକ୍ଷ ୩୩ ହଜାର୯୭୮ ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେଉଛନ୍ତି । ପ୍ରଥମ ଦିନରେ ବାଣିଜ୍ୟ ଓ ବିଜ୍ଞାନର ଇଂରାଜୀ ପରୀକ୍ଷା  ଅନୁଷ୍ଠିତ ହୋଇଛି । ଉଚ୍ଚଶିକ୍ଷା ବିଭାଗ ଏବଂ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ପରୀକ୍ଷାରେ କପି ରୋକିବା ଓ ପ୍ରଶ୍ନ ପତ୍ର ଲିକ ନହେବା ପାଇଁ କଡ଼ା ଆଭିମୁଖ୍ୟ ଗ୍ରହଣ କରାଯାଇଛି।

ପରୀକ୍ଷା ପରିଚାଳନା ବିଭ୍ରାଟ ଓ ବିଶୃଙ୍ଖଳାକୁ ଆଦୌ ବରଦାସ୍ତ କରାଯିବ ନାହିଁ ବୋଲି ଉଚ୍ଚ କର୍ତ୍ତୃପକ୍ଷ କହିଛନ୍ତି। ଇତିମଧ୍ୟରେ ଯୁକ୍ତ ଦୁଇ ପ୍ରାକ୍ଟିକାଲ୍‌ ଶେଷ ହୋଇଛି। ପରୀକ୍ଷା ପରିଚାଳନା ଲାଗି ପ୍ରଶ୍ନପତ୍ର ହବ୍‌ର ସୁରକ୍ଷା, ନିର୍ଦ୍ଧାରିତ ସମୟରେ ପ୍ରଶ୍ନପତ୍ର ପ୍ୟାକେଟ୍‌ ପରୀକ୍ଷା କେନ୍ଦ୍ରକୁ ପ୍ରେରଣ, ଛାତ୍ରଛାତ୍ରୀଙ୍କୁ ପ୍ରଶ୍ନପତ୍ର ବିତରଣ ଆଦି ଉପରେ ସ୍ୱତନ୍ତ୍ର ଦୃଷ୍ଟି ଦିଆଯାଇଛି। ହବ୍‌ଗୁଡ଼ିକରେ ପ୍ରଶ୍ନପତ୍ର ଓ ଉତ୍ତରଖାତା ରଖାଯିବ। ସେଠାରେ ପୁଲିସ ମୁତୟନ ସହିତ ୨୪ଘଣ୍ଟା ସିସିଟିଭି କ୍ୟାମେରା ନଜରରେ ରହିଛି। ଚଳିତ ବର୍ଷ ଯୁକ୍ତ ଦୁଇ ପରୀକ୍ଷା ପାଇଁ ପ୍ରାୟ ୨୪ଲକ୍ଷ ପ୍ରଶ୍ନପତ୍ର ଓ ୨୫ଲକ୍ଷ ଉତ୍ତରଖାତା ପ୍ରସ୍ତୁତ ହୋଇଛି। ଏଥିପାଇଁ ହବ୍‌ ସୁପରିଟେଣ୍ଡେଣ୍ଟ୍‌ ଓ କଲେଜ କର୍ତ୍ତୃପକ୍ଷ ପ୍ରସ୍ତୁତ ରହିବାକୁ ପରିଷଦ ପକ୍ଷରୁ ନିର୍ଦେଶ ଜାରି କରାଯାଇଛି। ଛୁଟି ଦିନରେ ମଧ୍ୟ ହବ୍‌ ଓ କଲେଜ୍‌ ଖୋଲା ରଖିବାକୁ ନିର୍ଦେଶ ଜାରି ହୋଇଛି।

Hot this week

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

Related Articles

Popular Categories