www.samajalive.in
Sunday, December 7, 2025
26.1 C
Bhubaneswar

ମ୍ୟାକଡୋନାଲ୍ଡସ୍ ର ରେଷ୍ଟୁରାଣ୍ଟ ଆରମ୍ଭ

ନୂଆଦିଲ୍ଲୀ : ରେଷ୍ଟୁରାଣ୍ଟ ଖୋଲିବାକୁ ଅନୁମତି ମିଳିଲା ପରେ ମ୍ୟାକଡୋନାଲ୍ଡସ୍ ଉତ୍ତର ଏବଂ ପୂର୍ବ ଭାରତରେ ଆଉଟଲେଟ୍ ଆରମ୍ଭ କରିଛି। ଗ୍ରାହକମାନଙ୍କ ସମ୍ପୂର୍ଣ୍ଣ ସୁରକ୍ଷା ଏବଂ ଆରାମଦାୟକ ବସିବା ପରିବେଶ ପାଇଁ ରେଷ୍ଟୁରାଣ୍ଟରେ ସମସ୍ତ ପ୍ରକାର ବ୍ୟବସ୍ଥା କରାଯାଇଛି ବୋଲି ଶନିବାର ଏକ ବିବୃତ୍ତିରେ କମ୍ପାନୀ ପକ୍ଷରୁ କୁହାଯାଇଛି।

ଗ୍ରାହକ ଏବଂ ଏହାର କର୍ମଚାରୀମାନଙ୍କୁ ସୁରକ୍ଷା ଦେବା ପାଇଁ ଏହା ୫୦ରୁ ଅଧିକ ପ୍ରକ୍ରିୟାରେ ପରିବର୍ତ୍ତନ କରାଯାଇଛି। ରେଷ୍ଟୁରାଣ୍ଟରେ କର୍ମଚାରୀଙ୍କ ଥର୍ମାଲ୍ ସ୍କ୍ରିନିଂ କରାଯାଉଛି। କର୍ମଚାରୀଙ୍କ ପାଇଁ ମାସ୍କ ଏବଂ ଗ୍ଲୋଭସ୍ ପିନ୍ଧିବା ବାଧ୍ୟତାମୂଳକ କରାଯାଇଛି। ଏଥିସହ କର୍ମଚାରୀମାନେ ବାରମ୍ବାର ହାତ ଧୋଉଛନ୍ତି ଏବଂ ହ୍ୟାଣ୍ଡ ସାନିଟାଇଜର ବ୍ୟବହାର କରୁଛନ୍ତି।

- Advertisement -

ଏହା ବ୍ୟତୀତ ରେଷ୍ଟୁରାଣ୍ଟକୁ ଆସୁଥିବା ଗ୍ରାହକଙ୍କ ତାପମାତ୍ରା ମଧ୍ୟ ଯାଞ୍ଚ କରାଯିବ। ସମସ୍ତ ଗ୍ରାହକଙ୍କୁ ହ୍ୟାଣ୍ଡ ସାନିଟାଇଜର ଯୋଗାଇ ଦିଆଯାଉଛି। ଉତ୍ତର ଏବଂ ପୂର୍ବ ଭାରତରେ କନ୍ନାଟ୍ ପ୍ଲାଜା ରେଷ୍ଟୁରାଣ୍ଟ ଲିମିଟେଡ୍ (CPRL) ମ୍ୟାକଡୋନାଲ୍ଡସ୍ ରେଷ୍ଟୁରାଣ୍ଟକୁ ପରିଚାଳନା କରୁଛନ୍ତ।

ସିପିଆରଏଲ୍ ମୁଖ୍ୟ ରବର୍ଟ ହଙ୍ଗହାନଫୁ କହିଛନ୍ତି ଯେ, କର୍ମଚାରୀ ଏବଂ ଗ୍ରାହକଙ୍କ ସୁରକ୍ଷା ଆମ ପାଇଁ ଏକ ପ୍ରମୁଖ ପ୍ରାଥମିକତା। ସୁରକ୍ଷା ଏବଂ ପରିଷ୍କାର ପରିଚ୍ଛନ୍ନତା ପାଇଁ ଆମେ ସମ୍ପୂର୍ଣ୍ଣ ବ୍ୟବସ୍ଥା କରିଛୁ, ଯାହା ଦ୍ବାରା ଆମ ରେଷ୍ଟୁରାଣ୍ଟକୁ ଆସୁଥିବା ଗ୍ରାହକମାନେ କୌଣସି ପ୍ରକାର ଅସୁବିଧା ଅନୁଭବ କରିବେ ନାହିଁ। ଗ୍ରାହକମାନଙ୍କ ବସିବା ସ୍ଥାନରେ ସାମାଜିକ ଦୂରତା ଉପରେ ଗୁରୁତ୍ବ ଦିଆଯାଇଛି।

Hot this week

ଭୁବନେଶ୍ୱରରେ ବୁମରା

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରେ ପହଞ୍ଚିଲେ ଭାରତୀୟ କ୍ରିକେଟ ଦଳର...

ଆବଶ୍ୟକ ହେଲେ ପୀଡିତାଙ୍କୁ ଏୟାରଲିଫ୍ଟ କରାଯିବ : ମନ୍ତ୍ରୀ

ସୁନ୍ଦରଗଡ଼: ସୁନ୍ଦରଗଡ଼ ଜିଲା ରାଜଗାଙ୍ଗପୁର ଥାନା ଲାଞ୍ଜିବେର୍ନା ଅଞ୍ଚଳର କଲେଜ ଛାତ୍ରୀ...

ହ୍ୟୁମାନ୍‌ ମୃତ୍ୟୁର ତଦନ୍ତ ଲାଗି ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଛି

ଟିଟିଲାଗଡ଼ : ହ୍ୟୁମାନ୍ ସାଗରଙ୍କ ମୃତ୍ୟୁର ତଦନ୍ତ ନେଇ ପ୍ରତିକ୍ରିୟା ରଖିଛନ୍ତି...

ଟ୍ରକ୍‌-ବାଇକ୍ ଧକ୍କା : ସ୍ଵାମୀ ଆଗରେ ଚାଲିଗଲା ସ୍ତ୍ରୀର ଜୀବନ

ହରଭଙ୍ଗା : ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ପୁରୁଣାକଟକ ଥାନା ଅନ୍ତର୍ଗତ...

ଅପରାହ୍ନ ୧ଟା ମୁଖ୍ୟ ଖବର

() ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ ୨୫ ମୃତ...ମୃତକଙ୍କ ପରିବାରକୁ...

Related Articles

Popular Categories