ସଂସଦ ସୁରକ୍ଷା ଉଲ୍ଲଙ୍ଘନ ଘଟଣା – ଚାଲିଛି ଅଭିଯୁକ୍ତଙ୍କ ନାର୍କୋ ପରୀକ୍ଷା

ଡେସ୍କ: ସଂସଦ ସୁରକ୍ଷା ଉଲ୍ଲଙ୍ଘନ ଘଟଣାରେ କୋର୍ଟ ନିର୍ଦ୍ଦେଶ ଦେବା ପରେ ଆଜି ଗୁଜୁରାଟର ଅହମଦାବାଦରେ ଅଭିଯୁକ୍ତ ମାନଙ୍କ ନାର୍କୋ ପରୀକ୍ଷା କରାଯାଉଛି। ଦିଲ୍ଲୀ ପୁଲିସର ସ୍ୱତନ୍ତ୍ର ସେଲ ସେଠାରେ ଉପସ୍ଥିତ ଥିବା ସୂଚନା ମିଳିଛି। ଏହି ଘଟଣାରେ ଗିରଫ ୬ ଜଣଙ୍କ ମଧ୍ୟରୁ ଆଜି ୫ ଜଣଙ୍କ ପଲିଗ୍ରାଫ ଓ ନାର୍କୋ ପରୀକ୍ଷା କରାଯାଉଛି। ଶୁକ୍ରବାର ସୁଦ୍ଧା ଏହି ପ୍ରକ୍ରିୟା ଶେଷ ହେବ ବୋଲି ପୁଲିସ କହିଛି।

ସୂଚନା ଅନୁଯାୟୀ, ୫ ଜଣ ଅଭିଯୁକ୍ତ ହେଉଛନ୍ତି ସାଗର ଶର୍ମା, ମନୋରଞ୍ଜନ ଡ଼ି, ଅମୋଲ ସିନ୍ଧେ , ଲଳିତ ଝା ଓ ମହେଶ କୁମାବତ ଏବଂ ସେମାନଙ୍କ ପଲିଗ୍ରାଫ ଓ ନାର୍କୋ ପରୀକ୍ଷା କରାଯାଉଛି। ଏହି ଘଟଣାରେ ମନୋରଞ୍ଜନ ଡ଼ି ମୁଖ୍ୟ ଅଭିଯୁକ୍ତ ହୋଇଥିବା ପୁଲିସ ଅନୁମାନ କରୁଛି।

Comments are closed.