ବିଜେପି ଛାଡିଲେ ରାଜସ୍ଥାନର ପୂର୍ବତନ ମନ୍ତ୍ରୀ
ଜୟପୁର : ରାଜସ୍ଥାନ ବିଧାନସଭାକୁ ୫ଥର ନିର୍ବାଚିତ ହୋଇଥିବା ପୂର୍ବତନ ମନ୍ତ୍ରୀ ଘନଶ୍ୟାମ ତିୱାରି ବିଜେପିରୁ ଇସ୍ତଫା ଦେଇଛନ୍ତି। ବିଜେପିରୁ ଇସ୍ତଫା ଦେବା ପରେ ଘନଶ୍ୟାମ ନିଜ ପୁଅ ଦ୍ୱାରା ଗଠିତ ନୂଆ ଦଳରେ ଯୋଗ ଦେଇଛନ୍ତି। ରାଜସ୍ଥାନ ଓ ସମଗ୍ର ଦେଶରେ ଜାରି ହୋଇଥିବା ଅଘୋଷିତ ଜରୁରୀ ପରିସ୍ଥିତି ବିରୋଧରେ ସେ ଲଢେଇ କରିବେ। ସେ ତାଙ୍କ ଇସ୍ତଫା ପତ୍ର ଦଳର ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହାଙ୍କ ନିକଟକୁ ପଠାଇ ଦେଇଛନ୍ତି। ବିଜେପିର ବିଦ୍ରୋହୀ ନେତା ଭାବେ ପରିଚିତ ଘନଶ୍ୟାମଙ୍କ ପୁଅ ଅଖିଳେଶ ‘ଭାରତ ବାହିନୀ ପାର୍ଟି’ ନାମରେ ନୂଆ ଦଳ ଗଢିଛନ୍ତି। ଆଗାମୀ ବିଧାନସଭା ନିର୍ବାଚନରେ ଏହି ଦଳ ପ୍ରତିଦ୍ୱନ୍ଦିତା କରିବ। ଗତ ବିଧାନସଭା ନିର୍ବାଚନରେ ଘନଶ୍ୟାମ ୬୦ହଜାରରୁ ଅଧିକ ଭୋଟରେ ବିଜୟୀ ହୋଇଥିଲେ।