www.samajalive.in
Sunday, December 14, 2025
17.1 C
Bhubaneswar

ଖାଦ୍ୟ ଯୋଗାଇବାରେ ବିଫଳ: ଦୁଇ ରେଷ୍ଟୁରାଣ୍ଟ ମାଲିକଙ୍କୁ ୧୪୪୬ ବର୍ଷ ଜେଲ, ୫୮୫୦୦ ଡ଼ଲାର ଜୋରିମାନା

ବ୍ୟାଙ୍କକ୍: ଲୋଭନୀୟ ଖାଦ୍ୟ ଯୋଗାଣ ପ୍ରସ୍ତାବ ଦେଇ ଗ୍ରାହକଙ୍କୁ ଠିକ୍ ସମୟରେ ଖାଇବାକୁ ଦେଇ ନ ପାରିବାରୁ ଥାଇଲାଣ୍ଡର ଦୁଇ ରେଷ୍ଟୁରାଣ୍ଟ ମାଲିକଙ୍କୁ ୧୪୪୬ ବର୍ଷ ଜେଲ ଦଣ୍ଡରେ ଦଣ୍ଡିତ କରାଯାଇଛି । ଏହା ସହିତ ସେମାନଙ୍କୁ ୫୮୫୦୦ ଡ଼ଲାର (ଥାଇଲାଣ୍ଡ ମୁଦ୍ରାରେ ୧୮ ଲକ୍ଷ ଭାଥ୍) ଜୋରିମାନା ପ୍ରଦାନ କରିବାକୁ ନିର୍ଦେଶ ଦିଆଯାଇଛି ।

ଅଭିଯୋଗ ଅନୁସାରେ ଲିମଗେଟ୍ ସି-ଫୁଡ଼୍ ରେଷ୍ଟୁରାଣ୍ଟର ଦୁଇ ମାଲିକ ଆପିଚାର୍ଟ ପାରୋନଜୁଲାକା ଓ ପ୍ରପାସର୍ନ ବୋଭୋରର୍ଣ୍ଣବଞ୍ଚା ସାମୁଦ୍ରିକ ଖାଦ୍ୟର ଅନଲାଇନ୍ ବିକ୍ରି ପ୍ରମୋସନ ଆରମ୍ଭ କରିଥିଲେ । ୧୦ଜଣଙ୍କ ନିମନ୍ତେ ସାମୁଦ୍ରିକ ଖାଦ୍ୟ ବଫେଟ୍ ଲଞ୍ଚ ନିମନ୍ତେ ୮୮୦ ଭାଥ୍ ଓ ୨୦ ଜଣିଆ ବଫେଟ୍ ଲଞ୍ଚ ନିମନ୍ତେ ୨୦୨୦ ଓ ୩୦ ଜଣିଆ ବଫେଟ୍ ଲଞ୍ଚ ନିମନ୍ତେ ୩୦୦୦ ଭାଥ୍ ପଡ଼ିବ ବୋଲି ଘୋଷଣା କରିଥିଲେ । ଭାଥ୍ ହେଉଛି ଥାଇଲାଣ୍ଡର ମୁଦ୍ରା ଓ ୧ ଭାଥ୍ ଭାରତୀୟ ମୁଦ୍ରାରେ ପ୍ରାୟ ୨.୪୫ ପଇସା ।

- Advertisement -

ଏତେ ଶସ୍ତାରେ ସାମୁଦ୍ରିକ ଖାଦ୍ୟ ମିଳୁଥିବା ଦେଖି ହଜାର ହଜାର ଲୋକ ଅନଲାଇନରେ ଏଥିପାଇଁ ଅର୍ଡ଼ର କରିଥିଲେ । ଅଳ୍ପ କେଇ ସମୟ ମଧ୍ୟରେ ୨୦ ହଜାର ଗ୍ରାହକ ଇ କୁପନ୍ ସଂଗ୍ରହ କରିଥିଲେ । ପ୍ରଥମେ ପ୍ରଥମେ ରେଷ୍ଟୁରାଣ୍ଟ ମାଲିକ ସମସ୍ତଙ୍କୁ ଠିକ୍ ଭାବରେ ସେବା ଯୋଗାଇ ପାରୁଥିଲେ । ମାତ୍ର ପରବର୍ତୀ ସମୟରେ  ନିଜର ପ୍ରତିଶ୍ରୁତି ଅନୁସାରେ ଗ୍ରାହକଙ୍କୁ ଖାଦ୍ୟ ଯୋଗାଇ ପାରି ନ ଥିଲେ ।  ଲୋକମାନେ ଏଥିରେ ବିରକ୍ତ ହୋଇଥିଲେ । ଅକସ୍ମାତ ଦୁଇ ଅଂଶୀଦାର ମାଲିକ ରେଷ୍ଟୁରାଣ୍ଟକୁ ବନ୍ଦ କରି ଦେଲେ । ଏହା ସହିତ ଯେଉଁମାନେ ଇ-କୁପନ ସଂଗ୍ରହ କରିଥିଲେ ସେମାନଙ୍କୁ ଟଙ୍କା ଫେରସ୍ତ କରିବାକୁ ଆରମ୍ଭ କଲେ । ଏ ସମ୍ପର୍କରେ ଅନେକ ଗ୍ରାହକ ଅସନ୍ତୋଷ ପ୍ରକାଶ କରି ଏହି ଦୁଇଜଣଙ୍କ ବିରୋଧରେ ଖାଉଟି ସୁରକ୍ଷା ପୁଲିସ ବିଭାଗରେ ଅଭିଯୋଗ କରିଥିଲେ । ଶେଷରେ ଅଦାଲତ ଏହି ମାମଲାର ବିଚାର କରି ଉଭୟଙ୍କୁ ୧୪୪୬ ବର୍ଷ ଜେଲ୍ ଦଣ୍ଡରେ ଦଣ୍ଡିତ କରିଛନ୍ତି ।

ଥାଇଲ୍ୟାଣ୍ଡରେ କୌଣସି ବ୍ୟକ୍ତିଙ୍କୁ ୨୦ବର୍ଷରୁ ଅଧିକ ସମୟ ଜେଲ୍ ଦଣ୍ଡ ଦିଆଯାଇପାରିବ ନାହିଁ ବୋଲି ନିୟମ ରହିଛି । ମାତ୍ର ଏ କ୍ଷେତ୍ରରେ ଠକେଇକୁ ଦୃଷ୍ଟିରେ ରଖି ଅଦାଲତ ଏପରି ପଦକ୍ଷେପ ଗ୍ରହଣ କରିଛନ୍ତି । ନିଜର ଦୋଷ ସ୍ୱୀକାର କରିଥିବାକୁ ସେମାନଙ୍କ ଦଣ୍ଡକୁ କୋହଳ କରିଛନ୍ତି କୋର୍ଟ । ସେମାନଙ୍କ ଜେଲ ଦଣ୍ଡ ଅବଧିକୁ ଅଧା କରିଦେଇଛନ୍ତି । ତେଣୁ ଜଣକା ୧୪୪୬ ବର୍ଷ ପରିବର୍ତ୍ତେ ଜଣକା ୭୨୩ ବର୍ଷ ଜେଲ୍ ଭୋଗିବାକୁ ନିର୍ଦେଶ ଦିଆଯାଇଛି ।

 

 

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories