www.samajalive.in
Monday, December 8, 2025
14.1 C
Bhubaneswar

ହାବିଲଦାରଙ୍କୁ କରୋନା, ମୋଟୁ ଥାନା ଅଞ୍ଚଳ କଣ୍ଟେନମେଣ୍ଟ ଜୋନ ଘୋଷଣା

ସମାଜ ପୋର୍ଟାଲ ଡେସ୍କ: ମାଲକାନଗିରି ଜିଲ୍ଲାର ମୋଟୁ ବର୍ଡର ଚେକ ପୋଷ୍ଟରେ କାର୍ଯ୍ୟରତ ଜଣେ ହାବିଲଦାରଙ୍କ ସମେତ ୩ ଜଣ ଆଜି କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଆକ୍ରାନ୍ତ ଆଗଧାଡ଼ିର କରୋନା ଯୋଦ୍ଧା ହାବିଲଦାର ଜଣକ ମୋଟୁ ଥାନାରେ କାର୍ଯ୍ୟରତ ଥିବା ବେଳେ ତାଙ୍କୁ ମୋଟୁ ବର୍ଡର ଚେକ ପୋଷ୍ଟରେ ନିଯୁକ୍ତ କରାଯାଇଥିଲା। ଅନ୍ୟ ୨ ଜଣ ଆକ୍ରାନ୍ତ କୋରୁକୋଣ୍ଡା ବ୍ଲକ ଅଧିନସ୍ଥ ଏକ ଅସ୍ଥାୟୀ ସ୍ୱାସ୍ଥ୍ୟ କେନ୍ଦ୍ରର ବୋଲି ଜଣାପଡ଼ିଛି। ଜଣେ ସେଠାରେ କାର୍ଯ୍ୟରତ ଜଣେ ଆଟେଣ୍ଡାଂଟ ଓ ଅନ୍ୟ ଜଣେ ସଂପୃକ୍ତ ଅସ୍ଥାୟୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ସଂଗରୋଧରେ ଥିଲେ ବୋଲି ଜଣାପଡ଼ିଛି।

- Advertisement -

ସଂଗରୋଧରେ ଥିବା ଆକ୍ରାନ୍ତ ଜଣକ ତାମିଲନାଡ଼ୁ ଫେରନ୍ତା ବୋଲି ଜିଲ୍ଲାପାଳ ମନୀଷ ଅଗ୍ରୱାଲ ଟ୍ୱିଟ କରି ସୂଚନା ଦେଇଛନ୍ତି। ମୋଟୁ ବର୍ଡର ଚେକ ପୋଷ୍ଟରେ କାର୍ଯ୍ୟରତ ହାବିଲଦାରଙ୍କ ପଜିଟିଭ ବାହାରିବା ପରେ ମୋଟୁ ଥାନା ଅଂଚଳ ଓ ଏହି ଥାନା ପରିସରରେ ଥିବା ଏସ.ଏସ.ବି.ଏନ କ୍ୟାମ୍ପକୁ କଣ୍ଟେନମେଣ୍ଟ ଜୋନ ଭାବେ ଘୋଷଣା କରାଯାଇଛି। ମୋଟୁ ଥାନା ଭାରପ୍ରାପ୍ତ ନିରୀକ୍ଷକଙ୍କ ସମେତ ସମସ୍ତ କର୍ମଚାରୀ ଓ ଏସ.ଏସ.ବି.ଏନର ସମସ୍ତ ଜବାନଙ୍କୁ କ୍ୱାରେନଂଟାଇନରେ ରଖାଯାଇଛି। ଏଥିସହ ଆକ୍ରାନ୍ତ ଜଣକ କେଉଁମାନଙ୍କ ସଂସ୍ପର୍ଶରେ ଆସିଥିଲେ ଓ କେଉଁ କେଉଁ ଅଂଚଳ ଗସ୍ତ କରିଥିଲେ, ତଥ୍ୟ ସଂଗ୍ରହ କରାଯାଉଛି। ସଂପୃକ୍ତ ଥାନା ପରିସରରେ କ୍ୱାରନେଂଟାଇନ କରାଯାଇଥିବା ପ୍ରାୟ ୭୦ ଜଣ ପୁଲିିସ କର୍ମଚାରୀଙ୍କ ନମୂନା ସଂଗ୍ରହ କରି ପରୀକ୍ଷା କରାଯିବ ବୋଲି ଆରକ୍ଷୀ ଅଧିକ୍ଷକ ରିଷିକେଶ ଡି ଖିଲାରୀ ପ୍ରକାଶ କରିଛନ୍ତି।

ମୋଟୁ ଥାନା କର୍ମଚାରୀ ଓ ଏସ.ଏସ.ବି.ଏନର ଜବାନମାନେ ଅତି ନିଷ୍ଠାର ସହ କର୍ତବ୍ୟ ସମ୍ପାଦନ କରିଥିବା ସହ ମୋଟୁର କର୍ମଚାରୀ କ୍ୱାରେନଂଟାଇନରେ ଥିବାରୁ ଏମ.ଭି-୭୯ ଥାନା କର୍ମଚାରୀଙ୍କୁ ବର୍ତମାନ ମୋଟୁ ବର୍ଡର ଚେକ ପୋଷ୍ଟରେ ନିଯୁକ୍ତ କରାଯାଇଥିବା ଆରକ୍ଷୀ ଅଧିକ୍ଷକ ସୂଚନା ଦେଇଛନ୍ତି। ଆଜିର ୩ ଜଣ ଆକ୍ରାନ୍ତଙ୍କ ସହ ଜିଲ୍ଲାରେ ରୋଗୀଙ୍କ ସଂଖ୍ୟା ୨୫କୁ ବୃଦ୍ଧି ପାଇଛି। ଏଥିପୂର୍ବରୁ ୨୧ ଜଣ ଆରୋଗ୍ୟ ଲାଭ କରିବା ପରେ ଘରକୁ ଫେରିଥିବା ବେଳେ ଏବେ ୪ଜଣ ସକ୍ରିୟ ରୋଗୀ ଅଛନ୍ତି।

Hot this week

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

Related Articles

Popular Categories