www.samajalive.in
Monday, December 15, 2025
16.1 C
Bhubaneswar

ଭଞ୍ଜନଗରବାସୀଙ୍କୁ ଜଳ ଯନ୍ତ୍ରଣା ; ୨ ଦିନ ହେଲା ଟୋପାଏ ମିଳିନି

ଭଞ୍ଜନଗର : ଭଞ୍ଜନଗର ସହରରେ ଜଳ ସଂକଟ ଉଗ୍ର ରୂପ ନେଇଛି। ମଙ୍ଗଳବାର ଅପରାହ୍ନରୁ କାହାର ଘରେ ଜଳ ଟୋପେ ନାହିଁ। ଦୁଇଦିନ ହେଲା ଘନ ଘନ ବଜ୍ରପାତ ସାଙ୍ଗକୁ ବର୍ଷା ଓ ପବନ ମାଡି ଆସିବାରୁ ବିଭିନ୍ନ ବିଦ୍ୟୁତ ଖୁଣ୍ଟରେ ବିସ୍ଫୋରଣ ଘଟି ତାର ଛିଣ୍ଡି ଏଣେତେଣେ ବିଛୁରିତ ହୋଇ ପଡିଛି। ସହର ସମେତ ଆଖାପାଖ ଶତାଧିକ ଗ୍ରାମ ଅନ୍ଧାରରେ ରହିଛି। ସହରର ହଜାର ହଜାର ପରିବାରକୁ ପାନୀୟ ଜଳ ଯୋଗାଉଥିବା ଜନସ୍ୱାସ୍ଥ୍ୟ ବିଭାଗର ଜଳ ଯୋଗାଣ କାର୍ଯ୍ୟକ୍ରମ ଠପ୍‍ ହୋଇ ଯାଇଛି। ରାତି ତମାମ
ବିଦ୍ୟୁତ ସରାବରାହ ବନ୍ଦ ରହିବାରୁ ପମ୍ପ ହାଉସର ମୋଟର ଚାଲି ପାରି ନଥିଲା। ବୁଧବାର ଦିନ ତମାମ ସହରବାସୀ ପାଣି ଟୋପେ ପାଇଁ ଡହଳବିକଳ ହୋଇଛନ୍ତି। ଘନଘଟା ଭିତରେ ଅପରାହ୍ନରେ ପୁଣି ବର୍ଷା- ପବନ ହୋଇଥିଲା। ଦୀର୍ଘ ୩୦ ଘଣ୍ଟାରୁ ଅଧିକ ସମୟ ଧରି ସହରବାସୀ ପାନୀୟ ଜଳ ପାଇଁ ଡହକବିକଳ ହୋଇଛନ୍ତି। ରାତି ୭ଟାରେ କିଛି ସମୟ ପାଇଁ ବିଦ୍ୟୁତ ଅବସ୍ଥା ସ୍ୱାଭାବିକ ହେବା ପରେ ପୁଣି ବିଛିନ୍ନ ହୋଇଥିଲା।
ରାତି ତମାମ ପ୍ରକଳ୍ପ ଚାଲୁ ରହି ଟ୍ୟାଙ୍କ ଭର୍ତ୍ତି ହେବା ପରେ ସକାଳୁ ପାଣି ଛଡା ଯାଇଥାଏ। କିନ୍ତୁ ମଙ୍ଗଳବାର ଅପରାହ୍ନରୁ ବିଦ୍ୟୁତ ନଥିବାରୁ ପ୍ରକଳ୍ପ ଅଚଳ ହୋଇ ପଡିଛି ବୋଲି ବିଭାଗୀୟ ଜଣେ ସହକାରୀ ଯନ୍ତ୍ରୀ ପ୍ରକାଶ କରିଛନ୍ତି।
ଭଞ୍ଜନଗର ଜଳ ଭଣ୍ଡାର ଜିଲାର ପ୍ରାୟ ୫୦ ହଜାର ଏକର ଚାଷ ଜମିକୁ ଜଳ ଯୋଗାଉଛି। ଏହା ସହ ଭଞ୍ଜନଗର ଏବଂ ଦକ୍ଷିଣପୁର ଘାଇକୁ ଜଳ ଯୋଗାଉଛି। ଅଥଚ ପଥିକ ସମୁଦ୍ର କୂଳରେ ବସି ତୃଷାର୍ତ୍ତ କଣ୍ଠରେ ଛଟପଟ ହେବା ପରି ଭଞ୍ଜନଗରବାସୀ ଦଶା ଭୋଗୁଛନ୍ତି। ଏଠାରେ ପତ୍ର ହଲିଲେ ବିଦ୍ୟୁତ୍‍ କାଟ ହେଉଛି। ପ୍ରବଳ ଝଡବତାସ ବେଳେ ବିଦ୍ୟୁତ ଉପରେ ଭରସା କରି ସହରବାସୀଙ୍କୁ ଜଳ ଯୋଗାଇବା ଜନସ୍ୱାସ୍ଥ୍ୟ ବିଭାଗର ଦାୟିତ୍ୱବୋଧ ପ୍ରତି ଅଙ୍ଗୁଳି ନିର୍ଦେଶ କରିଛି। ଜନସ୍ୱାସ୍ଥ୍ୟ ବିଭାଗ ଜୋନେରେଟର ଚଳାଇ ନିଜସ୍ୱ ଉଦ୍ୟମରେ ପ୍ରକଳ୍ପ ଚାଲୁ ରଖିବାର ବ୍ୟବସ୍ଥା ଗ୍ରହଣ କରୁନଥିବାରୁ ସହରବାସୀ ହଟହଟ୍ଟା ହେଉଛନ୍ତି। ସମସ୍ତଙ୍କୁ ସ୍ୱଚ୍ଛ ପାନୀୟ ଜଳ ଏବଂ ଘରେ ଘରେ ପାନୀୟ ଜଳ ଯୋଗାଣ ବାଧ୍ୟତାମୂଳକ ବୋଲି ରାଜ୍ୟ ସରକାର ଘୋଷଣା କରୁଥିଲେ ହେଁ ଭଞ୍ଜନଗରବାସୀ ଦୁଇଦିନ ହେଲା ଜଳ ଟୋପାଏ ନପାଇ ଡହଳବିକଳ ହେବା ସରକାରୀ ଘୋଷଣାର ବିଦ୍ରୁପ ଭଳି ହୋଇଛି। ବୁଧବାର ସହରରେ ଜଳ ଯନ୍ତ୍ରଣା ଅସହ୍ୟ ହେବାରୁ କିଛି ପରିବାରର ମହିଳା ବର୍ଷା ପାଣିକୁ ଛାତରୁ ଧରୁଥିବାର ଲକ୍ଷ୍ୟ କରାଯାଇଥିଲା।

Hot this week

କଂଗ୍ରେସରୁ ବିଦା ହେଲେ ମୋକିମ୍‌ : ମହଙ୍ଗା ପଡିଲା ଦଳୀୟ ନେତୃତ୍ୱକୁ ଖୋଲାଖୋଲି ଚ୍ୟାଲେଞ୍ଜ

ସମାଜ ଡିଜିଟାଲ ଡେସ୍କ: ମହଙ୍ଗା ପଡିଲା ଦଳୀୟ ନେତୃତ୍ୱକୁ ଖୋଲାଖୋଲି ଚ୍ୟାଲେଞ୍ଜ...

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

Related Articles

Popular Categories