www.samajalive.in
Saturday, December 6, 2025
16.1 C
Bhubaneswar

ରଜ ବିଶେଷତ୍ୱ ଦୋଳି ଓ ପିଠାପଣା

ବରଷକ ପରେ ପୁଣି ଆସିଛି ରଜ ପର୍ବ। କୁଆଁରୀ କନ୍ୟାଙ୍କ ପାଇଁ ଖେଳି ଯାଇଛି ଆନନ୍ଦର ଲହରୀ। ଏହା ଏପରି ଏକ ପର୍ବ ଯେ ସାଙ୍ଗରରେ ଆନନ୍ଦଭରା ଏକ ସୁନ୍ଦର ବାତାବରଣ ସଭିଁଙ୍କ ପାଇଁ ନେଇ ଆସେ।ପ୍ରତ୍ୟେକ ପର୍ବ ପାଳନର ଏକ ସ୍ୱତନ୍ତ୍ରତା ଓ ଶୈଳୀ ରହିଛି। ଯାହା ସେହି ପର୍ବର ବିଶିଷ୍ଟତାକୁ ଆହୁରି ଦ୍ୱିଗୁଣିତ କରି ଦେଇଥାଏ। ରଜର ସେଭଳି ମୁଖ୍ୟ ଆକର୍ଷଣ ହେଉଛି ରଜ ଦୋଳି, ରଜ ପାନ, ପିଠାପଣା।
ରଜ ଦୋଳି …………
ଗାଁ ଓ ସହର ଉଭୟ ଠାରେ ରଜ ସମୟରେ ଦୋଳି ବନ୍ଧା ଯାଇଥାଏ। ବାଉଁଶରେ ,ଦୌଡ଼ିରେ ଆଦି ଦୋଳି ବନ୍ଧା ଯାଏ। ଦୋଳିକୁ କିଛି ଫୁଲ ଓ ଲତାରେ ସଜାଯାଇଥାଏ। କୁଆଁରୀ କନ୍ୟାମାନେ ଦୋଳି ଖେଳି ଆନନ୍ଦ ବିଭୋର ହୋଇଯାଆନ୍ତି। ବିଶେଷ କରି ଗାଁମାନଙ୍କରେ ଥିବା ବହୁ ଗଛରେ ଏକତ୍ର ୭ ରୁ ୮ଟି ଦୋଳି ବାନ୍ଧି ଗାଁର କନ୍ୟାମାନେ ଏକାଠି ରଜ ଗୀତ ଗାଇ ଦୋଳି ଖେଳି ଥାଆନ୍ତି। ସଙ୍ଗାତମାନଙ୍କ ସହ ମିଠା ମଧୁର କଥା ଗୀତ ସହ ବନରେ ଥିବା ପକ୍ଷୀଙ୍କ ରାବରେ ଏକ ବିଭିନ୍ନ ଦୁନିଆରେ ଥିବା ଭଳି ମନେ ହେଉଥାଏ।
ରଜ ପିଠାପଣା ……….
ରଜର ଏକ ମୁଖ୍ୟ ଖାଦ୍ୟ ହେଉଛି ସ୍ୱତନ୍ତ୍ର ପିଠାପଣା। ଏହି ଦିନ ପୋଡ଼ପିଠା, ଛେନା ଚକୁଳି, ଚକୁଳି, ପୁର ପିଠା, ଭଳିକି ଭଳି ପିଠା ପଣାରେ ଘରେ ଘରେ ପ୍ରସ୍ତୁତ ହୁଏ। ଖାଇବାକୁ ଏହା ଖୁବ ସୁଆଦିଆ ଲାଗେ।

Hot this week

ପଦ୍ମଭୂଷଣ ଡ. ରାଧାନାଥ ରଥଙ୍କ ୧୨୯ ତମ ଜୟନ୍ତୀ: ସେମାନଙ୍କ ଦୃଷ୍ଟିରେ ବାବୁଜୀ

ପ୍ରେରଣାର ଉତ୍ସ ଡକ୍ଟର ରଥ ଦୀର୍ଘକାଳ ଧରି ଓଡ଼ିଶାର ସାଧାରଣ ଜୀବନ ସହିତ...

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

Related Articles

Popular Categories