Other Links

ଆମ ଓଡ଼ିଶା

ଗୋପବନ୍ଧୁଙ୍କ ଜୟନ୍ତୀରୁ ଜନ ସମ୍ପର୍କ ପଦଯାତ୍ରା ଆରମ୍ଭ କଲା ବିଜେଡି

ସମାଜ ଡିଜିଟାଲ ଡେସ୍କ: ଉକ୍ରଳମଣି ଗୋପବନ୍ଧୁ ଦାସଙ୍କ ୧୪୮ତମ ଜୟନ୍ତୀ ଅବସରରେ...

ଉତ୍କଳମଣିଙ୍କ ଜୟନ୍ତୀ ପାଳିତ: ଗୋପବନ୍ଧୁଙ୍କୁ ଭାରତରତ୍ନ ପ୍ରଦାନ ଦାବି

ପିପିଲି:ଓଡିଶାରେ ଜନ୍ମ ନେଇଥିବା ମହାପୁରୁଷଙ୍କ ମଧ୍ୟରୁ ପୂଣ୍ୟଶ୍ଲୋକ ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ...

ଉତ୍କଳମଣିଙ୍କ ୧୪୮ତମ ଜୟନ୍ତୀ: ପ୍ରଣମ୍ୟ ଗୋପବନ୍ଧୁ

ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସ, ତ୍ୟାଗ, ସେବା, ସଂଗ୍ରାମ ଓ ସାଧନାର...

ସପ୍ତାହେ ପରେ ଫେରିଲେ ଅପହୃତ ୱାର୍ଡମେମ୍ବର

ସମାଜ ଡିଜିଟାଲ ଡେସ୍କ: ଯାଜପୁର ଜିଲା ବିଞ୍ଝାରପୁର ରଣପୁର ପଞ୍ଚାୟତ ୩ନଂ...

ଜୁଆର ମାଡ଼ରେ ଭାଙ୍ଗିଲା ଶୌଚାଳୟ, ଦୋକାନ

ଚନ୍ଦନେଶ୍ବର: ବାଲେଶ୍ବର ଜିଲା ଭୋଗରାଇ ବ୍ଲକ ତାଳସାରି ବେଳାଭୂମିରେ ଜୁଆର ମାଡ଼ରେ...

ଦେଶବିଦେଶ

ମମତା ସରକାରଙ୍କୁ ୨୪ ଘଣ୍ଟିଆ ମହଲତ: ଆଇନ ଶୃଙ୍ଖଳା ସୁଧାର, ନଚେତ୍‌ ସାମ୍ବିଧାନିକ କାର୍ଯ୍ୟାନୁଷ୍ଠାନ

କଲକାତା: ପଶ୍ଚିମବଙ୍ଗର ଜଳପାଇଗୁଡ଼ିରେ ବିଜେପି ସାଂସଦ ଖଗେନ ମୁର୍ମୁ ଏବଂ ବିଧାୟକ...

ନଭି ମୁମ୍ବଇ ବିମାନବନ୍ଦର ଉଦ୍‌ଘାଟିତ

ମୁମ୍ବଇ: ମହାରାଷ୍ଟ୍ରର ରାଜଧାନୀ ମୁମ୍ବଇକୁ ମିଳିଛି ଆଉ ଏକ ଆନ୍ତର୍ଜାତିକ ବିମାନବନ୍ଦର।...

ଦୁଇଟି ଆସନରେ ଲଢ଼ିବେ ତେଜସ୍ବୀ

ପାଟନା: ବିହାର ବିଧାନସଭାର ୨୪୩ ଆସନ ପାଇଁ ନଭେମ୍ବର ୬ ଓ...

ଏନ୍‌ଡିଏ ଆସନ ବୁଝାମଣାରେ ଚିରାଗ କଣ୍ଟା

ନୂଆଦିଲ୍ଲୀ: ବିହାର ବିଧାନସଭା ନିର୍ବାଚନ ପାଇଁ ତାରିଖ ଘୋଷଣା ହେବା ପରେ...

କଫ୍‍ ସିରଫ୍‍ କମ୍ପାନୀ ମାଲିକ ଗିରଫ

ଭୋପାଳ: କଫ୍‍ ସିରଫ୍‍ ନିର୍ମାତା କମ୍ପାନୀ ‘ଶ୍ରୀସାନ୍‍ ଫାର୍ମା’ର ମାଲିକ ଗିରଫ...

ରାଜନୀତି

ନୂଆପଡ଼ା ଉପନିର୍ବାଚନ: ବିଜେପି ଓ ବିଜେଡିର ପ୍ରାର୍ଥୀ କସରତ

ନୂଆପଡ଼ା/ଭୁବନେଶ୍ବର: ନୂଆପଡ଼ା ବିଧାନସଭା ଉପନିର୍ବାଚନ ପାଇଁ କଂଗ୍ରେସ ପ୍ରଥମ ଦଳ ଭାବେ...

ଘାସିରାମ ମାଝୀ କଂଗ୍ରେସ ପ୍ରାର୍ଥୀ

ସମାଜ ଡିଜିଟାଲ ଡେସ୍କ: ନୂଆପଡ଼ା ବିଧାନସଭା ଉପନିର୍ବାଚନ ପାଇଁ ପ୍ରାର୍ଥୀ ଘୋଷଣା...

ରାଜ୍ୟବାସୀ ଅସୁରକ୍ଷିତ: ନବୀନ

ସମାଜ ଡିଜିଟାଲ ଡେସ୍କ: ରାଜ୍ୟରେ ଆଇନଶୃଙ୍ଖଳା ପରିସ୍ଥିତି ବିପର୍ଯ୍ୟନ୍ତ ହୋଇପଡ଼ିଛି, ଯାହାକୁ...

ନୂଆପଡା ବିଜେଡିର ଥିଲା ଓ ରହିବ- ପ୍ରମିଳା

ସମାଜ ଡିଜିଟାଲ ଡେସ୍କ: ନୂଆପଡା ଉପନିର୍ବାଚନରେ ଜିତିବ ବିଜେଡି । ଏନେଇ...

ମଙ୍ଗଳବାର ସୁଦ୍ଧା ନୂଆପଡ଼ା ଆସନ ପାଇଁ ପ୍ରାର୍ଥୀ ଦେବ କଂଗ୍ରେସ

ସମାଜ ଡିଜିଟାଲ ଡେସ୍କ: ଆସନ୍ତା ନଭେମ୍ବର ୧୧ ତାରିଖରେ ହେବ ନୂଆପଡ଼ା...

ଅପରାଧ

ଡାକ୍ତରଖାନାରେ ପ୍ରେମିକାର ଶବ ଛାଡି ଚାଲିଗଲା ପ୍ରେମିକ

ପାରଳାଖେମୁଣ୍ଡି : ଗଜପତି ଜିଲ୍ଲା ସଦରମହକୁମା ପାରଳାଖେମୁଣ୍ଡି ସ୍ଥିତ ଜିଲ୍ଲା ମୁଖ୍ୟ...

ଭିଣେଇର ଗୁଳି ମାଡରେ ଶଳା ମୃତ

ଗୁଣପୁର - ଭିଣେଇର ଗୁଳି ମାଡରେ ଶଳାର ମୃତ୍ୟୁ । ଆନ୍ଧ୍ର...

ହତ୍ୟାପରେ ବାପାକୁ ପୋତିଦେଲା ପୁଅ

ଦେବଗଡ଼: ହତ୍ୟାକାଣ୍ଡ ପରେ ବାପାଙ୍କୁ ମାଟିରେ ପୋତିଦେଲା ପୁଅ। ବାରକୋଟ ଥାନା...

୧୬.୫ ଲକ୍ଷର ବ୍ରାଉନସୁଗର ଜବତ, ଦୁଇ ଗିରଫ

ସମାଜ ଡିଜିଟାଲ ଡେସ୍କ: ବୁଲେଟରେ ବୁଲି ବ୍ରାଉନସୁଗର ବେପାର କରୁଥିବା ଦୁଇ...

ଫେସବୁକରେ ଆପତ୍ତିଜନକ ପୋଷ୍ଟ, ଅଭିଯୁକ୍ତ ଗିରଫ

ସମାଜ ଡିଜିଟାଲ ଡେସ୍କ: ସାମାଜିକ ଗଣମାଧ୍ୟମ ଫେସବୁକରେ ଆପତ୍ତିଜନକ ପୋଷ୍ଟ କରିବା...
Thursday, October 9, 2025
26.7 C
Bhubaneswar

ଭର୍ଚୁଆଲ ରାଲିରେ ମମତାଙ୍କ ଉପରେ ବର୍ଷିଲେ ଶାହ- କହିଲେ ଗରିବଙ୍କ ଅଧିକାରକୁ ନେଇ ରାଜନୀତି ବନ୍ଦ କର

ନୂଆଦିଲ୍ଲୀ: କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ମଙ୍ଗଳବାର ଭର୍ଚୁଆଲ ରାଲି ଜରିଆରେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ଉପରେ ପ୍ରବଳ ବର୍ଷିଛନ୍ତି। ମମତା ଗରିବ ବିରୋଧୀ କାର୍ଯ୍ୟ କରୁଥିବା ଶାହ ଅଭିଯୋଗ କରିବା ସହିତ ଗରିବମାନଙ୍କ ଅଧିକାରକୁ ନେଇ ମମତା ରାଜନୀତି ବନ୍ଦ କରନ୍ତୁ ବୋଲି କହିଛନ୍ତି। ତେବେ ଆଗାମୀ ବର୍ଷ ପଶ୍ଚିମବଙ୍ଗରେ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେବାକୁ ଥିବାବେଳେ ଶାହଙ୍କ ଏହି ଭର୍ଚୁଆଲ ରାଲିକୁ ନିର୍ବାଚନ ଅଭିଯାନର ଶଙ୍ଖନାଦ ବୋଲି କୁହାଯାଉଛି।

ଶାହ ପଶ୍ଚିମବଙ୍ଗବାସୀଙ୍କ ଉଦ୍ଦେଶ୍ୟରେ କହିଥିଲେ, ଆପଣମାନେ କମ୍ୟୁନିଷ୍ଟ ଏବଂ ତୃଣମୂଳ କଂଗ୍ରେସ ସରକାରକୁ ଅନୁଭବ କଲେ। ବିଜେପିକୁ ଥରେ ସୁଯୋଗ ଦିଅନ୍ତୁ। ଆମର ୫ବର୍ଷର ସରକାର ପରେ ପଶ୍ଚିମବଙ୍ଗରେ ଭ୍ରଷ୍ଟାଚାର, ଅନୁପ୍ରବେଶ, ପରିବାରବାଦ, ବେରୋଜଗାର, ଆତଙ୍କବାଦ ଏବଂ ହିଂସା ସମାପ୍ତ ହୋଇଯିବ। ଶାହ ଆହୁରି କହିଥିଲେ, ୧୩ଶ ଅର୍ଥ ଆୟୋଗରେ ମନମୋହନ ସରକାର ପଶ୍ଚିମବଙ୍ଗକୁ ୧ ଲକ୍ଷ ୩୨ ହଜାର ୭୮୩ କୋଟି ଟଙ୍କା ଦେଇଥିଲେ। ମୋଦୀ ସରକାର ୨୦୧୪ରୁ ୨୦୧୯ ମଧ୍ୟରେ ୫ ବର୍ଷରେ ରାଜ୍ୟର ବିକାଶ ଲାଗି ୪ ଲକ୍ଷ ୪୮ ହଜାର ୨୧୪ କୋଟି ଟଙ୍କା ଦେଇଛନ୍ତି। ମୁଁ ପଚାରୁଛି ଏସବୁ ଅର୍ଥ କୁଆଡ଼େ ଗଲା ? ଯଦି ରାଜ୍ୟର ବିକାଶ ହେଉ ବୋଲି ଆମେ ଚାହିଁବା, ତେବେ ବିଜେପିକୁ କ୍ଷମତାକୁ ଆଣିବା ଜରୁରୀ।

- Advertisement -

ଶାହ କହିଥିଲେ, ମମତା ଦିଦି ଶ୍ରମିକ ସ୍ପେଶାଲ ଟ୍ରେନକୁ ‘କରୋନା ଏକ୍ସପ୍ରେସ’ ନାମ ଦେଲେ। ଏହା ଆପଣକୁ କ୍ଷମତାଚ୍ୟୁଚ କରିବାର ରାସ୍ତା ବନିଯିବ। ଆପଣ ପ୍ରବାସୀ ଶ୍ରମିକମାନଙ୍କ କ୍ଷତରେ ଲୁଣ ପକାଇଛନ୍ତି। ସେମାନେ ଏହାକୁ କେବେ ଭୁଲିବେନି। ଉପା ସରକାର ୧୦ ବର୍ଷରେ ଥରେ ୩ କୋଟି ୫୦ ଲକ୍ଷ କୃଷକଙ୍କ ୬୦ ହଜାର କୋଟି ଟଙ୍କାର ଋଣ ଛାଡ଼ କଲା। କିନ୍ତୁ ମୋଦୀ ସରକାର ୯କୋଟି ୫୦ ଲକ୍ଷ ଶ୍ରମିକଙ୍କ ବ୍ୟାଙ୍କ ଆକାଉଣ୍ଟରେ ୭୨ ହଜାର କୋଟି ଟଙ୍କା ପଠାଇଛନ୍ତି। ବର୍ଷକୁ ପ୍ରତି କୃଷକଙ୍କୁ ୬ ହଜାର ଟଙ୍କା ସହାୟତା ଦିଆଯାଉଛି। ଏଭଳି ପ୍ରସଙ୍ଗକୁ ନେଇ ମମତା ଦିଦି ରାଜନୀତି କରିବା ଉଚିତ ନୁହେଁ ବୋଲି ଶାହ କହିଛନ୍ତି।

ପଶ୍ଚିମବଙ୍ଗ ସରକାର ଏଠାକାର ଗରିବମାନଙ୍କ ଅଧିକାରକୁ ଅଟକାଇ ବସିଛନ୍ତି। ଆମେ କୃଷକମାନଙ୍କୁ ଟଙ୍କା ପଠାଇବାକୁ ଚାହୁଁଛୁ, କିନ୍ତୁ ରାଜ୍ୟ ସରକାର ସେମାନଙ୍କ ତାଲିକା ଦେଉନାହାନ୍ତି। ଯେତେବେଳେ ନାଗରିକତା ସଂଶୋଧନ ଆଇନ(ସିଏଏ) ଆସିଲା, ସେତେବେଳେ ମମତା ଦିଦିଙ୍କ ଚେହେରା ରାଗରେ ଲାଲ ପଡ଼ିଗଲା। ମୁଁ କେବେ ଏପରି ରାଗ ଦେଖି ନ ଥିଲି। ମମତା ଦିଦି ଆପଣ ସିଏଏର ବିରୋଧ କରୁଛନ୍ତି। ଏହା ଆପଣଙ୍କ ପାଇଁ ବହୁତ ମହଙ୍ଗା ପଡ଼ିବ ବୋଲି ଶାହ ଚେତାବନୀ ଦେଇଛନ୍ତି।

Hot this week

ଗୋପବନ୍ଧୁଙ୍କ ଜୟନ୍ତୀରୁ ଜନ ସମ୍ପର୍କ ପଦଯାତ୍ରା ଆରମ୍ଭ କଲା ବିଜେଡି

ସମାଜ ଡିଜିଟାଲ ଡେସ୍କ: ଉକ୍ରଳମଣି ଗୋପବନ୍ଧୁ ଦାସଙ୍କ ୧୪୮ତମ ଜୟନ୍ତୀ ଅବସରରେ...

ଗୁରୁବାର ରାଶିଫଳ: କ୍ରୋଧର ସ୍ଫୁଲିଙ୍ଗଠାରୁ ଦୂରେଇ ରହିବାକୁ ପଡ଼ିବ

ମେଷ: ପ୍ରାୟ ପ୍ରତ୍ୟେକ କାର୍ଯ୍ୟର ସଫଳ ରୂପାୟନ କରି ପ୍ରଶଂସାର ପାତ୍ର ହେବେ।...

ମମତା ସରକାରଙ୍କୁ ୨୪ ଘଣ୍ଟିଆ ମହଲତ: ଆଇନ ଶୃଙ୍ଖଳା ସୁଧାର, ନଚେତ୍‌ ସାମ୍ବିଧାନିକ କାର୍ଯ୍ୟାନୁଷ୍ଠାନ

କଲକାତା: ପଶ୍ଚିମବଙ୍ଗର ଜଳପାଇଗୁଡ଼ିରେ ବିଜେପି ସାଂସଦ ଖଗେନ ମୁର୍ମୁ ଏବଂ ବିଧାୟକ...

ନଭି ମୁମ୍ବଇ ବିମାନବନ୍ଦର ଉଦ୍‌ଘାଟିତ

ମୁମ୍ବଇ: ମହାରାଷ୍ଟ୍ରର ରାଜଧାନୀ ମୁମ୍ବଇକୁ ମିଳିଛି ଆଉ ଏକ ଆନ୍ତର୍ଜାତିକ ବିମାନବନ୍ଦର।...

ଦୁଇଟି ଆସନରେ ଲଢ଼ିବେ ତେଜସ୍ବୀ

ପାଟନା: ବିହାର ବିଧାନସଭାର ୨୪୩ ଆସନ ପାଇଁ ନଭେମ୍ବର ୬ ଓ...

Related Articles

Popular Categories