www.samajalive.in
Saturday, December 6, 2025
17.1 C
Bhubaneswar

କରୋନା ସଂକ୍ରମଣ ମୁକ୍ତ ହେଲା ତାଞ୍ଜାନିଆ

ସମାଜ ପୋର୍ଟାଲ ଡେସ୍କ: ତାଞ୍ଜାନିଆ ରାଷ୍ଟ୍ରପତି ଜନ୍ ମାଗୁଫୁଲି ପୂର୍ବ ଆଫ୍ରିକୀୟ ଦେଶ ତାଞ୍ଜାନିଆକୁ କରୋନା ସଂକ୍ରମଣ ମୁକ୍ତ ଘୋଷଣା କରିଛନ୍ତି। ସେ ନାଗରିକମାନଙ୍କୁ ସମ୍ବୋଧିତ କରି କହିଛନ୍ତି ଯେ ସମସ୍ତଙ୍କ ପ୍ରାର୍ଥନା ଯୋଗୁ ତାଞ୍ଜାନିଆ ସଂକ୍ରମଣ ମୁକ୍ତ ହୋଇପାରିଛି। ତେବେ ୨୦୧୯ ଅଗଷ୍ଟରେ ଚୀନରେ କରୋନା ଭୁତାଣୁ ସଂକ୍ରମଣ ଆରମ୍ଭ ହୋଇଥିବା ହାର୍ଭାର୍ଡ ମେଡିକାଲ୍ ସ୍କୁଲ କହିଛି।

- Advertisement -

ଅନ୍ୟ ପକ୍ଷରେ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ମୁଖ୍ୟ କହିଛନ୍ତି ଯେ ଏହି ମହାମାରୀ କବଳରୁ ରକ୍ଷା ପାଇବା ପାଇଁ ୬ ମାସ ସମୟ ଯଥେଷ୍ଟ ନୁହେଁ। ଜନ୍ ହପକିନ୍ସ ବିଶ୍ୱବିଦ୍ୟାଳୟର ତଥ୍ୟ ଅନୁଯାୟୀ ବର୍ତ୍ତମାନ ସାତ ଲକ୍ଷରୁ ଅଧିକ ଲୋକ ଏହି ରୋଗରେ ଆକ୍ରାନ୍ତ ହୋଇଥିବା ବେଳେ ଅତି କମରେ ୪୦ ହଜାରରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇଛି। ଆମେରିକା, ବ୍ରିଟେନ ଏବଂ ବ୍ରାଜିଲରେ ସର୍ବାଧିକ ମୃତ୍ୟୁସଂଖ୍ୟା ରେକର୍ଡ କରାଯାଇଥିବା ବେଳେ ଆମେରିକା, ବ୍ରାଜିଲ ଏବଂ ରୁଷରେ ସର୍ବାଧିକ ସଂକ୍ରମଣ ମାମଲା ଚିହ୍ନଟ ହୋଇଛି।

Hot this week

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

ଭୁବନେଶ୍ଵରରେ ପହଞ୍ଚିଲେ ଦକ୍ଷିଣଆଫ୍ରିକା ଦଳର ୫ ଖେଳାଳି

ସମାଜଲାଇଭ ଡେସ୍କ: ଭୁବନେଶ୍ଵର ବିମାନବନ୍ଦରରେ ପହଞ୍ଚିଛନ୍ତି ଦକ୍ଷିଣଆଫ୍ରିକା କ୍ରିକେଟ ଦଳର ୫...

୧୦ ଗୁଣା ବଢ଼ିଲା ବିମାନ ଟିକେଟ ଦର

ସମାଜଲାଇଭ ଡେସ୍କ: ବିଦେଶ ଯାତ୍ରାଠୁ ମହଙ୍ଗା ହେଲା ଭାରତୀୟ ସହରକୁ ବିମାନ...

Related Articles

Popular Categories