www.samajalive.in
Saturday, December 6, 2025
16.1 C
Bhubaneswar

କରୋନାର କାୟା : ୨୧୩ ଦେଶରେ ୬୯,୮୨,୦୬୧ ଜଣ ଆକ୍ରାନ୍ତ, ୪ଲକ୍ଷରୁ ଅଧିକ ମୃତ

ୱାଶିଂଟନ :  ସାରା ବିଶ୍ବରେ କରୋନା ନିଜର କାୟା ବିସ୍ତାର କରି ଚାଲିଛି। ଏବେ ସମଗ୍ର ବିଶ୍ବର ୨୧୩ଟି ଦେଶରେ କରୋନାର ପ୍ରଭାବ ଦେଖିବାକୁ ମିଳିଛି। ବିଶ୍ବରେ ୬୯,୮୨,୦୬୧ ଜଣ କରୋନା ସଂକ୍ରମିତ ହୋଇଥିବା ବେଳେ ୪,୦୨,୨୪୧ ଜଣଙ୍କର ମୃତ୍ୟୁ ଘଟିଛି। ଅନ୍ୟପକ୍ଷରେ ୩୪,୧୩,୩୪୯ ଜଣ ଆରୋଗ୍ୟ ଲାଭ କରିଛନ୍ତି।

କରୋନା ସଂକ୍ରମଣରେ ଆମେରିକା ଅଧିକ ପ୍ରଭାବିତ ହୋଇଛି। ଆମେରିକାରେ ୧୯,୮୮,୫୪୪ ଜଣ କରୋନାରେ ଆକ୍ରାନ୍ତ ଥିବାବେଳେ ୧,୧୨,୦୯୬ଜଣଙ୍କର ମୃତ୍ୟୁ ଘଟିଛି। ଆମେରିକା ପଛକୁ ବ୍ରାଜିଲ ଅଧିକ ପ୍ରଭାବିତ ହୋଇଛି। ବ୍ରାଜିଲରେ ୬,୭୬,୪୯୪ ଜଣ କରୋନା ଆକ୍ରାନ୍ତ ଥିବାବେଳେ ୩୬,୦୪୪ଜଣଙ୍କର ମୃତ୍ୟ ଘଟିଛି। ସେହିପରି ଋଷ ତୃତୀୟ ସ୍ଥାନରେ ରହିଛି। ​ଋଷରେ ୪,୫୮,୬୮୯ କରୋନା ଆକ୍ରାନ୍ତ ଥିବାବେଳେ ୫,୭୨୫ ଜଣଙ୍କର ମୃତ୍ୟୁ ଘଟିଛି। ସ୍ପେନରେ ୨,୮୮,୩୯୦ ଜଣ କରୋନା ଆକ୍ରାନ୍ତ ଥିବା ବେଳେ ୨୭,୧୩୫ ଜଣଙ୍କର ମୃତ୍ୟୁ ଘଟିଛି। ବ୍ରିଟେନରେ ୨,୮୪,୮୬୮ ଜଣ କରୋନା ଆକ୍ରାନ୍ତ ଥିବାବେଳେ ମୃତ୍ୟୁ ସଂଖ୍ୟା ୪୦,୪୬୫ ରହିଛି।  ଭାରତ ଏହି ତାଲିକାର ଷଷ୍ଠ ସ୍ଥାନରେ ରହିଛି।

Hot this week

ପଦ୍ମଭୂଷଣ ଡ. ରାଧାନାଥ ରଥଙ୍କ ୧୨୯ ତମ ଜୟନ୍ତୀ: ସେମାନଙ୍କ ଦୃଷ୍ଟିରେ ବାବୁଜୀ

ପ୍ରେରଣାର ଉତ୍ସ ଡକ୍ଟର ରଥ ଦୀର୍ଘକାଳ ଧରି ଓଡ଼ିଶାର ସାଧାରଣ ଜୀବନ ସହିତ...

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

Related Articles

Popular Categories