www.samajalive.in
Wednesday, December 10, 2025
16.1 C
Bhubaneswar

କ୍ରୀଡ଼ାବିତ୍‌ଙ୍କ ପାଇଁ କିଟ୍‌ ସବୁବେଳେ ରହିଛି : ପ୍ରଫେସର ଅଚ୍ୟୁତ ସାମନ୍ତ

ଭୁବନେଶ୍ଵର : କିଟ୍‌ ଓ କିସ୍‌ ସବୁବେଳେ କ୍ରୀଡ଼ା ଓ କ୍ରୀଡ଼ାବିତ୍‌ମାନଙ୍କୁ ପ୍ରୋତ୍ସାହନ ଯୋଗାଇ ଦେଇ ଆସୁଛି। କ୍ରୀଡ଼ାର ବିକାଶ ଓ କ୍ରୀଡ଼ାବିତ୍‌ମାନଙ୍କୁ ଅଭ୍ୟାସ ସୁଯୋଗ ଯୋଗାଇ ଦେବା ନେଇ ବିଶ୍ବସ୍ତରୀୟ କ୍ରୀଡ଼ା ଭିତ୍ତିଭୂମି ସୃଷ୍ଟି ହୋଇଛି। ଗରିବ କ୍ରୀଡ଼ାବିତ୍‌ମାନଙ୍କୁ ମଧ୍ୟ ନିଯୁକ୍ତି ଯୋଗାଇ ଦେଇ ଆସୁଛି। ଦୂତି ଚାନ୍ଦ, ପୂର୍ଣ୍ଣିମା ହେମ୍ବ୍ରମ, ଋତୁପର୍ଣ୍ଣା ପଣ୍ଡା, ଶ୍ରୀୟଙ୍କା ଷଡଙ୍ଗୀ ଭଳି କ୍ରୀଡ଼ାବିତ୍‌ମାନଙ୍କୁ ଆଗକୁ ବଢିବା ନେଇ ପ୍ରୋତ୍ସାହିତ କରିଛି।
ଏହାଛଡ଼ା ଖେଳ ପାଇଁ ସମର୍ପିତ ଥିବା କ୍ରୀଡ଼ାବିତ୍‌ମାନଙ୍କୁ ମଧ୍ୟ ନିଯୁକ୍ତି ଯୋଗାଇ ଦେଇ ଆସିଛି ବୋଲି କିଟ୍‌ ଓ କିସ୍‌ର ପ୍ରତିଷ୍ଠାତା ସାଂସଦ ପ୍ରଫେସର ଅଚ୍ୟୁତ ସାମନ୍ତ କହିଛନ୍ତି। ମହିଳା ଫୁଟବଲ ଖେଳାଳିମାନଙ୍କୁ ମଧ୍ୟ କିଟ୍‌ ଓ କିସ୍‌ ନିଯୁକ୍ତି ଯୋଗାଇ ଦିଆଯାଇଛି। ମମତା ସାମନ୍ତ, କଳ୍ପନା ବେହେରା, ରେଶମା ବେଗମ ଓ ଜାନକୀ ମୁର୍ମୁଙ୍କ ଭଳି ମହିଳା ଫୁଟବଲ ପ୍ରତିଭାଙ୍କୁ କିଟ୍‌ ଓ କିସ୍‌ ନିଯୁକ୍ତି ପାଇଛନ୍ତି। କ୍ରୀଡାବିତ୍‌ମାନଙ୍କ ପାଇଁ କିଟ୍‌ ଓ କିସ୍‌ ସବୁବେଳେ ରହିଛି ଆଉ ରହିଥିବ ମଧ୍ୟ। ସଙ୍ଗୀତାଙ୍କ ବିଷୟରେ ସମାଜରୁ ଜାଣିବା ପରେ ଏଭଳି ଜଣେ ମହିଳା ଫୁଟବଲ ପ୍ରତିଭାଙ୍କୁ ପ୍ରତିଷ୍ଠାନରେ ନିଯୁକ୍ତି ଯୋଗାଇ ଦେବା ନେଇ ନିଷ୍ପତ୍ତି ନେଇଛି ବୋଲି ପ୍ରଫେସର ସାମନ୍ତ କହିଛନ୍ତି।

Hot this week

ମିଳିଲା ମହିଳାଙ୍କ କଟାମୁଣ୍ଡ

ମାଲକାନଗିରି : କନ୍ୟା ଆଶ୍ରମ ନିକଟ ପୋଟେରୁ ନଦୀକୂଳରୁ ମିଳିଲା କଟାମୁଣ୍ଡ।...

ସୁନା ଓ ରୂପା ଏତିକି ଟଙ୍କା ହେଲା ଶସ୍ତା

ସମାଜ ଡିଜିଟାଲ ଡେସ୍କ: ସୁନା ଓ ରୂପା ମୂଲ୍ୟରେ ସାମାନ୍ୟ ହ୍ରାସ...

ସ୍ବତନ୍ତ୍ର ସିନ୍ଧ୍‌ ଦେଶ ଗଠନ ଦାବି; ପାକିସ୍ତାନରେ ହିଂସା

କରାଚି: ବେଲୁଚିସ୍ତାନ ପରେ ପାକିସ୍ତାନରେ ଏବେ ସ୍ବତନ୍ତ୍ର ସିନ୍ଧ୍‌ଦେଶ ଗଠନ ଦାବି...

ଭୋଟ ଚୋରି ଜାତୀୟତା ବିରୋଧୀ କାର୍ଯ୍ୟ: ରାହୁଲ

ନୂଆଦିଲ୍ଲୀ: ନିର୍ବାଚନ ଆୟୋଗଙ୍କ ପକ୍ଷରୁ ଦେଶର ବିଭିନ୍ନ ରାଜ୍ୟରେ ଚାଲିଥିବା ସ୍ବତନ୍ତ୍ର...

ଆଇପିଏଲ୍‌ ନିଲାମ ତାଲିକାରେ ୩୫୦ ଖେଳାଳି

ନୂଆଦିଲ୍ଲୀ: ଇଣ୍ଡିଆନ୍‌ ପ୍ରିମିୟର ଲିଗ୍‌ (ଆଇପିଏଲ୍‌)ର ୨୦୨୬ ସଂସ୍କରଣ ଲାଗି ମିନି...

Related Articles

Popular Categories