www.samajalive.in
Sunday, December 14, 2025
14.1 C
Bhubaneswar

କେଳେଙ୍କାରୀରେ ଉବୁଟୁବୁ ଓଡିଶା ଔଷଧ ନିଗମ, ତଦନ୍ତ ଦାବି କଲା କଂଗ୍ରେସ

ଭୁବନେଶ୍ୱର: ଓଡିଶା ଔଷଧ ନିଗମରେ ସାଙ୍ଘାତିକ ଦୁର୍ନୀତି ହୋଇଛି ଓ ରାଜ୍ୟ ସରକାର ତାହା ଲୁଚାଇବା ପାଇଁ କେବଳ ପରଚେଜିଂ କମିଟି ଅଧ୍ୟକ୍ଷ ଆଇଏଏସ ହେମନ୍ତ ଶର୍ମାଙ୍କୁ ପଦବୀରୁ ଅପସାରଣ କରି ନିଜର ସ୍ୱଚ୍ଛତା ପ୍ରମାଣ କରିବାକୁ ଚେଷ୍ଟା କରିବା ଅତ୍ୟନ୍ତ ନିନ୍ଦନୀୟ ବୋଲି କଂଗ୍ରେସ ଅଭିଯୋଗ କରିଛି। ଏହି ଦୁର୍ନୀତିର ଉଚ୍ଚ ସ୍ଥରୀୟ ତଦନ୍ତ ସହ ଦୋଷୀଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି କରିଛନ୍ତି ଓଡିଶା ପ୍ରଦେଶ କଂଗ୍ରେସର କୋଭିଡ଼-୧୯ ରାଜ୍ୟ ନିୟନ୍ତ୍ରଣ କକ୍ଷ ତଥା ସାମାଜିକ କର୍ମୀ ସୁଦର୍ଶନ ଦାସ।

ଏ ନେଇ ଜାରି କରାଯାଇଥିବା ପ୍ରେସ ବିଜ୍ଞପ୍ତିରେ କୁହାଯାଇଛି ଯେ କରୋନା ମୁକାବିଲା ରାଜ୍ୟ ସରକାରଙ୍କ ପକ୍ଷରୁ ଓଡିଶା ଔଷଧ ନିଗମ ମାଧ୍ୟମରେ କ୍ରୟ କରାଯାଇଥିବା ଟେଷ୍ଟିଙ୍ଗ କିଟ, ମାସ୍କ, ସାନିଟାଇଜର, ଭେଣ୍ଟିଲେଟର, ପିସିଆର ମେସିନ, ଔଷଧ ତଥା ଅନ୍ୟାନ୍ୟ ବ୍ୟବହାର୍ଯ୍ୟ ଦ୍ରବ୍ୟରେ ସାଙ୍ଘାତିକ କେଳେଙ୍କାରୀ ହୋଇଛି। ପୂର୍ବରୁ ମାସ୍କ କିଣିବା କ୍ଷେତ୍ରରେ କିଭଳି ଦୁର୍ନୀତି ହୋଇଥିଲା ତାହା ଗଣମାଧ୍ୟମରେ ପ୍ରକାଶ ପାଇବା ପରେ ଏପ୍ରିଲ ୨୮ରେ ଶିଳ୍ପ ସଚିବ ହେମନ୍ତ ଶର୍ମା ମୁଖ୍ୟମନ୍ତ୍ରୀ ତାଙ୍କୁ ବ୍ଳାଙ୍କ ଚେକ ଦେଇ ଜିନିଷ ପତ୍ର କିଣିବାର ଦାୟିତ୍ୱ ଦେଇଛନ୍ତି ବୋଲି କହିଥିଲେ ଓ ସେଦିନ କଂଗ୍ରେସ ଏକ ପ୍ରେସ ବାର୍ତ୍ତାରେ ଦୁର୍ନୀତି ଏବଂ କେଳେଙ୍କାରୀର ବାଟ ଫିଟିଲା ବୋଲି କହିଥିଲା।

- Advertisement -

ଅଭିଯୋଗ ଅନୁଯାୟୀ ୯.୯୦ ପଇସାରେ ଗୋଟେ କମ୍ପାନୀ ପାଖରୁ ମାସ୍କ କିଣିବାର ୨ ଦିନ ପରେ ଆଉଗୋଟେ କମ୍ପାନୀ ଠାରୁ ସମାନ ମାନର ମାସ୍କ ୧୬ ଟଙ୍କାରେ କିଣା ଯାଇଥିଲା। ସେହି ବାବଦକୁ କୋଟି କୋଟି ଟଙ୍କା ତୋଷରପାତ ହୋଇଛି। ସେହିଭଳି ରିଏଲ ଟାଇମ ପିସିଆର ମେସିନ ଏବଂ ସେଥିରେ ବ୍ୟବହୃତ ଟେଷ୍ଟିଙ୍ଗ କିଟ କିଣାରେ ସାଙ୍ଘାତିକ ଦୁର୍ନୀତି ହୋଇଥିବାର ସ୍ପଷ୍ଟ ପ୍ରମାଣ ରହିଛି। ଗୋଟିଏ କମ୍ପାନୀ ପାଖରୁ ଔଷଧ ନିଗମ ପ୍ରତି ପିସିଆର ପିଛା ୧୨ ଲକ୍ଷ ୯୦ ହଜାର ଟଙ୍କା ଦେଇ ୧୦୦ ଟି ମେସିନ କିଣିବା ବାବଦକୁ ୧୨ କୋଟି ୯୪ ଲକ୍ଷ ଟଙ୍କା ଖର୍ଚ୍ଚ କରିଛନ୍ତି। ଏହି ମେସିନ ଖୋଲା ବଜାରରେ ୪-୫ ଲକ୍ଷ ଟଙ୍କାରେ ଉପଲବ୍ଧ ଥିଲାବେଳେ ୧୨ ଲକ୍ଷ ୯୪ ହଜାର ଟଙ୍କାରେ କିଣାହେବା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି। ସେହିପରି ଏହି ରିଏଲ ଟାଇମ ପିସିଆର ମେସିନ ରେ ବ୍ୟବହୃତ ଟେଷ୍ଟିଙ୍ଗ କିଟ ଯାହାର ବଜାର ମୂଲ୍ୟ ୭୦୦ – ୮୦୦ ଟଙ୍କା। ତାହାକୁ ୧୩୧୪ ଟଙ୍କାରେ ଔଷଧ ନିଗମ କିଣିଛି। ୨ ଲକ୍ଷ ଏହି ଭଳି ଟେଷ୍ଟିଙ୍ଗ କିଟ କିଣା ବାବଦକୁ ୨୬ କୋଟି ୮୦ ଲକ୍ଷ ଟଙ୍କା ଖର୍ଚ୍ଚ କରାଯାଇଛି।

ଅନ୍ୟ ପକ୍ଷରେ ଆଇସିଏମଆରର ଗାଇଡଲାଇନ ଅନୁସାରେ ପିପିଇ ଗୁଡିକର ଟେଷ୍ଟିଙ୍ଗ ହେବା ନିର୍ଦ୍ଦେଶ ରହିଥିଲେ ମଧ୍ୟ ରାଜ୍ୟ ସରକାର ଔଷଧ ନିଗମ ଦ୍ୱାରା କିଣାଯାଇଥିବା ପିପିଇ ଗୁଡ଼ିକୁ କୌଣସି ବୈଷୟିକ ସଂସ୍ଥା ଦ୍ୱାରା ଟେଷ୍ଟିଙ୍ଗ ନକରି ଡାକ୍ତର, ନର୍ସ ଓ ସ୍ୱାସ୍ଥ୍ୟକର୍ମୀ ମାନଙ୍କୁ ପିନ୍ଧେଇଛନ୍ତି, ଯାହା ସେମାନଙ୍କର ସୁରକ୍ଷା ନେଇ ପ୍ରଶ୍ନବାଚୀ ସୃଷ୍ଟି କରିଛି। ସରକାର ଏହାର ବିଧିବଦ୍ଧ ତଦନ୍ତ କରି ଯେଉଁ ଅଫିସରମାନେ ଏଥିରେ ସମ୍ପୃକ୍ତ ସେମାନଙ୍କ ବିରୁଦ୍ଧରେ ଦୃଢ କାର୍ୟ୍ୟାନୁଷ୍ଠାନ ନେବା ପାଇଁ କଂଗ୍ରେସ ଦାବି କରିଛି। ଶିଳ୍ପ ସଚିବ ହେମନ୍ତ ଶର୍ମାଙ୍କୁ ପରଚେଜିଂ କମିଟି ଚେୟାରମ୍ୟାନ ପଦବୀରୁ ଅପସାରଣ ଯଥେଷ୍ଟ ନୁହେଁ, ଏଥିରେ ସମ୍ପୃକ୍ତ ସେମାନଙ୍କ ବିରୁଦ୍ଧରେ ଦୃଢ କାର୍ୟ୍ୟାନୁଷ୍ଠାନ ହେବା ଆବଶ୍ୟକ ବୋଲି କଂଗ୍ରେସ ଦାବି କରିଛି।

Hot this week

ଭତ୍ତା ଅପେକ୍ଷାରେ ୭,୨୮,୭୨୯

ଭୋଟର କାର୍ଡରେ ତ୍ରୁଟିପୂର୍ଣ୍ଣ ବୟସ ଭୁବନେଶ୍ବର : ୬୦ ବର୍ଷ ପୂରଣ କରିଥିବା...

ସୁଭଦ୍ରା ନା ବାର୍ଦ୍ଧକ୍ୟ ଭତ୍ତା : ଆଶଙ୍କାରେ ୯୪ହଜାର ଆଶାୟୀ

ଓକାକ୍‌କୁ ତଥ୍ୟ ଅପଲୋଡ ନିର୍ଦେଶ ଅଯୋଗ୍ୟଙ୍କୁ ଭତ୍ତା ପ୍ରଦାନ ନିୟମ...

ଆଜି ଭାରତ-ଦକ୍ଷିଣ ଆଫ୍ରିକା ତୃତୀୟ ଟି୨୦

ଧର୍ମଶାଳା: ଟ୍ବେଣ୍ଟି୨୦ ଶୃଙ୍ଖଳାର ପ୍ରଥମ ମ୍ୟାଚ୍‌ରେ ବୋଲରଙ୍କ ସଫଳତା ବଳରେ ଘରୋଇ...

ନୂଆ ବର୍ଷରେ ନୂଆ ମୁଖ୍ୟ ସଚିବ !

ଭୁବନେଶ୍ବର : ରାଜ୍ୟର ମୁଖ୍ୟ ଶାସନ ସଚିବ ମନୋଜ ଆହୁଜାଙ୍କ କାର୍ଯ୍ୟକାଳ...

ଗମ୍ଭୀରଙ୍କ ଯୋଜନାକୁ ତିଳକଙ୍କ ସମର୍ଥନ

ଧର୍ମଶାଳା: ମୁଖ୍ୟ ପ୍ରଶିକ୍ଷକ ଗୌତମ ଗମ୍ଭୀର ଟ୍ବେଣ୍ଟି୨୦ କ୍ରିକେଟ୍‌ରେ ଭାରତୀୟ ବ୍ୟାଟିଂ...

Related Articles

Popular Categories