www.samajalive.in
Saturday, December 13, 2025
23.1 C
Bhubaneswar

କରୋନା ପ୍ରଭାବ: ବର୍ଷକ ପାଇଁ ଦେଶରେ ଲାଗୁ ହେବ ନାହିଁ କୌଣସି ନୂଆ ଯୋଜନା

ନୂଆଦିଲ୍ଲୀ :କୋଭିଡ୍‌-୧୯ ପରିପ୍ରେକ୍ଷୀରେ କେନ୍ଦ୍ର ସରକାରଙ୍କ ରାଜକୋଷ ଉପରେ ଏହାର ପ୍ରଭାବ ପଡିବା ଆରମ୍ଭ ହୋଇଛି । ଏହାକୁ ଦୃଷ୍ଟିରେ ରଖି କେନ୍ଦ୍ର ସରକାର ବିଭିନ୍ନ ଯୋଜନା ଉପରେ ହେଉଥିବା ବ୍ୟୟ ଉପରେ ରୋକ୍‌ ଲଗାଇଛନ୍ତି । ଏଥିପାଇଁ ଆସନ୍ତା ବର୍ଷକ ପାଇଁ ନୂଆ ଯୋଜନା କାର୍ଯ୍ୟକାରୀ ହେବନାହିଁ ।  ଚଳିତ ଆର୍ଥିକବର୍ଷ ଅର୍ଥାତ୍‌ ୨୦୨୧ ମାର୍ଚ୍ଚ ୩୧ ଯାଏ ​କେନ୍ଦ୍ର ସରକାର କୌଣସି ନୂଆ ଯୋଜନା ସମ୍ପର୍କରେ ଘୋଷଣା କରିବେ ନାହିଁ । ଏ ନେଇ କେନ୍ଦ୍ର ଅର୍ଥ ମନ୍ତ୍ରାଳୟ ପକ୍ଷରୁ ସମସ୍ତ ମନ୍ତ୍ରାଳୟ ଏବଂ ବିଭାଗକୁ ନିର୍ଦେଶ ଦିଆଯାଇଛି ।​‌ କରୋନା ସଂକ୍ରମଣ ଯୋଗୁ ସରକାରଙ୍କ ପକ୍ଷରୁ ଏଭଳି  ନିଷ୍ପତ୍ତି ଗ୍ରହଣ କରାଯାଇଛି ।

- Advertisement -

ଏସବୁ କଟକଣା ସତ୍ତ୍ବେ ସ୍ବତନ୍ତ୍ର ପ୍ୟାକେଜ୍‌ ନିମନ୍ତେ ପାଣ୍ଠି ଆବଣ୍ଟନ ହେବ । ​ଯେମିତିକି ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ପ୍ୟାକେଜ୍‌, ଆତ୍ମନିର୍ଭର ଭାରତ ଅଭିଯାନ ପ୍ୟାକେଜ୍‌ ଏବଂ ଅନ୍ୟ କୌଣସି ସ୍ବତନ୍ତ୍ର ପ୍ୟାକେଜ୍‌ ପାଇଁ କେନ୍ଦ୍ର ସରକାର ଏହି ସମୟରେ ପାଣ୍ଠି ଘୋଷଣା କରିପାରିବେ । ଅର୍ଥ ମନ୍ତ୍ରାଳୟ ଅଧୀନରେ ଆସୁଥିବା ବ୍ୟୟ ବିଭାଗ ପକ୍ଷରୁ ଜାରି କରାଯାଇଥିବା ଏକ ପତ୍ରରେ ଏ ସମ୍ପର୍କରେ ଉଲ୍ଲେଖ କରାଯାଇଛି । ଏହା ବ୍ୟତୀତ ଯେଉଁ ସବୁ କେନ୍ଦ୍ରୀୟ ଯୋଜନାକୁ ଅନୁମୋଦନ ଦିଆଯାଇସାରିଛି ସେଗୁଡିକ ମଧ୍ୟ ପରବର୍ତ୍ତୀ ଆଦେଶ ପର୍ଯ୍ୟନ୍ତ ଆସନ୍ତାବର୍ଷ ମାର୍ଚ୍ଚ ଯାଏ ବାତିଲ କରାଯାଇଛି ।

Hot this week

ଡାଏବେଟିସ ପାଇଁ ଆସିଲା ଇଞ୍ଜେକ୍ସନ୍

ନୂଆଦିଲ୍ଲୀ : ଡେନମାର୍କ ଔଷଧ କମ୍ପାନୀ ନୋଭୋ ନରଡିସ୍କ ଶେଷରେ ଭାରତରେ...

ତାଣ୍ଡବ ରଚିଲା ଘନ କୁହୁଡ଼ି : ଗୋଟିଏ ପରେ ଗୋଟିଏ ଛଅଟି ଗାଡ଼ି ଧକ୍କା

ସମାଜ ଲାଇଭ ଡ଼େସ୍କ : ଉତ୍ତର ପ୍ରଦେଶରେ ତାଣ୍ଡବ ରଚିଲା ଘନ...

ଫୁଟବଲର କିଙ୍ଗ୍‌ ଲିଓନେଲ୍‌ ମେସିଙ୍କୁ ଭେଟିଲେ ଶାହାରୁଖ

ସମାଜ ଡିଜିଟାଲ ଡେସ୍କ: ଆର୍ଜେଣ୍ଟିନାର କିମ୍ବଦନ୍ତୀ ଫୁଟବଲ ଷ୍ଟାର ଲିଓନେଲ୍‌ ମେସି...

ଭୟଙ୍କର ସଡ଼କ ଦୁର୍ଘଟଣା, ଟ୍ରକ୍ ଏବଂ ଅଟୋ ଧକ୍କାରେ ୩ ମୃତ

ସମାଜ ଡିଜିଟାଲ ଡେସ୍କ: ଉତ୍ତର ପ୍ରଦେଶର ଉନ୍ନାଓରେ ଏକ ଭୟଙ୍କର ସଡ଼କ...

ନୋବେଲ ବିଜେତା କାହିଁକି ବାରମ୍ବାର ହେଉଛନ୍ତି ଗିରଫ ? ପୂର୍ବରୁ ହୋଇସାରିଛନ୍ତି ୧୩ଥର

ନୂଆଦିଲ୍ଲୀ: ନୋବେଲ ପୁରସ୍କାର ବିଜେତା ନର୍ଗିସ୍ ମହମ୍ମଦୀ ଏବେ ଚର୍ଚ୍ଚାରେ ରହିଛନ୍ତି।...

Related Articles

Popular Categories