ଭିଏତନାମରେ ଆମେରିକା ଯୁଦ୍ଧ ଜାହାଜ; ଚୀନ ବିଚଳିତ

0

ଦନାଙ୍ଗ : ଆମେରିକାର ଯୁଦ୍ଧ ବିମାନ ପରିବହନକାରୀ ଯୁଦ୍ଧ ଜାହାଜ ଭିଏତନାମର ଦନାଙ୍ଗ ବନ୍ଦରରେ ପହଞ୍ଚିଛି। ସୋମବାର ଆମେରିକାର ଯୁଦ୍ଧଜାହାଜ କାର୍ଲ ଭିନସନ ସମେତ ୩ଟି ଯୁଦ୍ଧ ଜାହାଜ ୫୦୦୦ ନୌସୈନିକଙ୍କ ସହିତ ଦାନଙ୍ଗ ବନ୍ଦରରେ ପହଞ୍ଚିବା ପରେ ଚୀନ ବିଚଳିତ ହୋଇପଡିଛି। ଦକ୍ଷିଣ ଏସିଆ ମହାଦେଶରେ ଆମେରିକାର ଏହା ସବୁଠାରୁ ବଡ ସାମରିକ ଉପସ୍ଥିତି। ଦକ୍ଷିଣ ଚୀନ ସାଗରରେ ଚୀନ ଆଧିପତ୍ୟ ବିସ୍ତାର କରିଚାଲିଥିବାବେଳେ ଏଥିରେ ରୋକ ଲଗାଇବାକୁ ଆମେରିକା ଏପରି ପଦକ୍ଷେପ ନେଇଥିବା ଜଣାଯାଇଛି। ଚୀନ ଭଳି ଶତ୍ରୁକୁ ମୁକାବିଲା କରିବା ପାଇଁ ଭିଏତନାମ ସହିତ ଆମେରିକାର ସମ୍ପର୍କକୁ ନିବିଡ କରିବା ଏହାର ଅନ୍ୟତମ ଲକ୍ଷ୍ୟ। କାର୍ଲ ଭିନସନ ସହିତ ଆମେରିକାର ଗୋଟିଏ ଲେଖାଏଁ କ୍ୟୁରସର ଓ ଡେଷ୍ଟ୍ରୟର ଯୁଦ୍ଧଜାହାଜ ସାମିଲ ହୋଇଛି।

Leave A Reply