www.samajalive.in
Wednesday, December 10, 2025
16.1 C
Bhubaneswar

ସାଂସ୍କୃତିକ ଗୃହ ଓ ହାଟ ଚାଳି ନିର୍ମାଣରେ ବ୍ୟାପକ ଅନିୟମିତତା ଅଭିଯୋଗ

ବଡ଼ସାହି: ମୟୂରଭଞ୍ଜ ଜିଲାରେ ସ୍ୱତନ୍ତ୍ର ଆଦିବାସୀ ଉନ୍ନୟନ ପରିଷଦ ଗଠନ ହେବା ପରେ ଆଦିବାସୀମାନଙ୍କର ସଂସ୍କୃତି ଓ ଅଞ୍ଚଳର ବିକାଶ ପାଇଁ ପରିଷଦ କାର୍ଯ୍ୟ କରି ଆସୁଛି। ଏହାର ପ୍ରଥମ ଅଧ୍ୟକ୍ଷ ଭାବେ ଡା ଦେବାଶିଷ ମାରାଣ୍ଡିଙ୍କୁ ସରକାରଙ୍କ ପକ୍ଷରୁ ନିଯୁକ୍ତି ଦିଆଯିବା ପରେ ଜିଲା ତମାମ ସାଂସ୍କୃତିକ ଗୃହ, ହାଟ ଚାଳ ଓ ଜାହିରା ଆଦି ବିଭିନ୍ନ ପ୍ରକାର ଉନ୍ନୟନ କାମ ହୋଇଛି। ଏପରିକି ସେମାନଙ୍କ ପରମ୍ପରା ଓ ସଂସ୍କୃତିକୁ ବଞ୍ଚାଇ ରଖିବା ପାଇଁ ବିଭିନ୍ନ ଜାତିର ବିଭିନ୍ନ ପରମ୍ପରା ଅନୁସାରେ ସେମାନଙ୍କର ଆବଶ୍ୟକ ପାରମ୍ପାରିକ ଜିନିଷ ଯୋଗାଇ ଦିଆଯାଇଛି। ଏହି ଉନ୍ନତି ମୂଳକ କାମ ଗୁଡିକ ବାରିପଦା ଆଇଟିଡିଏ ମାଧ୍ୟମରେ କାର୍ଯ୍ୟକାରୀ ହେଉଥିବାର ଜଣାଯାଇଛି। ତେବେ ବର୍ତ୍ତମାନ ବଡସାହି ବ୍ଲକ ଅଧୀନରେ କାର୍ଯ୍ୟକାରୀ ହେଉଥିବା ପ୍ରକଳ୍ପ ଗୁଡ଼ିକରେ ଅନିୟମିତତା ଅଭିଯୋଗ ହୋଇଛି।

ନିର୍ମାଣାଧୀନ ୨ଟି ସାଂସ୍କୃତିକ ଗୃହ ଓ ଏକ ହାଟ ପିଣ୍ଡି ନିର୍ମାଣରେ ବିଭିନ୍ନ ପ୍ରକାର ଅନିୟମିତତା ଅଭିଯୋଗ ଆସିଛି। କାର୍ଯ୍ୟକାରୀ ହେଉଥିବା କିଛି କାମ ଗୁଡିକ ବିଭାଗୀୟ ଭାବେ ବିନା ଲେ-ଆଉଟରେ ହେଉଥିବା ବେଳେ କୌଣସି ଦିନ ବିଭାଗୀୟ ଯନ୍ତ୍ରୀ କି ସହକାରୀ ଯନ୍ତ୍ରୀ ଉପସ୍ଥିତି ନଥିବା ଜଣାପଡ଼ିଛି। କୋଚିଳାଖଣ୍ଟା ପଞ୍ଚାୟତ ବାଘମରା ଓ ଶିଆଳିଘାଟୀ ପଞ୍ଚାୟତ ଭଞ୍ଜବାଟୀ ଗ୍ରାମରେ ଆଦିବାସୀ ଉନ୍ନୟନ୍ନ ପରିଷଦ ପକ୍ଷରୁ ୨୦୧୮-୧୯ ଆର୍ଥିକ ବର୍ଷରେ ୫ଲକ୍ଷ ଟଙ୍କା ଲେଖାଏଁ ବ୍ୟୟ ଅଟକଳରେ ସାଂସ୍କୃତିକ ଗୃହ ନିର୍ମାଣ କାମ ହେଉଛି। ମାତ୍ର ଏହି କାମ ଗୁଡିକରେ ବିଭାଗୀୟ ଯନ୍ତ୍ରୀ ଲେ-ଆଉଟ ଦେଇ ନ ଥିବା ବେଳେ କୌଣସି ଦିନ କାମ ସ୍ଥଳକୁ ଆସି ନାହାନ୍ତି। କାମ ଗୁଡିକ କିପରି, କିଏ ଓ କାହା ଇଙ୍ଗିତରେ ଚାଲିଛି, ତାହାକୁ ନେଇ ଉଠିଛି ପ୍ରଶ୍ନ। ବିନା ଯନ୍ତ୍ରୀରେ ବାଘମରା ପ୍ରକଳ୍ପଟିର ଛାତ ପଡି ସାରି ଥିବା ବେଳେ ଭଞ୍ଜବାଟି କାମଟି ଛାତ ଲେବୁଲ ଯାଏଁ ହୋଇଛି। ଏ ସମ୍ପର୍କରେ ବ୍ଲକ ଦାୟିତ୍ୱରେ ଥିବା ବିଭାଗୀୟ ଯନ୍ତ୍ରୀ ସନ୍ତୋଷ କୁମାର ଦାସଙ୍କୁ ପଚାରିବାରୁ ସେ କହନ୍ତି, ‘ଜାନୁୟାରୀ ୧୨ ତାରିଖରୁ ବଡସାହି ବ୍ଲକ୍‍ ଚାର୍ଜ ନେବା ପରେ ମାର୍ଚ୍ଚରୁ ତାଲାବନ୍ଦ ପରଠାରୁ ବଡ଼ସାହି ବ୍ଲକକୁ ଯାଇନାହିଁ କି, କୌଣସି କାମ ଆରମ୍ଭ କରିନି। ଯଦି କିଛି କୌଣସି ଅଭିଯୋଗ ଅଛି ତୁରନ୍ତ ତାକୁ ନିଉଜ କରନ୍ତୁ’। ଖୋଦ ବ୍ଲକ୍‍ ଦାୟିତ୍ୱରେ ଥିବା ଯନ୍ତ୍ରୀଙ୍କ ପାଖରେ ନିର୍ମାଣାଧୀନ ପ୍ରକଳ୍ପ ସମ୍ପର୍କରେ ଖବର ନ ଥିବାରୁ ଠିକାଦାର ନିଜକୁ ସୁହାଇବା ପରି ନିମ୍ନ ମାନର ଇଟା, ସିମେଣ୍ଟ ଓ ରଡ ବ୍ୟବହାର କରି କାମ ଗୁଡିକ କରୁଥିବା ସମ୍ପୃକ୍ତ ଗ୍ରାମବାସୀ ପିଏ ଆଇଟିଡ଼ିଏଙ୍କ ନିକଟରେ ଅଭିଯୋଗ କରିଛନ୍ତି।

- Advertisement -

ସେହିପରି ମୂଳଦୁଆ ଓ ଢଳେଇ କାମରେ ମଧ୍ୟ ଚିପ୍ସ, ବାଲି ଓ ସିମେଣ୍ଟ ଭାଗ ମାପରେ ବ୍ୟାପକ ଅନିୟମିତତା କରାଯାଇଛି। ଯାହା ଫଳରେ ଏହି ଘର ଗୁଡିକର ସ୍ଥାୟିତ୍ୱ ନେଇ ଅଭିଯୋଗ ଉଠିଛି। ଭଞ୍ଜବାଟି କାମରେ ସୂଚନା ଫଳକ ଥିବା ବେଳେ ବାଘମରା କାମରେ ଅଦ୍ୟାବଧି ସୂଚନା ଫଳକ ମଧ୍ୟ ନିର୍ମାଣ ହୋଇ ନାହିଁ। ସବୁଠାରୁ ଆଶ୍ଚର୍ଯ୍ୟର କଥା କାମଟି ବିଭାଗୀୟ ଭାବେ ହେଉଥିବା ବେଳେ ଯନ୍ତ୍ରୀ କି ସହକାରୀ ଯନ୍ତ୍ରୀଙ୍କ ପାଖରେ ସୂଚନା ନାହିଁ। ଆଶ୍ଚର୍ଯ୍ୟର ବିଷୟ ବାଘମରା ଛାତ ଢଳେଇ ଦିନ ଜଣେ ବେସରକାରୀ ବ୍ୟକ୍ତି କାରରେ ଆସି ଅଳ୍ପ ସମୟ ରହି ଫେରି ଯାଇଥିବାର ଶ୍ରମିକମାନେ ପ୍ରକାଶ କରିଛନ୍ତି। ଯନ୍ତ୍ରୀ ଓ କି ସହକାରୀ ଯନ୍ତ୍ରୀଙ୍କ ପାଖରେ କାମ ସମ୍ପର୍କରେ ସୂଚନା ନଥିବା ବେଳେ କାମ ଦେଖିବାକୁ ଆସିଥିବା ଏହି ବେସରକାରୀ ଲୋକ ଜଣଙ୍କ ଅନିୟମିତତାର ମୂଳ ସୁତ୍ରଧର ବୋଲି ଗ୍ରାମବାସୀ ଅଭିଯୋଗରେ ଦର୍ଶାଇଛନ୍ତି। ସେହିପରି ୫ଲକ୍ଷ ଟଙ୍କା ବ୍ୟୟ ଅଟକଳରେ ଭୀମଦା ପଞ୍ଚାୟତ ଚେଙ୍ଗୁଆ ମଙ୍ଗଳପୁର ହାଟରେ ମଧ୍ୟ ଏକ ହାଟ ପିଣ୍ଡି ନିର୍ମାଣର ମୂଳଦୁଆ ପଡିଛି। ତେବେ ଅଭିଯୋଗ ପରେ ଏହି କାମ ବନ୍ଦ ହୋଇଛି। ତାର ସୂଚନା ମଧ୍ୟ ବିଭାଗୀୟ ଅଧିକାରୀଙ୍କ ପାଖରେ ନାହିଁ।

Hot this week

ଆଇପିଏଲ୍‌ ନିଲାମ ତାଲିକାରେ ୩୫୦ ଖେଳାଳି

ନୂଆଦିଲ୍ଲୀ: ଇଣ୍ଡିଆନ୍‌ ପ୍ରିମିୟର ଲିଗ୍‌ (ଆଇପିଏଲ୍‌)ର ୨୦୨୬ ସଂସ୍କରଣ ଲାଗି ମିନି...

ଓଡ଼ିଶା ମାଷ୍ଟର୍ସ ବ୍ୟାଡ୍‌ମିଣ୍ଟନ ଟୁର୍ଣ୍ଣାମେଣ୍ଟ ଆରମ୍ଭ

କଟକ: କଟକର ଜବାହରଲାଲ ନେହେରୁ ଇନ୍‌ଡୋର ଷ୍ଟାଡିୟମ୍‌ରେ ଅନ୍ତର୍ଜାତୀୟ ବ୍ୟାଡ୍‌ମିଣ୍ଟନ ଟୁର୍ଣ୍ଣାମେଣ୍ଟ...

ବୁଧବାର ରାଶିଫଳ: କର୍ମକ୍ଷେତ୍ରରୁ ଅପୂର୍ବ ସଫଳତା ପାଇବେ ଏହି ଦୁଇ ରାଶି

ମେଷ: ଆଜି ଦିନଟି ଆପଣଙ୍କ ପାଇଁ ଅତ୍ୟନ୍ତ ସୁଖଦାୟକ ହେବ। କର୍ମ କ୍ଷେତ୍ରରୁ...

ରାଖେଲଗୁଡ଼ା-ଏମ୍‌ଭି-୨୬ ଗାଁରେ ଉତ୍ତେଜନା ଘଟଣା: ମାଟି ମୁଣ୍ଡ ଲଗାଇ କଲେ ଅନ୍ତିମ ସଂସ୍କାର

ମାଟି ମୁଣ୍ଡ ଲଗାଇ କଲେ ଅନ୍ତିମ ସଂସ୍କାର ମାଲକାନଗିରି/କୋରୁକୋଣ୍ଡା: ମାଲକାନଗିରି ଜିଲା ପୋଟେରୁ...

ଧାନ ରଖି ଚାଷୀଙ୍କ ରାଜପଥ ଅବରୋଧ: ପୁଲିସ ସହ ଧସ୍ତାଧସ୍ତି, ୩ ଘଣ୍ଟା ଯାତାୟାତ ବନ୍ଦ

ଅତାବିରା/ରେଙ୍ଗାଲିକ୍ୟାମ୍ପ, : ମଣ୍ଡି ଗୁଡିକରେ ମନ୍ଥର ଗତିରେ ଧାନ ଉଠୁଥିଲା। ମଣ୍ଡିରୁ...

Related Articles

Popular Categories