www.samajalive.in
Wednesday, December 10, 2025
14.1 C
Bhubaneswar

ବଲାଙ୍ଗିର ଜିଲାରେ ୮୯ ସଂକ୍ରମିତ, ୮୦ ସକ୍ରିୟ

ବଲାଙ୍ଗିର/ଟିଟିଲାଗଡ଼: ଆଜି ସରକାରଙ୍କ ତରଫରୁ ଘୋଷଣା କରାଯାଇଥିବା ୭ଜଣ କରୋନା ପଜିଟିଭ ପରେ ଜିଲାରେ ଆକ୍ରାନ୍ତଙ୍କ ସଂଖ୍ୟା ୮୯ରେ ପହଞ୍ଚିଛି। ସେଥି ମଧ୍ୟରୁ ୯ଜଣ ଭଲ ହୋଇଥିବା ବେଳେ ୮୦ଜଣ ସକ୍ରିୟ ଚିକିତ୍ସାଧୀନ ଥିବା ଜଣାପଡ଼ିଛି। ଟିଟିଲାଗଡ ବ୍ଲକ ଅଂଚଳରେ ମଙ୍ଗଳବାର ୭ ଜଣ କରୋନାରେ ଆକ୍ରାନ୍ତ ହୋଇଥିବା ସୁଚନା ମିଳିଛି। ଏନେଇ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଖୋଲାନ ସିଏଚସି ଅଧିକାରୀ ଡା. ମିନିକେତନ କିଷାନଙ୍କ ନେତୃତ୍ୱରେ ବିଭିନ୍ନ ଗ୍ରାମକୁ ଯାଇ ଆକ୍ରାନ୍ତଙ୍କୁ ଚିକିତ୍ସା ପାଇଁ ବଲାଙ୍ଗିର କୋଭିଡ ଡାକ୍ତରଖାନାକୁ ପଠାଯାଇଥିବା ଜଣାଯାଇଛି। ଅନ୍ୟପକ୍ଷରେ ବ୍ଲକ ଅଂଚଳରେ ଆକ୍ରାନ୍ତଙ୍କ ସଂଖ୍ୟା ୨୪କୁ ଛୁଇଁଛି। ଆଜି ଅଦାବାହାଲ ଗ୍ରାମପଂଚାୟତର ୬ ଜଣ ତଥା ସୁର୍ଡାର ଜଣେ ଆକ୍ରାନ୍ତ ଚିହ୍ନଟ ହୋଇଥିବା ଜଣାଯାଇଛି। ସମସ୍ତ ଆକ୍ରାନ୍ତ ସଙ୍ଗରୋଧ କେନ୍ଦ୍ରରୁ ମୁକ୍ତ ହୋଇ ଗୃହ ସଙ୍ଗରୋଧରେ ଥିବା ଜଣାଯାଇଛି। ସ୍ୱାସ୍ଥ୍ୟ ବିଭାଗ ଟିମଙ୍କ ଯାଂଚ ସମୟରେ ସୁର୍ଡାର ଆକ୍ରାନ୍ତ ପ୍ରାୟ ୪୦ ଜଣ ଶ୍ରମିକଙ୍କ ସହ ମୁମ୍ବାଇରୁ ଫେରିଥିବା କହିଥିବା ଜଣାଯାଇଛି। ଅପରପକ୍ଷରେ ପୁର୍ବରୁ ବ୍ଲକ ଅନ୍ତର୍ଗତ ଅଦାବାହାଲରେ ଜଣେ ଚିହ୍ନଟ ହୋଇଥିବା ବେଳେ ଆଜି ୬କୁ ମିଶାଇ ସଂଖ୍ୟା ୭କୁ ବୃଦ୍ଧି ପାଇଛି। ସେହିପରି ସୁର୍ଡାରେ ଆକ୍ରାନ୍ତଙ୍କ ସଂଖ୍ୟା ୨କୁ ବୃଦ୍ଧି ପାଇଛି।

ପୂର୍ବରୁ ସିଲୁଅ ଗ୍ରାମପଂଚାୟତରେ ୧୨, ବିନେକେଲାରେ ୨, କୁର୍ସୁଡରେ ଜଣେ ଲେଖାଏଁ ଆକ୍ରାନ୍ତ ଚିହ୍ନଟ ହୋଇଥିବା ଜଣାଯାଇଛି। ଏନେଇ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ କନ୍ଟାକ୍ଟ ଟ୍ରେସିଙ୍ଗ ଆରମ୍ଭ ହୋଇଛି। ଅନ୍ୟପକ୍ଷରେ ଏକାଧିକ କରୋନା ସଂକ୍ରମିତ ଚିହ୍ନଟ ହୋଇଥିବା ଗ୍ରାମଗୁଡିକୁ ପ୍ରଶାସନ ପକ୍ଷରୁ କନ୍ଟେନମେନ୍ଟ କରିବା, ବିଶୋଧନ କରିବାରେ ଅବହେଲା ପ୍ରଦର୍ଶନ କରାଯାଉଥିବା ଅଭିଯୋଗ ହୋଇଛି। ଉପଜିଲାପାଳଙ୍କ ନିର୍ଦ୍ଦେଶ ସତ୍ୱେ ଅଦ୍ୟାବଧି ସେମାନଙ୍କ ଗାଁକୁ ବିଶୋଧନ ପାଇଁ ଅଗ୍ନିଶମ ବିଭାଗ କିମ୍ବା ପୁଲିସ ପ୍ରଶାସନ ପହଂଚିନଥିବା ଅଭିଯୋଗ ହୋଇଛି।

Hot this week

ବାରବାଟୀରେ ଭାରତର ବିରାଟ ବିଜୟ

କଟକ -   ବାରବାଟୀରେ ଭାରତର ବିରାଟ ବିଜୟ । ଦକ୍ଷିଣ ଆଫ୍ରିକାକୁ...

ଛାତ୍ରଙ୍କୁ ରାଗିଂ: ଡ୍ରଗ୍ସ ନେବାକୁ ବାଧ୍ୟ କଲେ, ପାଇଖାନା ଚଟାଣ ଚଟାଇଲେ

ପିପିଲି: ରାଜ୍ୟର ଏକ ପ୍ରମୁଖ ଘରୋଇ ବିଶ୍ୱବିଦ୍ୟାଳୟ ଅଧୀନରେ ଥିବା ରାଜଧାନୀ...

ଦକ୍ଷିଣ ଆଫ୍ରିକାକୁ ୧୭୬ ରନର ଟାର୍ଗେଟ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭ୍ରମଣକାରୀ ଦକ୍ଷିଣ ଆଫ୍ରିକାକୁ ୧୭୬...

ଭାରତର ପଞ୍ଚମ ଓ୍ୱିକେଟ ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତର ପଞ୍ଚମ ଓ୍ୱିକେଟ ପତନ...

ଭାରତର ତୃତୀୟ ଓ୍ୱିକେଟର ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତକୁ ତୃତୀୟ ଓ୍ୱିକେଟ୍‌ର ପତନ...

Related Articles

Popular Categories