ଆପଣାନ୍ତୁ ପ୍ଲାଷ୍ଟିକର ବିକଳ୍ପ, ଜୀବନ ଓ ପରିବେଶ ପାଇଁ ହିତକାରକ

0

ନୂଆଦିଲ୍ଲୀ : ପରିବେଶ ପ୍ରଦୂଷଣ ଏବେ ସମଗ୍ର ବିଶ୍ୱରେ ଚିନ୍ତାର କାରଣ ହୋଇଛି। ପ୍ଲାଷ୍ଟିକ ଭଳି ପଦାର୍ଥ ପରିବେଶ ପ୍ରଦୂଷଣ ବୃଦ୍ଧିକୁ ଅତି ଜଟିଳ କରୁଥିବାରୁ ଅନେକ ଅନ୍ତର୍ଜାତୀୟ ସଂଗଠନ ଏହାର ବ୍ୟବହାର ଉପରେ ରୋକ୍‍ ଲଗାଇବାକୁ ପ୍ରୟାସ କରିଆସୁଛନ୍ତି। ଏହି କ୍ରମରେ ଚଳିତ ବର୍ଷ ବିଶ୍ୱ ପରିବେଶ ଦିବସର ପ୍ରସଙ୍ଗ (ଥିମ) ‘ପ୍ଲାଷ୍ଟିକ ପ୍ରଦୂଷଣକୁ ହରାଅ’ ରଖାଯାଇଥିଲା। ପ୍ଲାଷ୍ଟିକ ବ୍ୟବହାର ଦିନକୁ ଦିନ ବଢି ବଢି ଚାଲିଥିବାବେଳେ ଦୈନନ୍ଦିନ ଜୀବନରେ ପ୍ଲାଷ୍ଟିକ୍‍ ବ୍ୟବହାରକୁ ରୋକିବା ପାଇଁ ଏହାର ବିକଳ୍ପ ଖୋଜା ଚାଲିଛି। ନିକଟରେ ପ୍ଲାଷ୍ଟିକ୍‍ର ବିକଳ୍ପ ବାଛିବା ପାଇଁ ଏକ ସର୍ବେକ୍ଷଣ କରାଯାଇଥିଲା। ଜାଣନ୍ତୁ ସର୍ବେକ୍ଷଣରେ ପ୍ଲାଷ୍ଟିକ ବ୍ୟବହାର ରୋକିବାକୁ ଲୋକେ କ’ଣ ମତାମତ ଦେଇଥିଲେ।
୧- ଦୈନନ୍ଦିନ ବ୍ୟବହାର କରୁଥିବା ବିଭିନ୍ନ ସାବୁନ, ସାମ୍ପୋ, ଫେସକ୍ରିମ ଆଦି ଜିନିଷ ବ୍ୟବହାର ବନ୍ଦ କରିବା ଦରକାର। ଏହା ବଦଳରେ ଘରେ ପ୍ରସ୍ତୁତ କରିଥିବା ବିଭିନ୍ନ ଘରୋଇ ଜିନିଷର ବ୍ୟବହାର କରିବା ଦରକାର। ଏହି ମନୋଭାବ ରଖିଲେ, ଆମେ ପ୍ଲାଷ୍ଟିକ ବ୍ୟବହାର ଦୂର କରିପାରିବା ବୋଲି ଅନନ୍ୟା ଆନନ୍ଦ କହିଛନ୍ତି।
୨- ପ୍ରତିମା ବେହେଲ ନାମକ ଏକ ଗୃହୁଣୀଙ୍କ ମତରେ ନିଜକୁ ସବୁବେଳେ ଏକ କ୍ଷୀର ବାଲା ସହ ତୁଳନା କର। କାରଣ, ବଜାରରେ ପ୍ଲାଷ୍ଟିକ ବ୍ୟବହାର ଅଧିକ ପରିମାଣ ହେଉଥିଲେ ମଧ୍ୟ କ୍ଷୀର ବାଲା ଟିଣ ଡବାରେ ହିଁ କ୍ଷୀର ଆଣିଥାଏ।
୩- ଘରେ ବ୍ୟବହୃତ ହେଉଥିବା ଛୁରୀ, ଚାମଚ, ଗିନା, ଗ୍ଲାସ ଆଦି ପ୍ଲାଷ୍ଟିକ ଜିନିଷ ବନ୍ଦ କରି କଂସା କିମ୍ବା ଷ୍ଟିଲର ଜିନିଷ ବ୍ୟବହାର କରିବା ଦରକାର ବୋଲି ତନୁଶ୍ରୀ ସିଂ କହିଛନ୍ତି।
୪- ରୂପାମୁଦ୍ରା କଟକୀ କହିବା ମୁତାବକ, ପ୍ଲାଷ୍ଟିକ ବଟଲର ବ୍ୟବହାର ବହୁଳ ଭାବରେ କରାଯିବାର ଦେଖାଯାଉଛି। ତେଣୁ ପ୍ଲାଷ୍ଟିକ ବଟଲର ବ୍ୟବହାର ଦିନକୁ ଦିନ କମାଇବା ଦରକାର।
୫- ନାଇଲନ ପୋଷାକ ପିନ୍ଦିବା ବଦଳରେ ଖଦିର ପୋଷାକ ପିନ୍ଦିବା ଦରକାର ବୋଲି ସଙ୍ଗିତା ସୋନୀ କହିଛନ୍ତି।

Leave A Reply