ଭୁବନେଶ୍ୱର : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି ଯେ ଓଡ଼ିଶାର ଜନସାଧାରଣ ତଥା ବିଶ୍ୱର ବିଭିନ୍ନ ସ୍ଥାନରେ ଥିବା ଓଡ଼ିଆମାନେ ଆମର କୋଭିଡ୍ ଯୋଦ୍ଧାମାନଙ୍କ ନିଷ୍ଠା, ତ୍ୟାଗ ଓ ସେବାକୁ ସମ୍ମାନ ଜଣାଇ ‘ବନ୍ଦେ ଉତ୍କଳ ଜନନୀ’ ସଂଗୀତ ଗାନ କରି ଅଭୂତପୂର୍ବ ଉତ୍ସାହ ପ୍ରଦର୍ଶନ କରିଛନ୍ତି। ଆମ କୋଭିଡ୍ ଯୋଦ୍ଧାମାନଙ୍କୁ କୃତଜ୍ଞତା ଜଣାଇ ଲକ୍ଷ ଲକ୍ଷ ଓଡ଼ିଆ ଏକ ସ୍ୱରରେ ଏହି ପରିବେଷଣ କରିଥିବାରୁ ଓଡ଼ିଶା ପ୍ରତି ସମଗ୍ର ବିଶ୍ୱ ଆକର୍ଷିତ ହୋଇଛି। ସମାଜର ସମସ୍ତ କ୍ଷେତ୍ରରୁ ଲୋକମାନଙ୍କର ଐକ୍ୟବଦ୍ଧତା କରୋନା ମହାମାରୀ ବିରୁଦ୍ଧରେ ଆମର ସଂଗ୍ରାମକୁ ଅଧିକ ସଶକ୍ତ କରିବ ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାକ ପ୍ରକାଶ କରିଛନ୍ତି।
ଲୋକଙ୍କ ଐକ୍ୟବଦ୍ଧତା କରୋନା ମହାମାରୀ ବିରୁଦ୍ଧରେ ଆମର ସଂଗ୍ରାମକୁ ଅଧିକ ସଶକ୍ତ କରିବ:ମୁଖ୍ୟମନ୍ତ୍ରୀ
Popular Categories



