www.samajalive.in
Wednesday, December 10, 2025
17.1 C
Bhubaneswar

ପୁରୀରୁ ଗୁରୁଣ୍ଡି ଗୁରୁଣ୍ଡି ବଦ୍ରିନାଥ ଧାମ ; ହଠଯୋଗୀଙ୍କ ଅଦ୍ଭୁତ ସଂକଳ୍ପ

ଝାରସୁଗୁଡ଼ା/ସମ୍ବଲପୁର : ପ୍ରଚଣ୍ଡ ଖରା ହେତୁ ଅଧ କିଲୋମିଟର ଚାଲିବା ମଧ୍ୟ କଷ୍ଟକର। ଏଭଳି କଠିନ ପରିସ୍ଥିତିରେ ୧୯୦୦କିଲୋମିଟର ଗୁରୁଣ୍ଡି ଗୁରୁଣ୍ଡି ଯିବା ପାଇଁ ଏକନିଷ୍ଠ ସଂକଳ୍ପ କରି ଯାତ୍ରା ଜାରି ରଖିଛନ୍ତି ଜଣେ ସାଧୁ। ସେ ହେଉଛନ୍ତି ଅଯୋଧ୍ୟା ନିବାସୀ ବାବା ରାମ ଦାସ। ପ୍ରାୟ ୭ମାସ ପୂର୍ବରୁ ସେ ପୁରୀ ଆସିଥିଲେ ଜଗନ୍ନାଥ ଦର୍ଶନ ପାଇଁ। ସେଠାରୁ ସାଷ୍ଟାଙ୍ଗ ପ୍ରଣିପାତ କରି କରି ବଦ୍ରିନାଥ ଧାମ ଯିବା ପାଇଁ ବାହାରିଛନ୍ତି। ସାଧୁ ଜଣକ ଭୂମିରେ ଲମ୍ବ ହୋଇ ସାଷ୍ଟାଙ୍ଗ ପ୍ରଣିପାତ କରନ୍ତି। ହାତ ଯେତିକି ଦୂର ଯାଏ ସେଠାରେ ଗୋଟିଏ ଘଣ୍ଟି ରଖି ଦିଅନ୍ତି। ପୁଣି ସେଠାରୁ ସାଷ୍ଟାଙ୍ଗ ପ୍ରଣିପାତ କରନ୍ତି। କିଛି ବାଟ ଗଲା ପରେ ସାଥିରେ ଥିବା ତାଙ୍କ ରିକ୍ସାଟି ନେବା ପାଇଁ ଚାଲି ଚାଲି ଫିରନ୍ତି। ପୁଣି ଚିହ୍ନ ଦେଇଥିବା ସ୍ଥାନରେ ପହଞ୍ଚିଲେ ରିକ୍ସା ରଖିଦେଇ ଅନୁୁରୂପ ପ୍ରଣିପାତ କରି ଆଗକୁ ବଢ଼ନ୍ତି।

ରାସ୍ତାରେ କେହି ଅଟକାଇ ଛାଇରେ ବସାଇବା ସହିତ ପାଣି ମନ୍ଦେ ଦେଲେ ଭଲ ନ ହେଲେ ସେ କାହାରି ଠାରୁ କିଛି ଆଶା କରନ୍ତି ନାହିଁ। ସେ କହନ୍ତି ବିଶ୍ବ କଲ୍ୟାଣ ସକାଶେ ଜଗନ୍ନାଥ ସ୍ବାମୀ ଏହି ଆଦେଶ ଦେଇଥିବାରୁ ବାହାରିଛି। କଷ୍ଟ ହେଉଛି କି ବୋଲି ପଚାରିବା ବେଳକୁ ସାମାନ୍ୟ ହସି ଦେଇ ଉପରକୁ ମୁହଁ କରି କୁହନ୍ତି ସିଏ ଥି​​‌ଲେ କି କଷ୍ଟ। ଗତ ୬ମାସ ୨୨ଦିନ ହେଲା ସେ କେବଳ ୩୦୦କିଲୋମିଟର ପୁରୀରୁ ସମ୍ବଲପୁର ଆସି ପାରିଥିବା ବେ​‌​‌ଳେ କେବେ ବଦ୍ରିନାଥ ଧାମ ପହଞ୍ଚିବେ ସେ ଖୋଦ୍ ଜାଣନ୍ତି ନାହିଁ। ହେଲେ ଦିନେ ନା ଦିନେ ନିଶ୍ଚୟ ପହଞ୍ଚିବେ ବୋଲି ତାଙ୍କର ଦୃଢ଼ ବିଶ୍ବାସ।

Hot this week

ବାରବାଟୀରେ ଭାରତର ବିରାଟ ବିଜୟ

କଟକ -   ବାରବାଟୀରେ ଭାରତର ବିରାଟ ବିଜୟ । ଦକ୍ଷିଣ ଆଫ୍ରିକାକୁ...

ଛାତ୍ରଙ୍କୁ ରାଗିଂ: ଡ୍ରଗ୍ସ ନେବାକୁ ବାଧ୍ୟ କଲେ, ପାଇଖାନା ଚଟାଣ ଚଟାଇଲେ

ପିପିଲି: ରାଜ୍ୟର ଏକ ପ୍ରମୁଖ ଘରୋଇ ବିଶ୍ୱବିଦ୍ୟାଳୟ ଅଧୀନରେ ଥିବା ରାଜଧାନୀ...

ଦକ୍ଷିଣ ଆଫ୍ରିକାକୁ ୧୭୬ ରନର ଟାର୍ଗେଟ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭ୍ରମଣକାରୀ ଦକ୍ଷିଣ ଆଫ୍ରିକାକୁ ୧୭୬...

ଭାରତର ପଞ୍ଚମ ଓ୍ୱିକେଟ ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତର ପଞ୍ଚମ ଓ୍ୱିକେଟ ପତନ...

ଭାରତର ତୃତୀୟ ଓ୍ୱିକେଟର ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତକୁ ତୃତୀୟ ଓ୍ୱିକେଟ୍‌ର ପତନ...

Related Articles

Popular Categories