www.samajalive.in
Tuesday, December 9, 2025
17.1 C
Bhubaneswar

ଦିଲ୍ଲୀ–ଏନସିଆରରେ ଭୂକମ୍ପ ଝଟକା

ନୂଆଦିଲ୍ଲୀ : ଦିଲ୍ଲୀ –ଏନସିଆର ଓ ଏହାର ଆଖପାଖ ଅଞ୍ଚଳରେ ଶୁକ୍ରବାର ରାତି ପ୍ରାୟ ୯ଟା ବେଳେ ଭୂକମ୍ପ ଝଟକା ଅନୁଭୂତ ହୋଇଛି। ହରିୟାଣାର ରୋହତକରେ ଏହାର କେନ୍ଦ୍ର ଥିବାବେଳେ ରିକ୍ଟର ସ୍କେଲରେ ଏହାର ତିବ୍ରତା ୪.୬ ବୋଲି ଜଣାପଡିଛି।
ମିଳିଥିବା ସୂଚନା ଅନୁଯାୟୀ, ରାତି ୯ଟା ୮ ମିନିଟରେ ଭୂମିକମ୍ପର ଝଟକା ଦେଖିବାକୁ ମିଳିଛି। ଦିଲ୍ଲୀ –ଏନସିଆର ଅଞ୍ଚଳରେ ଭୂମିକମ୍ପ ୧୦ ସେକେଣ୍ଡ ପର୍ଯ୍ୟନ୍ତ ଅନୁଭୂତ ହୋଇଥିଲା। ଭୂକମ୍ପ ହରିୟାଣା, ପଞ୍ଜାବ, ଉତ୍ତରପ୍ରଦେଶର ନୋଏଡା, ଗଜିଆବାଦ ଆଦି ଅଞ୍ଚଳରେ ମଧ୍ୟ ଅନୁଭୂତ ହୋଇଥିଲା। ଏହି ଭୂ-କମ୍ପ ଯୋଗୁ କୌଣିସି ସ୍ଥାନରେ କ୍ଷୟକ୍ଷତି ହୋଇଥିବା ଜଣାପଡି ନାହିଁ। ଯଦିଓ ଏହାର ତିବ୍ରତା ଅଧିକ ନଥିଲା, ମାତ୍ର ଲୋକଙ୍କ ମଧ୍ୟରେ ଆତଙ୍କ ଖେଳିଯାଇଛି। ଏଠାରେ ସୂଚନା ଯୋଗ୍ୟ ଚଳିତ ମାସରେ ପୂର୍ବରୁ ମଧ୍ୟ ଭୂ-କମ୍ପ ଝଟକା ଦେଖାଯାଇଥିଲା।

Hot this week

ବାରବାଟୀରେ ଭାରତର ବିରାଟ ବିଜୟ

କଟକ -   ବାରବାଟୀରେ ଭାରତର ବିରାଟ ବିଜୟ । ଦକ୍ଷିଣ ଆଫ୍ରିକାକୁ...

ଛାତ୍ରଙ୍କୁ ରାଗିଂ: ଡ୍ରଗ୍ସ ନେବାକୁ ବାଧ୍ୟ କଲେ, ପାଇଖାନା ଚଟାଣ ଚଟାଇଲେ

ପିପିଲି: ରାଜ୍ୟର ଏକ ପ୍ରମୁଖ ଘରୋଇ ବିଶ୍ୱବିଦ୍ୟାଳୟ ଅଧୀନରେ ଥିବା ରାଜଧାନୀ...

ଦକ୍ଷିଣ ଆଫ୍ରିକାକୁ ୧୭୬ ରନର ଟାର୍ଗେଟ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭ୍ରମଣକାରୀ ଦକ୍ଷିଣ ଆଫ୍ରିକାକୁ ୧୭୬...

ଭାରତର ପଞ୍ଚମ ଓ୍ୱିକେଟ ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତର ପଞ୍ଚମ ଓ୍ୱିକେଟ ପତନ...

ଭାରତର ତୃତୀୟ ଓ୍ୱିକେଟର ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତକୁ ତୃତୀୟ ଓ୍ୱିକେଟ୍‌ର ପତନ...

Related Articles

Popular Categories