www.samajalive.in
Monday, December 8, 2025
16.1 C
Bhubaneswar

ଝିଅ ଆଉ ନାତିନାତୁଣୀଙ୍କ ଲାଗି ଏୟାର ବସ୍ ବୁକ୍ କଲେ ମଦ କମ୍ପାନୀ ମାଲିକ

ନୂଆଦିଲ୍ଲୀ: ପାଖରେ ଟଙ୍କା ଥିଲେ କ’ଣ କରି ନ ହୁଏ । ଟଙ୍କା ପଇସା ଅଭାବରୁ କେହିକେହି ହଜାରହଜାର କିଲୋମିଟର ଚାଲି ଘରକୁ ଫେରୁଛନ୍ତି । କିଏ ପୁଣି ସାଇକେଲରେ ତ କିଏ ପୁଣି ତେଲ ଟାଙ୍କି ଭିତରେ ଲୁଚିଛପି ଫେରୁଛନ୍ତି । ହେଲେ ମଧ୍ୟପ୍ରଦେଶର ଜଣେ ମଦ କମ୍ପାନୀ ମାଲିକ ନିଜର ଝିଅ, ତାଙ୍କର ଦୁଇ ପିଲା ଓ ପିଲାଙ୍କର କେୟାର ଟେକରଙ୍କ ପାଇଁ ୧୮୦ ସିଟ୍ ବିଶିଷ୍ଟ ଏୟାରବସ୍ ବୁକ୍ କରିବା ଘଟଣା ବେଶ୍ ଚର୍ଚିତ ହୋଇଛି । ଏଥିପାଇଁ ସେ ପ୍ରାୟ ୨୦ ଲକ୍ଷ ଟଙ୍କା ଖର୍ଚ କରିଥିବା ସୂଚନା ମିଳିଛି । ମଧ୍ୟପ୍ରଦେଶର ମଦ ବ୍ୟବସାୟୀ ଜଗଦୀଶ ଆରୋରା ସୋମ୍ ଡ଼ିଷ୍ଟିଲାରୀ ମାଲିକ । ତାଙ୍କର ଝିଅ ଓ ନାତିନାତୁଣୀ ଲକ୍ ଡ଼ାଉନ ଯୋଗୁଁ ଭୋପାଳରେ ଅଟକି ଯାଇଥିଲେ ଓ ସେମାନଙ୍କର ଦିଲ୍ଲୀ ଯିବାର ଥିଲା।  ତେଣୁ ସେମାନଙ୍କୁ ଦିଲ୍ଲୀ ପଠାଇବା ପାଇଁ  ସେ ଏକ ଏୟାରବସ୍ ବୁକ୍ କରିଥିଲେ। ଏଥିପାଇଁ ଛୋଟ ଚାଟାର୍ଡ଼ ବିମାନ ବି ଚଳି ଥାଆନ୍ତା ଯେହେତୁ ଯାତ୍ରୀ ମାତ୍ର ୪ ଜଣ ଥିଲେ । କିନ୍ତୁ ଜଗଦୀର ଏକ ବଡ଼ ବିମାନ ଏଥିପାଇଁ ବୁକ୍ କରିଥିଲେ ।  ଏହି ବିମାନକୁ ଦିଲ୍ଲୀରେ ବୁକ୍ କରାଯାଇଥିଲା । ଏହା ସକାଳ ୯ଟା ୩୦ରେ ଦିଲ୍ଲୀରୁ ବାହାରି ୧୧ଟା ୩୦ରେ ଭୋପାଳରେ ପହଁଚିଥିଲା । ଏହାପରେ ପୁଣି ୧୧ଟା ୩୦ରେ ୪ଜଣ ଯାତ୍ରୀଙ୍କୁ ଧରି ଦିଲ୍ଲୀ ଅଭିମୁଖେ ଯାତ୍ରା କରିଥିଲା । ଏଥିପାଇଁ ସେ ପ୍ରାୟ ୨୦ ଲକ୍ଷ ଟଙ୍କା ଖର୍ଚ କରିଥିବା ଜଣାପଡ଼ିଛି ।

Hot this week

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

Related Articles

Popular Categories