www.samajalive.in
Monday, December 15, 2025
16.1 C
Bhubaneswar

ଦୁବାଇରେ ୨ଦିନ ମାଗଣା

ନୂଆଦିଲ୍ଲୀ: ୟୁନାଇଟେଡ଼ ଆରବ ଅମିରାତ(ୟୁଏଇ) ଭାରତୀୟ ପର୍ଯ୍ୟଟକଙ୍କୁ ଦୃଷ୍ଟିରେ ରଖି ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛି। ଏହି ନିଷ୍ପତ୍ତି ଅନୁଯାୟୀ ଏଣିକି ଭାରତୀୟଙ୍କୁ ଦୁଇ ଦିନ ପାଇଁ ମାଗଣା ଟ୍ରାନଜିଟ ଭିସା ମିଳିବ। ଅର୍ଥାତ ଦୁବାଇ ଅଥବା ଅବୁଧାବୀ ହୋଇ ଆପଣ ବିଶ୍ୱର ଯେ କୌଣସି ଦେଶକୁ ଯାଉଥାନ୍ତି, ତେବେ ସେଠାରେ ୪୮ଘଣ୍ଟା ରହଣି ପାଇଁ ଆପଣଙ୍କୁ କୌଣସି ଟଙ୍କା ଖର୍ଚ୍ଚ କରିବାକୁ ପଡ଼ିବ ନାହିଁ। କେବଳ ଏତିକି ନୁହେଁ ଯଦି ଦୁବାଇରେ ରହଣିର ସମୟସୀମା ବଢାଇବକୁ ଚାହୁଁଛନ୍ତି ତେବେ କେବଳ ୫୦ଦିରହମ(ଭାରତୀୟ ମୁଦ୍ରାରେ ୧୦୦୦ଟଙ୍କା) ବିନିମୟରେ ଏହାକୁ ୯୬ଘଣ୍ଟା ପର୍ଯ୍ୟନ୍ତ ବଢାଇ ପାରିବେ।
ଭାରତୀୟ ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିବା ନିମନ୍ତେ ୟୁଏଇ କ୍ୟାବିନେଟ ଏଭଳି ନିଷ୍ପତ୍ତି ନେଇଛି। ତେବେ ଏହି ନିୟମ କେବେଠାରୁ ଲାଗୁ ହେବ ଏହାର ନିଷ୍ପତ୍ତି ଅଦ୍ୟାବଧି ନିଆଯାଇ ନାହିଁ। ଏହି ଟ୍ରାନଜିଟ ଭିସା ୟୁଏଇର ଯେକୌଣସି ବିମାନବନ୍ଦରର ପସପୋର୍ଟ କଣ୍ଟ୍ରୋଲ ହଲ ମଧ୍ୟରେ ଥିବା ଏକ୍ସପ୍ରେସ କାଉଣ୍ଟରରେ ଉପଲବ୍ଧ ହେବ। ୨୦୧୭ରେ ୩.୬୦ଲକ୍ଷ ପର୍ଯ୍ୟଟକ ଅବୁଧାବୀ ଯାତ୍ରା କରିଥିଲେ। ଗତ ବର୍ଷ ତୁଳନାରେ ଭାରତୀୟ ପର୍ଯ୍ୟଟକଙ୍କ ସଂଖ୍ୟା ୧୧ପ୍ରତିଶତ ବୃଦ୍ଧି ପାଇଛି। ୟୁଏଇ ପରି ଆହୁରି କିଛି ଦେଶ ଭାରତୀୟ ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିବାକୁ ଭିସା ନିମୟକୁ ସହଜ କରିଛନ୍ତି। ସେଗୁଡ଼ିକ ମଧ୍ୟରୁ ଜାପାନ, ଇସ୍ରାଏଲ, ଓମାନ ପ୍ରମୁଖ ଦେଶ ରହିଛି।

Hot this week

ଧର୍ମଶାଳା ଗଣ୍ଡଗୋଳ ; କାର୍ଯ୍ୟାନୁଷ୍ଠାନ ଦାବି କଲେ ନବୀନ

ସମାଜ ଲାଇଭ ଡ଼େସ୍କ : ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ...

ପିକନିକ୍‌ରୁ ଫେରିବାବେଳେ ଦୁର୍ଘଟଣା..

ଛତ୍ରପୁର: ଛତ୍ରପୁର ଜାତୀୟ ରାଜପଥ ଏକାମ୍ରନଗରରେ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। କୋରାପୁଟରୁ...

ବହିଷ୍କୃତ ପରେ ମୁହଁ ଖୋଲିଲେ ମୋକିମ୍‌: ମୋ ବିଚାରଧାରା କଂଗ୍ରେସ ସହ ଅଛି

ସମାଜ ଡିଜିଟାଲ ଡେସ୍କ: କଂଗ୍ରେସରୁ ବହିଷ୍କୃତ ହେବା ପରେ ପ୍ରତିକ୍ରିୟା ରଖିଛନ୍ତି...

ମୁମ୍ବଇରେ ମେସି ମାନିଆ

ମୁମ୍ବଇ : ବିଶ୍ବବିଜେତା ଆର୍ଜେଣ୍ଟିନା ଫୁଟ୍‌ବଲ ଦଳର ଅଧିନାୟକ ଲିଓନେଲ୍ ମେସି...

ମେସିଙ୍କୁ ଜର୍ସି ଉପହାର ଦେଲେ ସଚିନ

ମୁମ୍ବଇ :କ୍ରିକେଟ୍ କିମ୍ବଦନ୍ତୀ ସଚିନ ତେନ୍ଦୁଲକରଙ୍କୁ କ୍ରିକେଟ ଜଗତର ସବୁଠାରୁ ବଡ...

Related Articles

Popular Categories