www.samajalive.in
Wednesday, December 10, 2025
16.1 C
Bhubaneswar

ଲକଡାଉନ ଯୋଗୁଁ ବଞ୍ଚିଛି ୭୮ ହଜାରରୁ ଅଧିକ ଜୀବନ ; ୭୦ ପ୍ରତିଶତ କରୋନା ମାମଲା ୧୦ ସହରରେ ସୀମିତ

ନୂଆଦିଲ୍ଲୀ : ଦେଶରେ ଲକଡାଉନ ୪.୦ ଜାରି ରହିଛି। କେନ୍ଦ୍ର ସରକାର କହିଛନ୍ତି ଦେଶରେ ଯଦି ସମୟ ଥାଉ ଥାଉ ଲକଡାଉନ ଲାଗୁ ହୋଇ ନ ଥାନ୍ତା, ତେବେ ପରିସ୍ଥିତି ଅଅଣାୟତ ହୋଇଥା’ନ୍ତା । ଶୁକ୍ରବାର ଦିନ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ଦୈନିକ ସାମ୍ବାଦିକ ସମ୍ମିଳନୀରେ ନୀତି ଆୟୋଗର ସଦସ୍ୟ ଭି.କେ ପାଲ୍ ଏହି ସୂଚନା ଦେଇଛନ୍ତି । ସେ ବିଭିନ୍ନ ସ୍ଵାଧୀନ ଅଧ୍ୟୟନକୁ ଆଧାର କରି କହିଛନ୍ତି ଯେ, ଯଦି ଦେଶରେ ଲକଡାଉନ୍ ହୋଇ ନ ଥାନ୍ତା ତା’ହେଲେ ସଂକ୍ରମିତଙ୍କ ସଂଖ୍ୟା ବହୁତ ଅଧିକ ବୃଦ୍ଧି ପାଇଥାନ୍ତା ।
ଲକଡାଉନ୍ ଯୋଗୁଁ କେନ୍ଦ୍ର ସରକାର ଅନେକ ଲୋକଙ୍କ ଜୀବନ ରକ୍ଷା କରିବାରେ ସକ୍ଷମ ହୋଇଛନ୍ତି । ବି.କେ ପାଲଙ୍କ ଅନୁଯାୟୀ, ଯଦି ଲକଡାଉନ୍ ହୋଇନଥାନ୍ତା, ତେବେ ଦେଶରେ ସଂକ୍ରମିତ ଲୋକଙ୍କ ସଂଖ୍ୟା ୨.୯ ମିଲିୟନରେ ପହଞ୍ଚି ପାରିଥାନ୍ତା । ୩୭ ରୁ ୭୮ ହଜାର ଲୋକଙ୍କ ମୃତ୍ୟୁ ଘଟିଥାନ୍ତା । ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ କହିଛି ଯେ ଗତ ୨୪ ଘଣ୍ଟା ମଧ୍ୟରେ ୩,୨୩୪ ରୋଗୀ ଆରୋଗ୍ୟ ଲାଭ କରିଛନ୍ତି । ଏପର୍ୟ୍ୟନ୍ତ ୪୮,୫୩୪ ସଂକ୍ରମିତ ଭଲ ହୋଇସାରିଛନ୍ତି, ଯାହା ହେଉଛି ପ୍ରାୟ ୪୧ ପ୍ରତିଶତ।

Hot this week

ବାରବାଟୀରେ ଭାରତର ବିରାଟ ବିଜୟ

କଟକ -   ବାରବାଟୀରେ ଭାରତର ବିରାଟ ବିଜୟ । ଦକ୍ଷିଣ ଆଫ୍ରିକାକୁ...

ଛାତ୍ରଙ୍କୁ ରାଗିଂ: ଡ୍ରଗ୍ସ ନେବାକୁ ବାଧ୍ୟ କଲେ, ପାଇଖାନା ଚଟାଣ ଚଟାଇଲେ

ପିପିଲି: ରାଜ୍ୟର ଏକ ପ୍ରମୁଖ ଘରୋଇ ବିଶ୍ୱବିଦ୍ୟାଳୟ ଅଧୀନରେ ଥିବା ରାଜଧାନୀ...

ଦକ୍ଷିଣ ଆଫ୍ରିକାକୁ ୧୭୬ ରନର ଟାର୍ଗେଟ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭ୍ରମଣକାରୀ ଦକ୍ଷିଣ ଆଫ୍ରିକାକୁ ୧୭୬...

ଭାରତର ପଞ୍ଚମ ଓ୍ୱିକେଟ ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତର ପଞ୍ଚମ ଓ୍ୱିକେଟ ପତନ...

ଭାରତର ତୃତୀୟ ଓ୍ୱିକେଟର ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତକୁ ତୃତୀୟ ଓ୍ୱିକେଟ୍‌ର ପତନ...

Related Articles

Popular Categories