www.samajalive.in
Wednesday, December 10, 2025
23.1 C
Bhubaneswar

ଲକଡ଼ାଉନ ନ ହୋଇଥିଲେ ଏଯାବତ୍ ଦେଶରେ ୭୮୦୦୦ ଲୋକ ମରି ସାରନ୍ତେଣି; ୨୦ ଲକ୍ଷ ଲୋକ ସଂକ୍ରମିତ ହୋଇଥାଆନ୍ତେ

ନୂଆଦିଲ୍ଲୀ: ମାର୍ଚ ୨୩ ତାରିଖରୁ ଦେଶରୁ ଲକ୍ଡ଼ାଉନ ଆରମ୍ଭ ହୋଇଛି । ୪ର୍ଥ ପର୍ଯ୍ୟାୟ ଲକ୍ଡ଼ାଉନ ମେ ୩୧ ତାରିଖରେ ଶେଷ ହେବ । କିଛି ବର୍ଗ ଏହାକୁ ସମାଲୋଚନା କରୁଛନ୍ତି । ବିରୋଧୀମାନେ ଲକ୍ଡ଼ାଉନ ଅବଧି ବୃଦ୍ଧିକୁ ନେଇ ପ୍ରଶ୍ନ ଉଠାଇଛନ୍ତି। ହେଲେ ଯଦି ଦେଶରେ ଲକ୍ଡ଼ାଉନ ଘୋଷଣା ହୋଇ ନ ଥାନ୍ତା ତେବେ ଏଯାବତ୍ ଦେଶରେ ୨୦ ଲକ୍ଷରୁ ଅଧିକ ଲୋକ ସଂକ୍ରମିତ ହୋଇ ସାରନ୍ତେଣି ଓ ମୃତ୍ୟୁ ସଂଖ୍ୟା ୭୮ ହଜାର ପର୍ଯ୍ୟନ୍ତ ହୋଇଥାଆନ୍ତା । ଏହି ସୂଚନା ଦେଇଛି କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ।

ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି ଯେଦେଶରେ ସଠିକ୍ ସମୟରେ ଲକ୍‌ଡାଉନ୍‌ ଲାଗୁ ହେବାରୁ ୨୦ ଲକ୍ଷରୁ ଅଧିକ ଲୋକ ସଂକ୍ରମିତ  ହେବାରୁ ବଞ୍ଚି ଯାଇଛନ୍ତି । ଏହା ସହିତ ୬୮ ହଜାର ଲୋକଙ୍କୁ କରୋନା ମୃତ୍ୟୁରୁ ମଧ୍ୟ ରକ୍ଷା କରାଯାଇ ପାରିଛି।  ନ ହେଲେ କରୋନା  ମହାମାରୀରେ ୩୭ ହଜାରରୁ ୭୮୦୦୦ ଜଣଙ୍କ ମୃତ୍ୟୁ ଘଟିଥାନ୍ତା । ସଂକ୍ରମିତଙ୍କ ସଂଖ୍ୟା ୧୪ ରୁ ୨୯ ଲକ୍ଷ ହୋଇଥାନ୍ତା ।ପବ୍ଲିକ ହେଲ୍‌ଥ ଫାଉଣ୍ଡେସନ ଅଫ ଇଣ୍ଡିଆ ତଥ୍ୟ ଆଧାରରେ ସରକାରଙ୍କ ପକ୍ଷରୁ ଏହି ସୂଚନା ଦିଆଯାଇଛି ।

- Advertisement -

ସ୍ଵାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ଏକ ସାମ୍ବାଦିକ ସମ୍ମିଳନୀରେ କୁହାଯାଇଛି ଯେ ପୂରା ବିଶ୍ବ ସଂପ୍ରତି କରୋନା ସଙ୍କଟ ଦେଇ ଗତି କରୁଛନ୍ତି । ବିଶ୍ବରେ ଏ ପର୍ଯ୍ୟନ୍ତ ୫୨୧୯୯୬୨ ଜଣ ସଂକ୍ରମିତ ହୋଇଥିବା ବେଳେ ୩୩୫୧୦୮ ଜଣ ମୃତ୍ୟୁବରଣ କରିଛନ୍ତି । ବିଶ୍ବର ସବୁଠୁ ଅଧିକ ଜନସଂଖ୍ୟାବହୁଳ ଦେଶ ଭାରତ ଏହି ମହାମାରୀର କଡା ମୁକାବିଲା କରିଛି।  ଭାରତରେ ଏବେ ମଧ୍ୟ ସ୍ଥିତି ନିୟନ୍ତ୍ରଣରେ ରହିଛି। ଏହାର ସବୁଠୁ  ବଡ ମହତ୍ଵପୂର୍ଣ୍ଣ କାରଣ ହେଉଛି ସମୟ ପୂର୍ବରୁ ଲକ୍‌ଡାଉନ୍‌ ନିଷ୍ପତ୍ତି ନେବା ।

ଲକ୍ଡ଼ାଉନ ବିଭିନ୍ନ ଦେଶରେ କରୋନା ସଂକ୍ରମଣ ରୋକିବାରେ ସଫଳ ସାବ୍ୟସ୍ତ ହୋଇଛି । ଚୀନ, ଦକ୍ଷିଣ କୋରିଆ, ନ୍ୟୁଜିଲାଣ୍ଡ ପରି ଦେଶ ଏଥିରେ ସଫଳ ହୋଇଛନ୍ତି । ଭାରତରେ ମାର୍ଚ ୨୩ ତାରିଖରୁ ସାରା ଦେଶକୁ ଲକ୍ଡ଼ାଉନ କରାଯାଇଥିଲା । ଯାହା ଫଳରେ ସଂକ୍ରମଣର ଶିକୁଳିକୁ ଭଙ୍ଗାଯାଇ ପାରିଛି ବୋଲି ଅନେକ ମନେ କରୁଛନ୍ତି । ଏହା ସତ୍ବେ ସରକାରଙ୍କୁ ବିଭିନ୍ନ ସମାଲୋଚନାର ସମ୍ମୁଖୀନ ହେବାକୁ ପଡ଼ିଛି । ଲକ୍ଡ଼ାଉନ କରୋନା ସଂକ୍ରମଣ ରୋକିବାକୁ ସଫଳ ହୋଇନାହିଁ ଓ ଦେଶର ଅର୍ଥବ୍ୟବସ୍ଥା ଉପରେ ପ୍ରଭାବ ପକାଇଛି ବୋଲି ବିରୋଧୀ ଅଭିଯୋଗ କରିଛନ୍ତି ।

Hot this week

ଶରୀରରେ ଭିଟାମିନ୍‌ ବି-୧୨ର ଅଭାବ ହେଉଛି କି? ଏହି ଶାଗ ଖାଆନ୍ତୁ

ସମାଜ ଡିଜିଟାଲ ଡେସ୍କ: ଶରୀରର ବିକାଶ ପାଇଁ ଭିଟାମିନ ଅତ୍ୟନ୍ତ ଜରୁରୀ।...

ବିଦ୍ୟୁତ୍ ଫାଶ ନେଲା ଜୀବନ

ପାଲଲହଡା : ପାଲଲହଡା କଣିହାଁ ବ୍ଲକ ଚିପିରିମା ଗାଁରେ ଅଭାବନୀୟ ଘଟଣା...

ବନ୍ଦ ଘରେ ଝୁଲନ୍ତା ମୃତଦେହ

ବଲାଙ୍ଗୀର: ବଲାଙ୍ଗୀର ଲୋୟର ସୁକତେଲ ଡ୍ୟାମ୍‌ କଲୋନୀ ବନ୍ଦ ଘରୁ ଝୁଲନ୍ତା...

ଜାନୁଆରୀ ୧ରୁ ୩ଟି ରାଶିରେ ହେବ ଧନ ବର୍ଷା: ନୂଆବର୍ଷ ମଙ୍ଗଳାଦିତ୍ୟ ରାଜଯୋଗରୁ ଆରମ୍ଭ ହେବ

ସମାଜ ଡିଜିଟାଲ ଡେସ୍କ: ୨୦୨୬ ବର୍ଷ ଏକ ଅତ୍ୟନ୍ତ ଶୁଭ ରାଜଯୋଗ...

ମୋଷ୍ଟ ଷ୍ଟାଇଲିଶ୍‌ ପିପୁଲ ତାଲିକାରେ ଶାହରୁଖ୍‌

ନୂଆଦିଲ୍ଲୀ: ବଲିଉଡ୍ ର ବାଦଶାହା କହିଲେ ତାଙ୍କୁ ସମସ୍ତେ ଜାଣନ୍ତି। ତାଙ୍କ...

Related Articles

Popular Categories