BJD Bijuli 480×75 Mob

କରୋନା ମୃତକଙ୍କୁ ସମ୍ମାନ – ଆମେରିକାରେ ୩ଦିନ ଅର୍ଦ୍ଧନମିତ ରହିବ ଜାତୀୟ ପତାକା

BJD Bijuli 480×75 Mob

ସମାଜ ପୋର୍ଟାଲ ଡେସ୍କ: ସମ୍ପ୍ରତି ବିଶ୍ୱରେ କରୋନା ଭୂତାଣୁ ସଂକ୍ରମଣ ଭୟାବହ ସ୍ଥିତିରେ ପହଞ୍ଚିଥିବା ବେଳେ ଆମେରିକାରେ ସର୍ବାଧିକ ମୃତ୍ୟୁ ବରଣ କରିଛନ୍ତି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‍ ଏହି ସଂକ୍ରମଣରେ ପ୍ରାଣ ହରାଇଥିବା ନାଗରିକଙ୍କ ଉଦ୍ଦେଶ୍ୟରେ ତିନି ଦିନ ପାଇଁ ଦେଶର ଜାତୀୟ ପତାକା ଅର୍ଦ୍ଧନମିତ ରହିବ ବୋଲି ଘୋଷଣା କରିଛନ୍ତି। ଏକ ଟ୍ୱଇଟରେ ସେ କହିଛନ୍ତି, ଆସନ୍ତା ସୋମବାରଠାରୁ ବୁଧବାର ଯାଏଁ ସେଠାକାର ପ୍ରତ୍ୟେକ ସରକାରୀ କାର୍ଯ୍ୟାଳୟରେ ଜାତୀୟ ପତାକା ଅର୍ଦ୍ଧନମିତ ରହିବ।

ଜନ୍ସ ହପକିନ୍ସ ବିଶ୍ୱବିଦ୍ୟାଳୟ ଦ୍ୱାରା ଦିଆଯାଇଥିବା ତଥ୍ୟ ଅନୁଯାୟୀ କରୋନା ସଂକ୍ରମଣ ଯୋଗୁଁ ଆମେରିକାରେ ମୃତ୍ୟୁ ସଂଖ୍ୟା ୯୪ହଜାର ୫୯୧ରେ ପହଞ୍ଚିଛି। ସେଠାରେ ମୋଟ୍‍ ସଂକ୍ରମଣ ୧୫ଲକ୍ଷ ୭୫ହଜାର ରହିଛି। ରାଷ୍ଟ୍ରପତି ଟ୍ରମ୍ପ୍‍ କହିଛନ୍ତି, ଦେଶ ପ୍ରତି ନିଜର କର୍ତ୍ତବ୍ୟ ନିଷ୍ଠା ପ୍ରଦର୍ଶନ କରିଥିବା ସେନା ପ୍ରତି ଏହା ଶ୍ରଦ୍ଧାଞ୍ଜଳୀ ହେବ।

Comments are closed.