www.samajalive.in
Monday, December 15, 2025
16.1 C
Bhubaneswar

ଝିଅକୁ ବଳାତ୍କାର; ବାପା ନାମରେ ଥାନାରେ ଏତଲା ଦେଲା ମା’..

ନୀଳଗିରି : ବାଲେଶ୍ୱର ଜିଲା ଅଧୀନ ନୀଳଗିରି ବ୍ଲକର ବରହମପୁର ଥାନା ଅଞ୍ଚଳରେ ଏକ ଲୋମହର୍ଷଣକାରୀ ଘଟଣା ଦେଖିବାକୁ ମିଳିଛି। ନିଜ ଜନ୍ମକଲା ୧୩ବର୍ଷର ନାବାଳିକା ଝିଅକୁ ତାଙ୍କ ବାପା ବଳାତ୍କାର କରିବା ଅଞ୍ଚଳରେ ଆଲୋଡ଼ନ ସୃଷ୍ଟି କରିଛି।
ମା’ ବାହାରେ ରହି କାମ କରୁଥିବା ସୁଯୋଗରେ ବରହମପୁର ଥାନା ତଥା ଝରଣଘାଟୀ ନିକଟସ୍ଥ ଡ଼ାଲିବନ୍ଧସାହିର ଜନୈକା ନାବାଳିକା କନ୍ୟାକୁ ତାଙ୍କ ବାପା ବାରମ୍ବାର ବଳପୂର୍ବକ ବଳାତ୍କାର କରିଥିବା ଅଭିଯୋଗ ହୋଇଛି। ମା’ ଘରକୁ ଫେରିବା ପରେ ସମ୍ପୃକ୍ତା ନାବାଳିକା କନ୍ୟା ବାପାର ଏଭଳି କଳାକାରନାମା ସମ୍ପର୍କରେ କାନ୍ଦି କାନ୍ଦି ଜଣାଇଥିଲା। ନିଜ ଝିଅ ପ୍ରତି ସ୍ୱାମୀର ଏହି ବର୍ବରତା ତଥା କାମାନ୍ଧତା ସମ୍ପର୍କରେ ଜାଣିବା ପରେ ଝିଅର ସୁରକ୍ଷା ପାଇଁ ତାଙ୍କ ମା’ ଅଭିଯୁକ୍ତ କାମାନ୍ଧ ସ୍ୱାମୀ ନାଁରେ ବରହମପୁର ଥାନାରେ ଏତଲା ଦେଇଛି। ଏହି ଘଟଣା ପରେ ବରହମପୁର ଥାନା ଆଇଆଇସି ପ୍ରଭଞ୍ଜନ ବେହେରା ଏକ ବଳାତ୍କାର ମାମଲା ରୁଜୁ କରି ଅଭିଯୁକ୍ତ ବାପାକୁ ଅଟକ ରଖିଛନ୍ତି। ଆସନ୍ତାକାଲି ଡାକ୍ତରୀମାଇନା ଓ ବୟାନ ରେକର୍ଡ଼ କରାଯିବା ପରେ ଅଭିଯୁକ୍ତ ବାପାଙ୍କୁ କୋର୍ଟ ଚାଲାଣ କରାଯିବ ବୋଲି ପୁଲିସ କହିଛି।

Hot this week

ନାବାଳିକା ଝିଅକୁ ମା’ର ବଳି ଉଦ୍ୟମ !

ଜୟପୁର: କୋରାପୁଟ ଜିଲା ଜୟପୁର ଜଳସେଚନ କଲୋନୀ ତଳି ଅଞ୍ଚଳରେ ନାବାଳିକା...

ଆଜି ବି ୬,୭୦୪ ଗାଁକୁ ରାସ୍ତା ନାହିଁ

ଭୁବନେଶ୍ବର: ଦେଶ ସ୍ବାଧୀନତାର ୭୭ବର୍ଷ ପରେ ବି ରାଜ୍ୟର ୬,୭୦୪ଟି ଗାଁକୁ...

ପଶ୍ଚିମ ଓଡ଼ିଶାରେ ପ୍ରଫେସର ସଙ୍କଟ

ସମ୍ବଲପୁର: ପଶ୍ଚିମ ଓଡ଼ିଶାର ଅଧିକାଂଶ ବିଶ୍ବବିଦ୍ୟାଳୟରେ ପ୍ରଫେସର ପଦ ଖାଲି ପଡ଼ିଛି।...

ମଧ୍ୟସ୍ଥତା ହିଁ ନ୍ୟାୟ ପ୍ରଣାଳୀର ସରଳ ବିକଳ୍ପ : ପ୍ରଧାନ ବିଚାରପତି

କଟକ: ବିଚାରାଧୀନ ମାମଲା, ବଢ଼ୁଥିବା ମକଦ୍ଦମା ଖର୍ଚ୍ଚ ଏବଂ ସମୟ ବ୍ୟୟ-ଏହି...

କଂଗ୍ରେସରୁ ବିଦା ହେଲେ ମୋକିମ୍‌ : ମହଙ୍ଗା ପଡିଲା ଦଳୀୟ ନେତୃତ୍ୱକୁ ଖୋଲାଖୋଲି ଚ୍ୟାଲେଞ୍ଜ

ସମାଜ ଡିଜିଟାଲ ଡେସ୍କ: ମହଙ୍ଗା ପଡିଲା ଦଳୀୟ ନେତୃତ୍ୱକୁ ଖୋଲାଖୋଲି ଚ୍ୟାଲେଞ୍ଜ...

Related Articles

Popular Categories