ନମସ୍କାରର ମାହାତ୍ମ୍ୟ
ଆମ ହିନ୍ଦୁ ପରମ୍ପରାରେ ନମସ୍କାରର ତାତ୍ପର୍ଯ୍ୟ ଖୁବ୍ ଅଧିକ। ପ୍ରାଚୀନ କାଳରୁ ରାଜପରିବାରଠାରୁ ଆରମ୍ଭ କରି ସାଧାରଣ ବର୍ଗର ଲୋକଙ୍କ ମଧ୍ୟରେ ଏହି ପରମ୍ପରାର ସ୍ପର୍ଦ୍ଧା ଖୁବ୍ ଅଧିକ ଥିଲା। ସମୟକ୍ରମେ ପିଢ଼ି ପରେ ପିଢ଼ି ଲୋକେ ପାଶ୍ଚାତ୍ୟ ସଭ୍ୟତାକୁ ଅନୁକରଣ କରି ହାତ ମିଳାଇବା କିମ୍ବା ଆଲିଙ୍ଗନକୁ ଅଧିକ ପସନ୍ଦ କରୁଛନ୍ତି। ବିଦେଶରେ କିନ୍ତୁ ଆମ ନମସ୍କାର ପରମ୍ପରାକୁ ଖୁବ୍ ଶ୍ରଦ୍ଧା ଓ ସମ୍ମାନ ଦିଆଯାଉଛି। ୱାଶିଂଟନ୍ ବିଶ୍ବବିଦ୍ୟାଳୟର ଦର୍ଶନ ବିଭାଗରେ ଗତ କିଛି ବର୍ଷ ହେଲା ସମସ୍ତ ଛାତ୍ରଛାତ୍ରୀ, ପ୍ରାଧ୍ୟାପକ ଓ ଅଧ୍ୟାପକଙ୍କୁ ନମସ୍କାର ଜଣାଇ ସ୍ବାଗତ କରୁଛନ୍ତି। ଆମ ପରମ୍ପରା ଅନୁସାରେ, ହାତ ଯୋଡ଼ି ନମସ୍କାର କରିବା ଓ ଆଣ୍ଠୁ ମାଡ଼ି ମୁଣ୍ଡିଆରେ ଜଣେ ବ୍ୟକ୍ତିର ଉତ୍ତମ ସଂସ୍କାର ପ୍ରତୀୟମାନ ହୋଇଥାଏ। ମାସାଚୁସେଟସ୍ର ଗବେଷକ ଷ୍ଟିଫେନ୍ ହେନ୍ ‘ନମସ୍କାର’ ପରମ୍ପରା ଉପରେ ଗବେଷଣା କରିବା ପରେ ଅନେକ ତଥ୍ୟ ପ୍ରକାଶ କରିଛନ୍ତି।
ପରୀକ୍ଷାରୁ ପ୍ରମାଣିତ ହୋଇଛି ଯେ ମଥା ସମୀପରେ ଦୁଇ ହାତକୁ ରଖି ନମସ୍କାର କଲେ, ଉଭୟ ସକାରାତ୍ମକ ଓ ନକାରାତ୍ମକ ଶକ୍ତିର ପ୍ରବାହ ହୋଇଥାଏ। ଆମ ଦୁଇ ହାତ ଭିତରେ କେଶ ନଥାଏ, ଏଣୁ ଏହି ଶକ୍ତି ଉତ୍ପନ୍ନ ହେଉଥିବାର ପ୍ରକାଶ। ନମସ୍କାର କରାଯାଇ ଅନେକ ଯୋଗ ମଧ୍ୟ କରାଯାଏ। ଏଣୁ ନମସ୍କାରର ମାହାତ୍ମ୍ୟ ଓ ଉପକାରିତା ରହିଛି।
ଛୋଟ ପିଲାଙ୍କୁ ଯଥା ସମୟରୁ ହିଁ ନମସ୍କାର ଶିଖାଇବା ଦରକାର। ସେମାନେ ଏପରି କଲେ ବଡ଼ମାନଙ୍କ ଆଶୀର୍ବାଦ ସ୍ବତଃ ମିଳିଥାଏ।