www.samajalive.in
Sunday, December 7, 2025
13.1 C
Bhubaneswar

ଆଉ ସଙ୍ଗରୋଧ କେନ୍ଦ୍ରରେ ନାହିଁ ଶଯ୍ୟା ; ୧୪୪ ଧାରା ଜାରି କଲେ ଲୁଥୁରବନ୍ଧ ସରପଞ୍ଚ

ଟିଟିଲାଗଡ଼ : ସମ୍ପ୍ରତି ଟିଟିଲାଗଡ ବ୍ଲକ ଅଞ୍ଚଳକୁ ପ୍ରବାସୀ ଶ୍ରମିକଙ୍କ ସୁଅ ଛୁଟୁଛି। ଏନେଇ ଅନେକ କେନ୍ଦ୍ରରେ ଧାର୍ଯ୍ୟ ଶଯ୍ୟା ସଂଖ୍ୟା ପୁରଣ ହୋଇଛି। ଏପରିପ୍ରେକ୍ଷୀରେ ବିଶେଷ କରି ପ୍ରବାସୀ ଶ୍ରମିକଙ୍କ ଦେଖାଶୁଣା ମୁଖ୍ୟ କାର୍ଯ୍ୟ ହୋଇଛି। ଏନେଇ ବିଶେଷ କରି ଗ୍ରାମପଞ୍ଚାୟତର ସରପଞ୍ଚ, ନୋଡାଲ ଅଧିକାରୀ, ଆଶା ତଥା ଅଙ୍ଗନବାଡି କର୍ମି, ୧୦ ଜଣିଆ ପରିଚାଲନା କମିଟି ଦିନରାତି ଖୁବ ପରିଶ୍ରମ କରିବାକୁ ପଡୁଛି।

ଅପରପକ୍ଷରେ ଶ୍ରମିକଙ୍କ ସୁରକ୍ଷା ତଥା ବାହାରର କୌଣସି ବ୍ୟକ୍ତି ଯେଭଳି ସଙ୍ଗରୋଧ ଅଞ୍ଚଳକୁ ପ୍ରବେଶ ନ କରିବେ ତାହାକୁ ନେଇ ଜିଲାପାଳ କ୍ଷମତାପ୍ରାପ୍ତ ସରପଞ୍ଚ ବିଶେଷ ଧ୍ୟାନ ଦେଇଛନ୍ତି। ଟିଟିଲାଗଡ ବ୍ଲକରେ ପୁର୍ବରୁ ଖୋଲାନ ଏବଂ ବିଜେପୁର ସରପଞ୍ଚ ନିଜ ଜିଲାପାଳଙ୍କ କ୍ଷମତା ପ୍ରୟୋଗ ସହ ସଙ୍ଗରୋଧ କେନ୍ଦ୍ର ପରିସରରେ ୧୪୪ ଧାରା ଜାରି କରିଛନ୍ତି। ଗୁରୁବାର ଲୁଥୁରବନ୍ଧ ସରପଞ୍ଚ ଗୌରି ହିଆଲ ସ୍ଥାନୀୟ ଉଚ୍ଚ ବିଦ୍ୟାଳୟ ସଙ୍ଗରୋଧ କେନ୍ଦ୍ର ଅଞ୍ଚଳରେ ୧୪୪ ଧାରା ଜାରି କରିଛନ୍ତି। ଏହି କେନ୍ଦ୍ରରେ ୧୮ ମହିଳା, ୧୧ ଶିଶୁ ସମେତ ୮୦ ଜଣ ପ୍ରବାସୀ ଶ୍ରମିକ ରହିଛନ୍ତି। ଏନେଇ ଗୁରୁବାର ଟିଟିଲାଗଡ ଏସଡିପିଓ ସୁରେନ୍ଦ୍ର ନାରାୟଣ ଶତପଥି, ଥାନା ଏସଆଇ ମନୋଜ ମୁଣ୍ଡା ୧୪୪ ଧାରା ଜାରି କରାଯାଇଥିବା ବିଭିନ୍ନ ସଙ୍ଗରୋଧ କେନ୍ଦ୍ର ପହଞ୍ଚି ବ୍ୟବସ୍ଥା ତଦାରଖ କରିଛନ୍ତି। ବାହାରର ବ୍ୟକ୍ତିଙ୍କ କେନ୍ଦ୍ର ପରିସରରେ ଅଯଥା ଭିଡ ଭାଙ୍ଗିବାକୁ ସରପଞ୍ଚ ତାଙ୍କ ଜିଲାପାଳ କ୍ଷମତା ପ୍ରୟୋଗ କରି ୧୪୪ ଧାରା ଜାରି କରିଛନ୍ତି। ଏହାକୁ ଅମାନ୍ୟ କଲେ ଆଇନତଃ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଏସଡିପିଓ ଶ୍ରୀ ଶତପଥି କହିଛନ୍ତି।

Hot this week

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣା

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣ ଚନ୍ଦ୍ରଶେଖରପୁର,...

ରାଜ୍ୟସଭାରେ ସାଂସଦ ସୁଜିତ କୁମାରଙ୍କ ପ୍ରସ୍ତାବ ପାଠ୍ୟପୁସ୍ତକ, ସରକାରୀ ୱେବସାଇଟରୁ ‘ଲର୍ଡ’ ଶଦ୍ଦକୁ ବାଦ୍‍ ଦିଆଯାଉ

ନୂଆଦିଲ୍ଲୀ,: ବ୍ରିଟିଶ ଗଭର୍ଣ୍ଣର ଜେନେରାଲ ଏବଂ ଭାଇସରୟଙ୍କ ଉଦେଶ୍ୟରେ ବ୍ୟବହାର ହେଉଥିବା...

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

Related Articles

Popular Categories