www.samajalive.in
Saturday, December 6, 2025
15.1 C
Bhubaneswar

ପ୍ରିୟଙ୍କାଙ୍କ ବିରୋଧରେ ମୁହଁ ଖୋଲି ଦଳରୁ ନିଲମ୍ବିତ ହେଲେ ବିଧାୟିକା ଅଦିତି ସିଂହ

ଲକ୍ଷ୍ନୌ: କଂଗ୍ରେସ ମହାସଚିବ ପ୍ରିୟଙ୍କା ଗାନ୍ଧୀଙ୍କ ବିରୋଧରେ ମୁହଁ ଖୋଲିବା ଦଳର ଜଣେ ବିଧାୟିକାଙ୍କ ପାଇଁ ମହଙ୍ଗା ପଡ଼ିଛି। କଂଗ୍ରେସ ହୀନ ରାଜନୀତି କରୁଥିବା ବିଧାୟିକା ଅଭିଯୋଗ ଆଣିବା ପରେ ତାଙ୍କୁ ଦଳରୁ ନିଲମ୍ବନ କରାଯାଇଛି। ଏହି ବିଧାୟିକା ଜଣକ ହେଉଛନ୍ତି ଉତ୍ତରପ୍ରଦେଶର ଅଦିତି ସିଂହ। ସେ ରାଏବରେଲୀରୁ ବିଧାନସଭାକୁ ନିର୍ବାଚିତ ହୋଇଛନ୍ତି।

ପ୍ରବାସୀ ଶ୍ରମିକମାନଙ୍କୁ ନିଜ ଘରକୁ ଫେରିବା ଲାଗି କଂଗ୍ରେସ ବସ୍‌ ଯୋଗାଇବା ପ୍ରସଙ୍ଗରେ ଅଦିତି ପ୍ରିୟଙ୍କାଙ୍କୁ ଟାର୍ଗେଟ କରିଥିଲେ। ଶ୍ରମିକମାନଙ୍କୁ ନିଜ ଘରକୁ ଫେରିବାରେ ସହାୟତା ଲାଗି କଂଗ୍ରେସ ୧ ହଜାର ବସ୍‌ ଯୋଗାଇଦେବ ବୋଲି ନିକଟରେ ପ୍ରିୟଙ୍କା ପ୍ରସ୍ତାବ ଦେଇଥିଲେ। ଏହାପରେ ଅଦିତି ଟ୍ବିଟ୍‌ କରି କହିଥିଲେ, ବିପଦ ସମୟରେ ଏପରି ହୀନ ରାଜନୀତି କରିବା ଉଚିତ ନୁହେଁ। ଯେତେବେଳେ କୋଟାରେ ଉତ୍ତରପ୍ରଦେଶର ଛାତ୍ରଛାତ୍ରୀ ଫଶିଥିଲେ ସେତେବେଳେ ଏହି ବସ୍‌ କେଉଁଠି ଥିଲା ବୋଲି ଅଦିତି ପ୍ରିୟଙ୍କାଙ୍କୁ ପ୍ରଶ୍ନ କରିଥିଲେ।

- Advertisement -

ଅଦିତି ଆହୁରି କହିଥିଲେ ଯେ, କଂଗ୍ରେସ ଦେଇଥିବା ୧ ହଜାର ବସ୍‌ ତାଲିକା ମଧ୍ୟରୁ ଅଧାରୁ ଅଧିକ ବସ୍‌ ନକଲି। ୨୯୭ଟି ଦଦରା, ୯୮ଟି ଅଟୋ ରିକ୍ସା ଏବଂ ଆମ୍ବୁଲାନ୍ସ ଭଳି ଗାଡ଼ି ଓ ୬୮ଟି ଗାଡ଼ିର କାଗଜପତ୍ର ନାହିଁ। ଏହା କିପରି ନିଷ୍ଠୁର ପରିହାସ ବୋଲି ଅଦିତି ଟ୍ବିଟ୍‌ରେ ଉଲ୍ଲେଖ କରିଥିଲେ। ଯଦି ବସ୍‌ ଥିଲା ତେବେ ରାଜସ୍ଥାନ, ପଞ୍ଜାବ ଏବଂ ମହାରାଷ୍ଟ୍ର କାହିଁକି ପଠାଗଲା ନାହିଁ। କଂଗ୍ରେସ ରାଜସ୍ଥାନରେ ଫଶିଥିବା ଛାତ୍ରଛାତ୍ରୀମାନଙ୍କୁ ଘର ପର୍ଯ୍ୟନ୍ତ ଛାଡ଼ିବା ଦୂରର କଥା, ରାଜ୍ୟର ସୀମା ପର୍ଯ୍ୟନ୍ତ ଛାଡ଼ି ପାରିଲା ନାହିଁ। କିନ୍ତୁ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ରାତାରାତି ବସ୍‌ ପଠାଇ ପିଲାମାନଙ୍କୁ ଘରେ ପହଞ୍ଚାଇଲେ। ଖୋଦ୍‌ ରାଜସ୍ଥାନ ମୁଖ୍ୟମନ୍ତ୍ରୀ ବି ଏହାକୁ ପ୍ରଶଂସା କରିଥିଲେ।

ଅଦିତି କହିଥିଲେ, ଯୋଗୀ ସରକାର ଅନ୍ୟ ରାଜ୍ୟରେ ଫସିଥିବା ପ୍ରବାସୀ ଶ୍ରମିକମାନଙ୍କୁ ଫେରାଇ ଆଣିବା ଲାଗି ଯଥାସମ୍ଭବ ଚେଷ୍ଟା କରୁଛି। ତେବେ ଅଦିତିଙ୍କ ଏପରି ଦଳ ବିରୋଧୀ ମନ୍ତବ୍ୟ ପାଇଁ ତାଙ୍କୁ ନିଲମ୍ବନ କରାଯିବା ସହିତ କାରଣ ଦର୍ଶାଅ ନୋଟିସ ଜାରି କରାଯାଇଛି। ସୂଚନାଯୋଗ୍ୟ, ପୂର୍ବରୁ ଦଳର ନିଷ୍ପତ୍ତି ବିରୋଧରେ ଅଦିତି ରାଜ୍ୟ ବିଧାନସଭାର ସ୍ବତନ୍ତ୍ର ଅଧିବେଶନରେ ଅଂଶଗ୍ରହଣ କରିଥିଲେ। ଏଥିପାଇଁ ବି ତାଙ୍କୁ ଦଳ ପକ୍ଷରୁ ନୋଟିସ ଜାରି କରାଯାଇଥିଲା।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories