www.samajalive.in
Saturday, December 6, 2025
15.1 C
Bhubaneswar

ସ୍ନାନ ପୂର୍ଣ୍ଣିମାକୁ ସବୁଜ ସଙ୍କେତ ; ସର୍ବନିମ୍ନ ସେବାୟତରେ ସ୍ନାନ ପୂର୍ଣ୍ଣିମା !

ଭୁବନେଶ୍ବର : ଶ୍ରୀଜୀଉଙ୍କ ସ୍ନାନଯାତ୍ରା ହେବା ନେଇ ଗୁରୁବାର ଏକ ଗୁରୁତ୍ବପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଥିଲା । ଏହି ବୈଠକରେ ସର୍ବନିମ୍ନ ସେବାୟତରେ ସ୍ନାନଯାତ୍ରା କରିବାନେଇ ଆଲୋଚନା ହୋଇଛି। ଆଜି ୧୦ ନିଯୋଗଙ୍କ ସହ ଆଲୋଚନା ପରେ ମୁଖ୍ୟ ପ୍ରଶାସକ ଡ. କ୍ରିଷ୍ଣ କୁମାର ଏହି  ସୂଚନା ଦେଇଛନ୍ତି ।

ସୂଚନା ଅନୁଯାୟୀ, ଯେଉଁ ସେବାୟତମାନେ ସ୍ନାନଯାତ୍ରାରେ ନିଯୋଜିତ ହେବେ ୨୫ ତାରିଖ ସୁଦ୍ଧା ତାଲିକା ଦେବେ । ସେହି ତାଲିକା ଅନୁସାରେ ସେବାୟତଙ୍କୁ ପ୍ରବେଶ ଅନୁମତି ମିଳିବ। ତାଲିକାଭୁକ୍ତ ସେବାୟତମାନେ ସ୍ନାନପୂର୍ଣ୍ଣିମା ନୀତିରେ ଭାଗ ନେବେ। ପୂର୍ବରୁ ଦଇତାପତି ନିଯୋଗ ସହ ଏନେଇ ଆଲୋଚନା ହୋଇଥିଲା।  ଆଜି ୧୦ ନିଯୋଗଙ୍କ ସହ ଆଲୋଚାନା ହୋଇଛି।  ଏହାପରେ ଛତିଶା ନିଯୋଗଙ୍କ ସହ ଆଲୋଚନା କରାଯିବ ବୋଲି ମୁଖ୍ୟ ପ୍ରଶାସକ କହିଛନ୍ତି। ବର୍ତ୍ତମାନ କଟକଣା ଅନୁସାରେ ମନ୍ଦିର ବାହାରେ କିଛି କରିହେବ ନାହିଁ । ୩୧ ପରେ କଟକଣା ରହିବକି ନାହିଁ ସେ ବିଷୟରେ ଏବେଠୁ କିଛି କହିହେବ ନାହିଁ। ସେ ଯାଏ ଆମକୁ ଅପେକ୍ଷା କରିବାକୁ ପଡିବା ଠିକ ସମୟରେ ଠିକ ନିଷ୍ପତ୍ତି ନିଆଯିବ ବୋଲି ମୁଖ୍ୟ ପ୍ରଶାସକ କ୍ରିଷ୍ଣ କୁମାର କହିଛନ୍ତି।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories