www.samajalive.in
Saturday, December 6, 2025
23.1 C
Bhubaneswar

ବିଡ଼ିଓଙ୍କୁ ଆକ୍ରମଣ ପ୍ରତିବାଦରେ ଜିଲାପାଳ, ଏସପିଙ୍କୁ ଓଏଏସ ସଂଘର ଦାବିପତ୍ର

ଛତ୍ରପୁର: ଗଞ୍ଜାମ ଜିଲା ଛତ୍ରପୁର ବିଡିଓଙ୍କୁ ଆକ୍ରମଣ ଘଟଣା ପ୍ରତିବାଦରେ ଗଞ୍ଜାମ ଜିଲା ଓଏଏସ ସଂଘ ପକ୍ଷରୁ ଜିଲାପାଳ ବିଜୟ ଅମୃତା କୁଲାଙ୍ଗେ ଓ ଏସପିଙ୍କୁ ଦାବିପତ୍ର ପ୍ରଦାନ କରାଯାଇଛି। ଆକ୍ରମଣକାରୀଙ୍କୁ ତୁରନ୍ତ ଗିରଫ କରିବା ସହ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବାକୁ ଦାବି କରାଯାଇଛି। ଏଥିସହ ଅଭିଯୁକ୍ତଙ୍କୁ ଏନଏସଏରେ ବୁକ୍‌ କରିବାକୁ ଦାବି ହୋଇଛି। ତହସିଲଦାର ଓ ବିଡିଓମାନେ କରୋନା ସମୟରେ କର୍ତ୍ତବ୍ୟସ୍ଥଳକୁ ଯିବା ସମୟରେ ପୁଲିସ ଫୋର୍ସ ଯୋଗାଇବାକୁ ମଧ୍ୟ ଅନୁରୋଧ କରାଯାଇଛି। ଅନ୍ୟପକ୍ଷରେ ଆକ୍ରମଣକାରୀ ବାପି ଦାଶକୁ ଗିରଫ କରାଯାଇଥିବାବେଳେ ଅଧିକ ତଦନ୍ତ ଚାଲିଛି ବୋଲି ଏସପି କହିଛନ୍ତି। ଅନ୍ୟ ଅଭିଯୁକ୍ତମାନଙ୍କୁ ମଧ୍ୟ ଗିରଫ କରାଯିବ କରାଯିବ ବୋଲି ଏସପି କହିଛନ୍ତି।

ସୂଚନା​‌ଯୋଗ୍ୟ, ଗତ ବୁଧବାର ଛତ୍ରପୁର ବିଡିଓ ଅମ୍ବିକା ପ୍ରସାଦ ଦାଶ ଅଗସ୍ତି ନୂଆଗାଁ କ୍ଵାରେଣ୍ଟାଇନ ସେଣ୍ଟର ପରିଦର୍ଶନ କରିବା ପାଇଁ ଯାଉଥିବାବେଳେ ଗ୍ରାମ ନିକଟରେ କିଛି ପିଲା କ୍ରିକେଟ ଖେଳୁଥିଲେ। କ୍ରିକେଟ ନ ଖେଳିବାକୁ ବିଡିଓ କହିଥିଲେ। ଏହାକୁ କେନ୍ଦ୍ର କରି କିଛି ପିଲା ବିଡିଓଙ୍କୁ ଆକ୍ରମଣ କରିଥିଲେ। ଏ ସମ୍ପର୍କରେ ବିଡିଓ ଗଞ୍ଜାମ ଥାନାରେ ଅଭିଯୋଗ କରିଥିଲେ। ପୁଲିସ ଏକ ମାମଲା ରୁଜୁ କରି ତଦନ୍ତ ଜଳାଇଛି। ଏହି ଘଟଣାକୁ ସବୁ ମହଲରେ ନିନ୍ଦା କରାଯାଇଛି।

Hot this week

ଇଣ୍ଡିଗୋ ବିମାନ ଅଚଳାବସ୍ଥା : ଚିଠି ଲେଖିଲା କଂଗ୍ରେସ

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋ ବିମାନ ସେବାରେ ବ୍ୟାପକ ବାଧା...

ମୁମ୍ବଇ, ଦିଲ୍ଲୀ… ଆଜି ଏହି ସହରରେ ବି ଇଣ୍ଡିଗୋ ବିମାନ ଉଡାଣ ବାତିଲ

ସମାଜ ଡିଜିଟାଲ ଡେସ୍କ: ଦେଶର ସର୍ବବୃହତ ବିମାନ କମ୍ପାନୀ ଇଣ୍ଡିଗୋରେ ହୋଇଥିବା...

ଭାରତ-ଦକ୍ଷିଣ ଆଫ୍ରିକା ନିର୍ଣ୍ଣାୟକ ଦିନିକିଆ ଆଜି

ବିଶାଖାପାଟଣା : ଘରୋଇ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଦିନିକିଆ...

ରାଶିଫଳ: ଏହି ଦୁଇ ରାଶିଙ୍କୁ କର୍ମକ୍ଷେତ୍ରରୁ ଅପୂର୍ବ ସଫଳତା ମିଳିବ

ମେଷ: ଅଧ୍ୟାପନାର ପ୍ରସ୍ତୁତି ସ୍ବରୂପ ଅଧ୍ୟୟନରତ ହୋଇପାରନ୍ତି। କର୍ମକ୍ଷେତ୍ର ସହିତ ଅନ୍ୟାନ୍ୟ ବିଭିନ୍ନ...

ବଦଳିବ ପ୍ରଥମରୁ ଦ୍ବାଦଶ ପାଠ୍ୟପୁସ୍ତକ

ସ୍ଥାନିତ ହେବ ସ୍ଥାନୀୟ ପ୍ରସଙ୍ଗ ଭୁବନେଶ୍ବର : ଆଗାମୀ ଦିନରେ ପିଲା ଆଉ...

Related Articles

Popular Categories