www.samajalive.in
Saturday, December 13, 2025
23.1 C
Bhubaneswar

କହିବାରେ ସମସ୍ୟା ହୋଇପାରେ କରୋନା ଲକ୍ଷଣ, ସତର୍କ ରହିବା ଜରୁରୀ:ଡବ୍ଲ୍ୟୁଏଚ୍‌ଓ

ଜେନିଭା: ଦିନକୁ ଦିନ ମହାମାରୀ କରୋନା ସାରା ବିଶ୍ବରେ ନିଜର କାୟା ବିସ୍ତାର କରିଚାଲିଛି। ମହାମାରୀ କରୋନା ସଂକ୍ରମଣକୁ କିଭଳି ପ୍ରତିହତ କରାଯାଇ ପାରିବ ଏଥିନେଇ ଏବେ ବିଶ୍ୱବାସୀଙ୍କ ଚିନ୍ତା ବଢ଼ି ଯାଇଛି। ଅଦ୍ୟାବଧି ୪୯,୫୧,୭୬୧ ଲକ୍ଷରୁ ଅଧିକ ଲୋକ ଏହି କରୋନା ଭୂତାଣୁ କବଳରେ ସଂକ୍ରମିତ ହୋଇଛନ୍ତି। ସେଥିମଧ୍ୟରୁ ୧୯, ୩୯,୦୬୮ଜଣ ସୁସ୍ଥ ହୋଇ ଘରକୁ ଫେରିଥିବାବେଳେ ୩,୨୨,୯୪୯ ଲୋକ ପ୍ରାଣ ହରାଇ ସାରିଲେଣି। ଏଭଳି ମହାସଙ୍କଟ ସମୟରେ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ(ଡବ୍ଲ୍ୟୁଏଚ୍‍ଓ) ପକ୍ଷରୁ ଚେତାବନୀ ଦିଆଯିବା ସହ କଥା କହିବାରେ ସମସ୍ୟା ଦେଖାଦେବା କରୋନା ଭୂତାଣୁ ସଂକ୍ରମଣର ଲକ୍ଷଣ ବୋଲି କୁହାଯାଇଛି।

ଏହାପୂର୍ବରୁ ଜ୍ୱର ଆସିବା କିମ୍ବା କାଶହେବା କରୋନା ଭୂତାଣୁର ଲକ୍ଷଣ ବୋଲି କୁହାଯାଇଥିଲା। ଏବେ କଥା କହିବାରେ କଷ୍ଟ ଅନୁଭବ କରିବା ମଧ୍ୟ କରୋନା ଭୂତାଣୁର ଏକ ଲକ୍ଷଣ ବୋଲି ଦର୍ଶାଯାଇଛି। ଏଭଳି ନୂଆ ଲକ୍ଷଣ ପ୍ରତି ବିଶ୍ୱବାସୀ ସତର୍କ ରହିବା ଲାଗି ବିଶ୍ବ ସ୍ବାସ୍ଥ୍ୟ ସଂଗଠନ ପକ୍ଷରୁ ପରାମର୍ଶ ଦିଆଯାଇଛି। କଥା କହିବାରେ କଷ୍ଟ ଅନୁଭବ କଲେ, ତୁରନ୍ତ ଡାକ୍ତରଙ୍କ ସହ ଦେଖାକରିବା ଜରୁରୀ। ଏହା କରୋନା ଆକ୍ରାନ୍ତଙ୍କୁ ଆରୋଗ୍ୟ କରିବାରେ ସହାୟକ ହୋଇପାରିବ। ଏଥିରେ ବିଳମ୍ବ କଲେ ସମସ୍ୟା ଦ୍ୱିଗୁଣିତ ହେବା ଆଶଙ୍କା ରହିଛି ବୋଲି ବିଶେଷଜ୍ଞମାନେ ପ୍ରକାଶ କରିଛନ୍ତି।

- Advertisement -

କରୋନା ଆକ୍ରାନ୍ତ ରୋଗୀ ନିଃଶ୍ୱାସ ପ୍ରଶ୍ୱାସ ନେବାରେ କଷ୍ଟ ଅନୁଭବ କରିଥାନ୍ତି। ଏହାଛଡ଼ା ସେମାନଙ୍କ ମୁଣ୍ଡ ବିନ୍ଧିବା, ଚଲାବୁଲା କରିବାରେ ଥକ୍କାପଣ ଅନୁଭବ ଅନ୍ୟତମ ଲକ୍ଷଣ ବୋଲି କୁହାଯାଏ। କଥା କହିବାରେ କଷ୍ଟ ଅନୁଭବ କରିବା କାରଣକୁ ସବୁବେଳେ ଯେ କରୋନା ଭୂତାଣୁ ସଂକ୍ରମଣ ପ୍ରଭାବ ବୋଲି ଧରି ନେବା ଠିକ୍‍ ନୁହେଁ। ଅନ୍ୟ କାରଣରୁ ମଧ୍ୟ ଏଭଳି କିଛି ହୋଇଥାଇପାରେ। ତଥାପି କରେନା ଆକ୍ରାନ୍ତଙ୍କ କ୍ଷେତ୍ରରେ ଏଭଳି ଲକ୍ଷଣ ରହିଥାଏ, ଯାହାକି ଡାକ୍ତରଙ୍କ ଚିକିତ୍ସା ପାଇଁ ବିଳମ୍ବ କଲେ ପରବର୍ତ୍ତୀ ସମୟରେ ଭୟଙ୍କର ପରିଣାମ ଭୋଗ କରିବାକୁ ପଡ଼ିବ ବୋଲି ବିଶ୍ବ ସ୍ବାସ୍ଥ୍ୟ ସଂଗଠନ ଚେତାବନୀ ଦେଇଛି। କରୋନା ରୋଗୀଙ୍କୁ ଆଇସୋଲେସନ୍‍ରେ ରଖିବା ଦ୍ୱାରା ସେମାନଙ୍କ ମାନସିକ ସ୍ଥିତି ଠିକ୍‍ ନଥାଏ। ସର୍ବଦା ସେମାନେ ମାନସିକ ଚାପରେ ରହିଥାନ୍ତି। ଏଭଳି ପରିସ୍ଥିତିରେ ରୋଗୀଙ୍କ ଉଚିତ ଚିକିତ୍ସା ସହ ସେମାନଙ୍କ ମନୋବଳ ଦୃଢ଼ କରିବାଲାଗି ପଦକ୍ଷେପ ଗ୍ରହଣ କରାଯିବା ଆବଶ୍ୟକ। କରୋନା ଭୂତାଣୁ ଭଳି ପ୍ରାଣଘାତୀ ରୋଗରୁ ରକ୍ଷାପାଇବା ଲାଗି ସ୍ୱଚ୍ଛ ଓ ସତର୍କ ରହିବା ଜରୁରୀ ହୋଇପଡ଼ିଛି ବୋଲି ବିଶ୍ବ ସ୍ବାସ୍ଥ୍ୟ ସଂଗଠନ ପକ୍ଷରୁ ପରାମର୍ଶ ଦିଆଯାଇଛି।

Hot this week

ସଂସଦ ଆକ୍ରମଣକୁ ୨୪ବର୍ଷ ପୁରିଲା: ୪୫ମିନିଟ୍‌ ଧରି ହୋଇଥିଲା ଗୁଳିଚାଳନା

ନୂଆଦିଲ୍ଲୀ: ସଂସଦ ଉପରେ ଆକ୍ରମଣକୁ ଆଜି ପୂରିଲା ୨୪ ବର୍ଷ ।...

ଲିଓନେଲ୍ ମେସିଙ୍କ ୭୦ ଫୁଟ ପ୍ରତିମୂର୍ତ୍ତି ଉନ୍ମୋଚନ

ସମାଜ ଲାଇଭ ଡ଼େସ୍କ : ବିଶ୍ବର ତାରକା ଫୁଟବଲ୍ ଖେଳାଳି ଲିଓନେଲ୍...

ମାଟି ତଳୁ କଡାଯାଉଛି ରାମୁ ହାତୀର କଙ୍କାଳ: ପ୍ରକୃତି ନିବାସରେ ସଂରକ୍ଷିତ ରହିବ

ସମାଜ ଡିଜିଟାଲ ଡେସ୍କ: ଅମର ରହିବ ରାମୁ ହାତୀ । ସଂରକ୍ଷିତ...

ଡାଏବେଟିସ ପାଇଁ ଆସିଲା ଇଞ୍ଜେକ୍ସନ୍

ନୂଆଦିଲ୍ଲୀ : ଡେନମାର୍କ ଔଷଧ କମ୍ପାନୀ ନୋଭୋ ନରଡିସ୍କ ଶେଷରେ ଭାରତରେ...

ତାଣ୍ଡବ ରଚିଲା ଘନ କୁହୁଡ଼ି : ଗୋଟିଏ ପରେ ଗୋଟିଏ ଛଅଟି ଗାଡ଼ି ଧକ୍କା

ସମାଜ ଲାଇଭ ଡ଼େସ୍କ : ଉତ୍ତର ପ୍ରଦେଶରେ ତାଣ୍ଡବ ରଚିଲା ଘନ...

Related Articles

Popular Categories