www.samajalive.in
Saturday, December 13, 2025
23.1 C
Bhubaneswar

ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର ହେଲେ ୧ଲକ୍ଷ ୧୯ ହଜାର ୭୫

ସମାଜ ପୋର୍ଟାଲ ଡେସ୍କ: ସାମୁଦ୍ରିକ ଝଡ଼ ଅମ୍ଫନ୍‍ ପାରାଦୀପଠାରୁ ଦକ୍ଷିଣ ଦିଗରେ ୨୫୦ କିଲୋମିଟର ଦୂରରେ ଥିବା ବେଳେ ବର୍ତ୍ତମାନ ଏହାର ଗତିପଥକୁ ବିଶାଖାପାଟଣା, ପାରାଦୀପ ଏବଂ ଗୋପାଳପୁରରେ ଥିବା ଡଫଲର ପାଣିପାଗ ର‍୍ୟାଡାର୍‍ ଟ୍ରାକ୍‍ କରୁଛି। ଇତିମଧ୍ୟରେ ପ୍ରଭାବିତ ହେବାକୁ ଥିବା ଜିଲ୍ଲାଗୁଡ଼ିକରୁ ଯୁଦ୍ଧକାଳୀନ ଭିତ୍ତିରେ ଲୋକମାନଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଉଛି। ସେମାନଙ୍କୁ ପ୍ରଶାସନ ଏବଂ ପୁଲିସ୍‍ ସହାୟତାରେ ନିକଟସ୍ଥ ବାତ୍ୟା ଆଶ୍ରୟସ୍ଥଳୀ ଓ ସ୍କୁଲ୍‍ ଗୃହଗୁଡ଼ିକୁ ସ୍ଥାନାନ୍ତର କରାଯାଇଛି। ରାଜ୍ୟ ସ୍ୱତନ୍ତ୍ର ରିଲିଫ୍‍ କମିଶନରଙ୍କଠାରୁ ମିଳିଥିବା ସୂଚନା ଅନୁଯାୟୀ ଇତିମଧ୍ୟରେ ୧ଲକ୍ଷ ୧୯ ହଜାର ୭୫ ଜଣଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଇଥିବା ବେଳେ ଏହି କାର୍ଯ୍ୟ ଜାରି ରହିଛି। ଆଜି ସକାଳ ସୁଦ୍ଧା ଏହି କାର୍ଯ୍ୟ ଶେଷ କରିବାକୁ ନିଷ୍ପତ୍ତି ନିଆଯାଇଛି।

୧୧ଟି ଜିଲ୍ଲାର ୧ହଜାର ୭୦୪ଟି ଆଶ୍ରୟସ୍ଥଳୀରେ ସେମାନଙ୍କୁ ରଖାଯାଇଛି। କେନ୍ଦ୍ରାପଡ଼ାରେ ସର୍ବାଧିକ ୩୨ହଜାର ୬୦ ଜଣଙ୍କୁ ସ୍ଥାନାନ୍ତର କରାଯାଇଥିବା ବେଳେ ଭଦ୍ରକରେ ୨୬ ହଜାର ୧୭୪, ବାଲେଶ୍ୱରରେ ୨୩ହଜାର ୧୪୨, କଟକରେ ୩ହଜାର ୯୩୮, ଗଜପତି ୧ହଜାର ୪୯୫, ଜଗତସିଂହପୁର ୯ହଜାର ୭୬, କେନ୍ଦୁଝର ୯୨, ଖୋର୍ଦ୍ଧା ୧ହଜାର ୩୮୫, ମୟୂରଭଞ୍ଜ ୫ହଜାର ୨୦୦ ଏବଂ ପୁରୀରେ ୯ ହଜାର ୩୭୩ ଜଣଙ୍କୁ ସ୍ଥାନାନ୍ତର କରାଯାଇଛି।

Hot this week

ବଦଳିପାରେ ମନରେଗା ଯୋଜନାର ନାମ

ସମାଜ ଲାଇଭ ଡ଼େସ୍କ : ଗ୍ରାମୀଣ ସ୍ତରରେ ଶ୍ରମିକ ମାନଙ୍କୁ ରୋଜଗାର...

ସଂସଦ ଆକ୍ରମଣକୁ ୨୪ବର୍ଷ ପୁରିଲା: ୪୫ମିନିଟ୍‌ ଧରି ହୋଇଥିଲା ଗୁଳିଚାଳନା

ନୂଆଦିଲ୍ଲୀ: ସଂସଦ ଉପରେ ଆକ୍ରମଣକୁ ଆଜି ପୂରିଲା ୨୪ ବର୍ଷ ।...

ଲିଓନେଲ୍ ମେସିଙ୍କ ୭୦ ଫୁଟ ପ୍ରତିମୂର୍ତ୍ତି ଉନ୍ମୋଚନ

ସମାଜ ଲାଇଭ ଡ଼େସ୍କ : ବିଶ୍ବର ତାରକା ଫୁଟବଲ୍ ଖେଳାଳି ଲିଓନେଲ୍...

ମାଟି ତଳୁ କଡାଯାଉଛି ରାମୁ ହାତୀର କଙ୍କାଳ: ପ୍ରକୃତି ନିବାସରେ ସଂରକ୍ଷିତ ରହିବ

ସମାଜ ଡିଜିଟାଲ ଡେସ୍କ: ଅମର ରହିବ ରାମୁ ହାତୀ । ସଂରକ୍ଷିତ...

ଡାଏବେଟିସ ପାଇଁ ଆସିଲା ଇଞ୍ଜେକ୍ସନ୍

ନୂଆଦିଲ୍ଲୀ : ଡେନମାର୍କ ଔଷଧ କମ୍ପାନୀ ନୋଭୋ ନରଡିସ୍କ ଶେଷରେ ଭାରତରେ...

Related Articles

Popular Categories