ମହାବାତ୍ୟା ‘ଅମ୍ଫନ’କୁ ଦୃଷ୍ଟିରେ ରଖି ମାଟ୍ରିକ ଖାତା ଦେଖା ସ୍ଥଗିତ

ପରବର୍ତ୍ତୀ ତାରିଖ ପରେ ଘୋଷଣା ହେବ

ଭୁବନେଶ୍ଵର : ସାମୁଦ୍ରିକ ଝଡ ‘ଅମ୍ଫନ’କୁ ଦୃଷ୍ଟିରେ ରଖି ମାଟ୍ରିକ ପରୀକ୍ଷାର ଉତ୍ତର ଖାତା ମୂଲ୍ୟାୟନକୁ ପୁଣି ସ୍ଥଗିତ ରଖାଯାଇଛି। ପରବର୍ତ୍ତୀ ତାରିଖ ପରେ ଘୋଷଣା କରାଯିବ ବୋଲି ବିଦ୍ୟାଳୟ ଓ ଗଣ ଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ସୂଚନା ଦେଇଛନ୍ତି । ପୂର୍ବରୁ ମଧ୍ୟ ଦୁଇ ଦୁଇ ଥର ପରୀକ୍ଷାଖାତା ମୂଲ୍ୟାଙ୍କନ ଲାଗି ତାରିଖ ସ୍ଥିର ହୋଇ ଘୁଞ୍ଚି ସାରିଛି। ପ୍ରଥମେ ବିଦ୍ୟାଳୟ ଓ ଗଣ ଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ମେ ୨୦ ତାରିଖରେ ଖାତା ଦେଖା ଆରମ୍ଭ ହେବ ବୋଲି ସୂଚନା ଦେଇଥିଲେ । ଏହପରେ  ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ମହାବାତ୍ୟା ଅମ୍ଫନ ପାଇଁ ମାଟ୍ରିକ ଖାତା ଦେଖା ଗୋଟିଏ ଦିନ ଘୁଞ୍ଚି ୨୧ତାରିଖରେ ଖାତା ଦେଖା ହେବ ବୋଲି ନିଷ୍ପତ୍ତି ନିଆଯାଇଥିଲା । ଆଜି କିନ୍ତୁ ଏହା ପରବର୍ତ୍ତୀ ବିଜ୍ଞପ୍ତି ପ୍ରକାଶ ନପାଇବା ଯାଏଁ ସ୍ଥଗିତ ରଖାଯାଇଥିବା ସୂଚନା ରହିଛି ।

kalyan agarbati

Comments are closed.