www.samajalive.in
Saturday, December 6, 2025
15.1 C
Bhubaneswar

ଆନ୍ଧ୍ର, ତାମିଲନାଡୁ ଓ ଗୁଜୁରାଟରୁ ପ୍ରବାସୀ ଓଡ଼ିଆ ଫେରିଲେ

ବଲାଙ୍ଗିର : ସୋମବାର ୩ଟି ସ୍ୱତନ୍ତ୍ର ଶ୍ରମିକ ଟ୍ରେନରେ ବଲାଙ୍ଗିରରେ ଆସି ପହଞ୍ଚିଛି ପ୍ରବାସୀ ଓଡ଼ିଆ। ୩୦ଟି ଜିଲାର ପ୍ରାୟ ୪ହଜାର ପ୍ରବାସୀ ଓଡ଼ିଆ ଫେରିଛନ୍ତି। ବଲାଙ୍ଗିର ଜିଲା ତଥା ଆଖପାଖ ଜିଲାରୁ ଆସିଥିବା ବସ୍ଗୁଡ଼ିକରେ ଓହ୍ଲାଇ ଥିବା ପ୍ରବାସୀଙ୍କୁ ସେମାନଙ୍କ ଗନ୍ତବ୍ୟ ସ୍ଥାନକୁ ପଠାଯାଇଥିବା ବେଳେ ଅନ୍ୟ ଜିଲାର ପ୍ରବାସୀ ଓଡ଼ିଆଙ୍କୁ ମଧ୍ୟ ବସ୍ ଯୋଗେ ପଠାଯାଇଛି। ଆଜି ଦିନ ତମାମ ପ୍ରବାସୀ ଓଡ଼ିଆଙ୍କୁ ସେମାନଙ୍କ ଜିଲାକୁ ପଠାଇବା ପାଇଁ ବେଶ କସରତ କରିଥିଲେ ଜିଲା ପ୍ରଶାସନ, ପୁଲିସ, ସ୍ୱାସ୍ଥ୍ୟ ବିଭାଗ, ପରିବହନ ବିଭାଗ ସହ ଅନ୍ୟାନ୍ୟ ବିଭାଗ। ଯେମିତି ସମସ୍ତେ ଶୃଙ୍ଖଳା ମାନି ଓ ଠିକ୍ ଭାବେ ଗନ୍ତବ୍ୟ ପଥରେ ଯାଇପାରିବେ ସେଥିପ୍ରତି ବିଶେଷ ଦୃଷ୍ଟି ଦିଆଯାଇଥିଲା।

ସୋମବାର ଭୋର ୪ଟାରୁ ରାତି ୧୧ଟା ଯାଏ ସହରର ପ୍ରମୁଖ ୪ଟି ରାସ୍ତା (ଟିଟିଲାଗଡ ରୋଡ, ପାଟଣାଗଡ ରୋଡ, ସମ୍ବଲପୁର ରୋଡ ସହ ସୋନପୁର ରୋଡ)ରେ କର୍ଫ୍ୟୁ ଜାରି କରାଯାଇଥିଲା। ଭୋର ୫ଟା ୧୦ରେ ଆସି ବଲାଙ୍ଗିର ଷ୍ଟେସନରେ ଆନ୍ଧ୍ରପ୍ରଦେଶର ବିଶାଖାପାଟଣାରୁ ଆସୁଥିବା ପ୍ରବାସୀ ଓଡ଼ିଆଙ୍କ ଟ୍ରେନ୍ ଲାଗିବ ବୋଲି ରେଳବାଇ ଘୋଷଣା କରିଥିଲେ। କିନ୍ତୁ ନିର୍ଦ୍ଧାରିତ ସମୟରୁ ପ୍ରାୟ ୪୦ ମିନିଟ ପୂର୍ବରୁ ବଲାଙ୍ଗିର ଷ୍ଟେସନରେ ଲାଗି ଯାଇଥିଲା ପ୍ରଥମ ପ୍ରବାସୀ ଓଡ଼ିଆଙ୍କ ଟ୍ରେନ୍। ସେହିପରି ଦିନ ଦେଢଟା ବେଳେ ଦ୍ୱିତୀୟ ପ୍ରବାସୀ ଓଡ଼ିଆଙ୍କ ଟ୍ରେନ୍ ତାମିଲନାଡୁର ଥିରୁଭାଲ୍ଲୁରରୁ ଆସି ପହଞ୍ଚିଥିଲା। ପୂର୍ବରୁ ସଜାଗ ହୋଇ ରହିଥିବା ବିଭିନ୍ନ ବିଭାଗର ଅଧିକାରୀମାନେ ସେମାନଙ୍କୁ ଟ୍ରେନ୍ରୁ ଓହ୍ଲାଇବା ସହ ଆବଶ୍ୟକୀୟ ପରୀକ୍ଷା, ବିଶୋଧନ, ପଞ୍ଜୀକରଣ, ସିଲ୍ ମାରିବା ସହ ସାମାଜିକ ଦୂରତା ରକ୍ଷା କରି ଧାଡିରେ ଠିଆ ହେବାକୁ କହିଥିଲେ। ବିଭିନ୍ନ ଜିଲାର ବସ୍ଗୁଡ଼ିକ ପର୍ଯ୍ୟାୟକ୍ରମେ ଲାଗିଥିଲା।

- Advertisement -

ପ୍ରଥମ ଓ ଦ୍ୱିତୀୟ ପ୍ରବାସୀ ଓଡ଼ିଆ ଟ୍ରେନରେ ବଲାଙ୍ଗିର ଜିଲାର ୧୫୦୭, ସୁନ୍ଦରଗଡ ଜିଲାର ୨୩, ବରଗଡ ଜିଲାର ୫୬, ସୋନପୁର ଜିଲାର ୨୦, କଳାହାଣ୍ଡି ଜିଲାର ୨୧୦, ନୂଆପଡ଼ା ଜିଲାର ୨୨୫, ନବରଙ୍ଗପୁର ଜିଲାର ୩୩, କୋରାପୁଟ ଜିଲାର ୨୨, ମାଲକାନାଗିରି ଜିଲାର ୧୩, କେନ୍ଦୁଝର ଜିଲାର ୨୯, ମୟୁରଭଞ୍ଜ ଜିଲାର ୨୬, ଗଞ୍ଜାମ ଜିଲାର ୧୧୮, ଖୋର୍ଦ୍ଧା ଜିଲାର ୪୨, ଗଜପତି ଜିଲାର ୨୮, ପୁରୀ ଜିଲାର ୨୨, ଢେଙ୍କାନାଳ ଜିଲାର ୭୧, ଅନୁଗୁଳ ଜିଲାର ୨୧, କେନ୍ଦ୍ରାପଡ଼ା ଜିଲାର ୩୭, ଯାଜପୁର ଜିଲାର ୩୪, ଜଗତସିଂହପୁର ଜିଲାର ୨୬, କଟକ ଜିଲାର ୯, ବାଲେଶ୍ୱରୀ ଜିଲାର ୬୫, ରାୟଗଡ଼ା ଜିଲାର ୨୪, ନୟାଗଡ ଜିଲାର ୧୦, ସମ୍ବଲପୁର ଜିଲାର ୪, ଭଦ୍ରକ ଜିଲାର ୧୫, ଦେବଗଡ ଜିଲାର ୧୨, ଝାରସୁଗୁଡ଼ୁା ଜିଲାର ୩, ବୌଦ୍ଧ ଜିଲାର ୬, କନ୍ଧମାଳ ଜିଲାର ଜଣେ ଆସିଛନ୍ତି। ପ୍ରଥମ ଟ୍ରେନରେ ୧୪୧୭ ଓ ଦ୍ୱିତୀୟ ପ୍ରବାସୀ ଓଡ଼ିଆ ଟ୍ରେନରେ ୧୩୩୧ଜଣ (ମୋଟ-୨୭୮୮ଜଣ) ଆସିଛନ୍ତି।

ଗୁଜୁରାଟର ରାଜକୋଟରୁ ତୃତୀୟ ପ୍ରବାସୀ ଓଡ଼ିଆ ଟ୍ରେନ୍ ସନ୍ଧ୍ୟା ପ୍ରାୟ ସାଢେ ୫ଟା ବେଳେ ଆସିବାର ଥିବା ବେଳେ ଏହା ବିଳମ୍ବରେ ଆସିବ ବୋଲି ଜଣାପଡିଛି। ଏହି ଟ୍ରେନ ମଧ୍ୟ ୩୦ଟି ଜିଲାର ଶତାଧିକ ପ୍ରବାସୀ ଓଡ଼ିଆ ଆସୁଥିବା ଜଣାପଡିଛି। ସେମାନଙ୍କ ସଂଖ୍ୟା କେତେ ତାହା ସ୍ପଷ୍ଟ ହୋଇପାରୁ ନାହିଁ। ସୋମବାର ବଲାଙ୍ଗିର ଜିଲାପାଳ ଅରିନ୍ଦମ ଡାକୁଆ, ଏସ୍ପି ଏମ୍.ସନ୍ଦୀପ ସଂପତ, ଅତିରିକ୍ତ ଜିଲାପାଳ ଅନନ୍ତ ନାରାୟଣ ସିଂ ଲାଗୁରିଙ୍କ ସହ ଜିଲା ପ୍ରଶାସନ, ପୁଲିସ ଓ ଅନ୍ୟାନ୍ୟ ବିଭାଗର ଅଧିକାରୀମାନେ ଉପସ୍ଥିତ ରହି ପ୍ରବାସୀ ଓଡ଼ିଆଙ୍କୁ ସ୍ୱାଗତ କରିଥିଲେ।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories