www.samajalive.in
Monday, December 15, 2025
24.1 C
Bhubaneswar

ସୁଞ୍ଜୱାନ ଆକ୍ରମଣ: ମୁଖ୍ୟ ଷଡଯନ୍ତ୍ରକାରୀ ନିହତ

ଶ୍ରୀନଗର: ସୁଞ୍ଜୱାନା ସେନା ଶିବିର ଉପରେ ହୋଇଥିବା ଆକ୍ରମଣ ଘଟଣାର ମୁଖ୍ୟ ଷଡଯନ୍ତ୍ରକାରୀ ତଥା ଜୈସ-ଇ-ମହମ୍ମଦ ଆତଙ୍କବାଦୀ ମୁଫତି ୱାକସ ସୋମବାର ସୁରକ୍ଷାକର୍ମୀଙ୍କ ଗୁଳିରେ ପ୍ରାଣ ହରାଇଛି। ପ୍ରତିରକ୍ଷା ମୁଖପାତ୍ର କର୍ଣ୍ଣେଲ ରାଜେଶ କାଲିଆଙ୍କ ସୂଚନା ଅନୁଯାୟୀ ଦକ୍ଷିଣ କାଶ୍ମୀରର ଅବନ୍ତପୁର ଜିଲା ହାତୀୱାରି ଅଞ୍ଚଳରେ ସେନା, ସିଆରପିଏଫ ଓ ପୁଲିସର ମିଳିତ ଅପରେସନରେ ୱାକସର ମୃତ୍ୟୁ ହୋଇଛି। ଗୁଇନ୍ଦା ସୂଚନା ଆଧାରରେ ସେନାର ୫୦ ରାଷ୍ଟ୍ରୀୟ ରାଇଫଲ, ସିଆରପିଏଫ ଓ ଜାମ୍ମୁ-କାଶ୍ମୀର ପୁଲିସର ଏସଓଜି ଯବାନମାନେ ହାତୀୱାରି ଅଞ୍ଚଳର ଲେଥପେରା ଗ୍ରାମରେ ମିଳିତ ଅଭିଯାନ କରିଥିଲେ। ଅଭିଯାନରେ ମୁଫତି ୱାକସର ମୃତ୍ୟୁ ହୋଇଥିଲା। ଏଥିରେ କୌଣସି ସାଧାରଣ ନାଗରିକ ମୃତ୍ୟୁ ହୋଇନାହିଁ କି ଅନ୍ୟ କିଛି କ୍ଷତି ହୋଇନାହିଁ। ୱାକସକୁ ଟାର୍ଗେଟ କରି ଏହି ଅଭିଯାନ ହୋଇଥିଲା। କାଶ୍ମୀର ଆଇଜି ସତ୍ୟପ୍ରକାଶ ପାଣିଙ୍କ ସୂଚନା ଅନୁଯାୟୀ ୱାକସ ନିକଟରେ ଅସ୍ତ୍ରଶସ୍ତ୍ର ଓ ଆଇଇଡି ଜବତ କରାଯାଇଛି। ଗତ ଫେବୃଆରୀ ୧୦ରେ ଜୈସ-ଇ-ମହମ୍ମଦ ଆତଙ୍କବାଦୀମାନେ ସୁଞ୍ଜୱାନ ସେନା ଶିବିର ଉପରେ ଆକ୍ରମଣ କରିଥିଲେ। ଏଥିରେ ୬ଜଣ ସୈନିକ ଓ ଜଣେ ସାଧାରଣ ନାଗରିକ ପ୍ରାଣ ହରାଇଥିଲେ। ଆକ୍ରମଣକାରୀ ତିନିଜଣ ଆତଙ୍କବାଦୀ ମଧ୍ୟ ପ୍ରାଣ ହରାଇଥିଲେ।

Hot this week

ଶୁକ୍ର ନକ୍ଷତ୍ର ପରିବର୍ତ୍ତନ: ବର୍ଷ ଶେଷରେ ତିନି ରାଶି ହେବେ ମାଲାମାଲ

ସମାଜ ଡିଜିଟାଲ ଡେସ୍କ: ସବୁଗ୍ରହ ମାନଙ୍କ ମଧ୍ୟରେ ଶୁକ୍ର ଗ୍ରହ ହେଉଛନ୍ତି...

ଧର୍ମଶାଳା ଗଣ୍ଡଗୋଳ ; କାର୍ଯ୍ୟାନୁଷ୍ଠାନ ଦାବି କଲେ ନବୀନ

ସମାଜ ଲାଇଭ ଡ଼େସ୍କ : ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ...

ପିକନିକ୍‌ରୁ ଫେରିବାବେଳେ ଦୁର୍ଘଟଣା..

ଛତ୍ରପୁର: ଛତ୍ରପୁର ଜାତୀୟ ରାଜପଥ ଏକାମ୍ରନଗରରେ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। କୋରାପୁଟରୁ...

ବହିଷ୍କୃତ ପରେ ମୁହଁ ଖୋଲିଲେ ମୋକିମ୍‌: ମୋ ବିଚାରଧାରା କଂଗ୍ରେସ ସହ ଅଛି

ସମାଜ ଡିଜିଟାଲ ଡେସ୍କ: କଂଗ୍ରେସରୁ ବହିଷ୍କୃତ ହେବା ପରେ ପ୍ରତିକ୍ରିୟା ରଖିଛନ୍ତି...

ମୁମ୍ବଇରେ ମେସି ମାନିଆ

ମୁମ୍ବଇ : ବିଶ୍ବବିଜେତା ଆର୍ଜେଣ୍ଟିନା ଫୁଟ୍‌ବଲ ଦଳର ଅଧିନାୟକ ଲିଓନେଲ୍ ମେସି...

Related Articles

Popular Categories