www.samajalive.in
Sunday, December 7, 2025
14.1 C
Bhubaneswar

ପ୍ରବାସୀଙ୍କ ପଞ୍ଜୀକରଣ: ବାଧ୍ୟତାମୂଳକ ନୁହେଁ ଆଧାର ଦାଖଲ

କଟକ: ରାଜ୍ୟରେ ପ୍ରବାସୀଙ୍କ ନିମନ୍ତେ ପଞ୍ଜୀକରଣ ଓ ସଙ୍ଗରୋଧକୁ ବାଧ୍ୟତାମୂଳକ କରାଯାଇଛି । ପଞ୍ଜୀକରଣ ସମୟରେ ଆଧାର କାର୍ଡ଼ ଦାଖଲକୁ ସର୍ବାଧିକ ଗୁରୁତ୍ବ ଦିଆଯାଉଛି । ମାତ୍ର ଓଡ଼ିଶା ହାଇକୋର୍ଟ ଏ ସଂକ୍ରାନ୍ତ ଏକ ଜନସ୍ବାର୍ଥ ମାମଲାର ବିଚାର କରି ପ୍ରବାସୀଙ୍କ ପଞ୍ଜୀକରଣ ନିମନ୍ତେ ଆଧାରକୁ ବାଧ୍ୟତାମୂଳକ କରାଯାଇ ପାରିବ ନାହିଁ ବୋଲି କହିଛନ୍ତି । ଆଧାର ଭିନ୍ନ ଅନ୍ୟ ସରକାରୀ ଦସ୍ତାବିଜ ଦାଖଲ କରି ଜଣେ ପ୍ରବାସୀ ନିଜର ପଞ୍ଜୀକରଣ କରିପାରିବ ବୋଲି ହାଇକୋର୍ଟ କହିଛନ୍ତି ।

ନିଜ ରାଜ୍ୟକୁ ଫେରି ଆସୁଥିବା ଦେଶ ଭିତର ଓ ବାହାରର ଲୋକଙ୍କ ପାଇଁ ପଞ୍ଜୀକରଣକୁ ବାଧ୍ୟତାମୂଳକ କରାଯାଇଛି । ସେମାନେ ବିଭିନ୍ନ ରାସ୍ତାରେ ଓଡ଼ିଶା ଫେରୁଛନ୍ତି । ପୂର୍ବରୁ ବସ୍ ଓ ଟ୍ରେନରେ ଅନେକ ଲୋକ ଓଡ଼ିଶା ଫେରିଛନ୍ତି । ଆସନ୍ତା ସପ୍ତାହରେ ବିମାନରେ ମଧ୍ୟ ବହୁ ପ୍ରବାସୀ ଫେରି ଆସିବାର ଯୋଜନା ରହିଛି । ଏପରି ସ୍ଥିତିରେ ଓଡ଼ିଶା ଫେରୁଥିବା ପ୍ରବାସୀଙ୍କ ପାଇଁ ପଞ୍ଜୀକରଣ ଅନିବାର୍ଯ୍ୟ ଓ ସେମାନେ କ୍ବାରେଣ୍ଟାଇନରେ ରହିବା ବାଧ୍ୟ । କିନ୍ତୁ ପଞ୍ଜୀକରଣ ସମୟରେ ଆଧାର କାର୍ଡ଼ର ନକଲ ବା ନମ୍ବର ପ୍ରଦାନ କରାଯିବାକୁ ରାଜ୍ୟରେ ନିର୍ଦେଶ ଦିଆଯାଇଥିଲା । ଏହା ବିରୋଧରେ ହାଇକୋର୍ଟରେ ଏକ ଜନସ୍ବାର୍ଥମାମଲା ରୁଜୁ ହୋଇଥିଲା । ହାଇକୋର୍ଟ ମାମଲାର ବିଚାର କରି ଆଧାର ବ୍ୟତୀତ ଅନ୍ୟ ଦସ୍ତାବିଜ ଦେଇ ପଞ୍ଜୀକରଣ କରିପାରିବ ବୋଲି କହିଛନ୍ତି ।

Hot this week

ଅଲାସ୍କା-କାନାଡାର ସୀମାବର୍ତ୍ତୀ ଅଞ୍ଚଳରେ ଭୂକମ୍ପ ଝଟ୍‌କା

ନୂଆଦିଲ୍ଲୀ: ଅଲାସ୍କା ଏବଂ କାନାଡିୟ ଅଞ୍ଚଳ ୟୁକୋନ ସୀମା ନିକଟବର୍ତ୍ତୀ ଅଞ୍ଚଳରେ...

ଘରର ଏହି ଦିଗରେ ରଖନ୍ତୁ ଏହି ଖାସ୍‌ ଜିନିଷ : ଜୀବନରେ ଆସିବ ଉନ୍ନତି , ହେବ ଧନ ବର୍ଷା

ନୂଆଦିଲ୍ଲୀ : ବାସ୍ତୁ ଶାସ୍ତ୍ର ଅନୁଯାୟୀ ଘରେ କିଛି ଖାସ୍ ବସ୍ତୁ...

ଅହୋରାତ୍ର ଧାରଣାରେ ପ୍ରାଥମିକ ଶିକ୍ଷକ ମହାସଂଘ

ଭୁବନେଶ୍ୱର,୬ା୧୨(ନି.ପ୍ର): ଗାନ୍ଧୀମାର୍ଗରେ ପ୍ରାଥମିକ ଶିକ୍ଷକ ମହାସଂଘର ଅହୋରାତ୍ର ଆନ୍ଦୋଳନ ଜାରି ରହିଛି।...

ବାଚସ୍ପତିଙ୍କ ରୁଲିଂ ଦାବି କଲେ ପ୍ରମିଳା

ଭୁବନେଶ୍ୱର : ରାଜ୍ୟରେ ମାନବ ଚାଲାଣ ଓ ଶିଶୁ ନିର୍ଯାତନା ଚିନ୍ତାଜନକ...

ଏଏନ୍‌ଏମ ପ୍ରଶ୍ନପତ୍ର ପ୍ରଘଟ ପ୍ରସଙ୍ଗରେ ବିଜେଡିର ସମାଲୋଚନା

ଭୁବନେଶ୍ବର : ଏଏନଏମ ପ୍ରଶ୍ନପତ୍ର ପ୍ରଘଟ ଓ ଶେଷ ମୁହୂର୍ତ୍ତରେ ଏହି...

Related Articles

Popular Categories