www.samajalive.in
Saturday, December 6, 2025
26.1 C
Bhubaneswar

ଲକ୍ ଡାଉନ୍ ପରେ ବିମାନ ଯାତ୍ରା ସମୟରେ ଯାତ୍ରୀଙ୍କ ପାଇଁ ଲାଗୁ ହେବ ନୂଆ ନିୟମ

ନୂଆଦିଲ୍ଲୀ : ଦେଶରେ ଲକ୍ ଡାଉନ ଖୋଲିବା ପରେ ଆରମ୍ଭ ହେବ ବ୍ୟବସାୟିକ ବିମାନ ସେବା । ଲକ୍ ଡାଉନପରେ ଆରମ୍ଭ ହେବାକୁ ଥିବା ବ୍ୟବସାୟିକ ବିମାନ ସେବା ପାଇଁ ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟ ପକ୍ଷରୁ ନୂଆ ନିୟମ ଲାଗୁହେବ ବୋଲି ଜଣାପଡିଛି । କରୋନା ସଂକ୍ରମଣ ଭୟ ରହିଥିବାରୁ ବିମାନ ଚଳାଚଳ ଆରମ୍ଭ ହେଲେ ଯାତ୍ରୀମାନଙ୍କ ପାଇଁ ଗାଇଡଲାଇନ ପ୍ରସ୍ତୁତ କରୁଛି ବେସମାରିକ ବିମାନ ଚଳାଚଳ ମନ୍ତ୍ରଣାଳୟ । ମିଳିଥିବା ସୂଚନା ଅନୁସାରେ ବିମାନ ଯାତ୍ରାଙ୍କୁ ବିମାନ ଯାତ୍ରା କରିବା ପୂର୍ବରୁ କୋଭିଡ-୧୯ ସମ୍ଭଦିତ ଏକ ପ୍ରଶ୍ନପତ୍ର ଭରିବାକୁ ଦିଆଯିବା ସହ , ବିମାନରେ କ୍ୟାବିନ ଲଗେଜ୍ ନେବାରେ ସମ୍ପୁର୍ଣ୍ଣ ନିଷେଧ କରାଯିବ । ବିମାନରେ ଯାତ୍ରା କରୁବାକୁ ଥିବା ଯାତ୍ରୀଙ୍କ ଫୋନରେ ଆରୋଗ୍ୟସେତୁ ଆପ୍ ବ୍ୟବହାର ବାଧ୍ୟତାମୂଳକ କରାଯିବା ସହ ବିମାନ ଉଡାଣ ସମୟର ଦୁଇ ଘଣ୍ଟା ପୂର୍ବରୁ ବିମାନ ବନ୍ଦରରେ ପହଞ୍ଚିବାକୁ ପଡିବ ବୋଲି ଜଣାପଡିଛି।

ଯଦି କୌଣସି ଯାତ୍ରୀ ଆରୋଗ୍ୟ ସେତୁ ଆପରେ ଅସୁରକ୍ଷିତ ଥିବା ଜଣାପଡେ ତେବେ ବିମାନବନ୍ଦରରେ ପ୍ରବେଶ ଅନୁମତି ଦିଆଯିବ ନାହିଁ । ମନ୍ତ୍ରଣାଳୟର ସୂଚନା ଅନୁସାରେ ବିମାନ ଯାତ୍ରା ଆରମ୍ଭ ହେବାର ପ୍ରଥମ ପର୍ଯ୍ୟାୟରେ ୮୦ ବର୍ଷରୁ ଅଧିକ ଯାତ୍ରୀଙ୍କୁ ଯାତ୍ରାର ସୁବିଧା ଦିଆଯିବ ନାହିଁ । ଏଥି ସହିତ ଯାତ୍ରୀ କ୍ୟାବିନ ସମାଗ୍ରୀ ଆଣିବା ମଧ୍ୟ ନିଷେଧ କରାଯାଇଛି । ଯାତ୍ରୀମାନେ କେବଳ ନିଜ ସହ ଚେକ୍ ଇନ୍ ବ୍ୟାଗେଜ୍ ଆଣିପାରିବେ ଯାହା ୨୦ କିଲୋଗ୍ରାମରୁ କମ୍ ହେବା ଉଚିତ । ଏଥି ସହିତ ଯଦି ଯାତ୍ରୀ  ଜଣଙ୍କ ପାଖରେ କରୋନାର କୌଣସି ଲକ୍ଷଣ ଦେଖାଯାଏ ତେବେ କିମ୍ବା  ଆରୋଗ୍ୟ ସେତୁ ଆପରେ ଯାତ୍ରୀ ଜଣଙ୍କ ସୁରକ୍ଷିତ ନଥାନ୍ତି ତେବେ ତାଙ୍କୁ ବିମାନ ବନ୍ଦରର ଟର୍ମିନାଲ ବିଲଡିଂରେ ପ୍ରବେଶ କରିବାକୁ ଅନୁମତି ଦିଆଯିବ ନାହିଁ ।

- Advertisement -

ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟର ପକ୍ଷରୁ ପ୍ରସ୍ତୁତ ହୋଇଥିବା ଡ୍ରାଫ୍ଟ ଅନୁସାରେ ଯେଉଁ ଯାତ୍ରୀ ଆରୋଗ୍ୟ ସେତୁ ଆପରେ ସୁରକ୍ଷିତ ଥିବେ ଅର୍ଥାତ ନିରାପଦ ମାପକରେ ଥିବେ ସେମାନଙ୍କୁ ୱେବ୍ ଚେକ୍ ଇନ୍ ଏବଂ ରେକ୍ୟୁରେଟିଭ୍ ଆପରେ ତାପମାତ୍ରା ଯାଞ୍ଚ ମଧ୍ୟ ଅନ୍ତର୍ଭୁକ୍ତ କରାଯିବ । ଯାତ୍ରୀଙ୍କ ବ୍ୟତୀତ ସୁରକ୍ଷା ଏଜେନ୍ସି ଏବଂ ବିମାନ ବନ୍ଦର କର୍ମଚାରୀଙ୍କ ପାଇଁ ସ୍ବତନ୍ତ୍ର ପରଚିୟ ପତ୍ର କରାଯିବା ସହ ମାମାଜିକ ଦୂରତା ମଧ୍ୟ ରଖାଯିବ ।

ଅନ୍ୟ ଏକ ପରାମର୍ଶ ଅନୁସାରେ ଡାକ୍ତରୀ ଜରୁରୀକାଳୀନ ପରିସ୍ଥିତିରେ କୌଣସି ଯାତ୍ରୀଙ୍କୁ ଅଲଗା କରାଯିବା ପାଇଁ ବିମାନର ୩ ଟି ଧାଡି ଖାଲି ରଖିବା ପାଇଁ ପରାମର୍ଶ ଦିଆଯାଇଛି । ଏଥି ସହିତ ମନ୍ତ୍ରଣାଳୟର ପରାମର୍ଶ ଅନୁସାରେ ଯେଉଁ ଯାତ୍ରୀମାନେ ଅଧିକ ତାପମାତ୍ରା କିମ୍ବା ବୟସ ଯୋଗୁଁ ଯାତ୍ରା କରିପାରିବେ ନାହିଁ ସେମାନଙ୍କୁ କୌଣସି ଫାଇନ ବିନା ଯାତ୍ରା ତାରିଖ ବଦଳାଇବାର ସୁବିଧା ଦିଆଯିବ ବୋଲି ଜଣାପଡିଛି । ଏୟାରଲାଇନ୍ସ ଏବଂ ବିମାନବନ୍ଦର ଅପରେଟରଙ୍କ ସମେତ ଅଂଶୀଦାରମାନଙ୍କ ସହ ଆଲୋଚନା ପରେ ଏସଓପି ପ୍ରସ୍ତୁତ କରାଯାଇଥିବା ଜଣାପଡିଛି ।

Hot this week

ନିୟମିତ କରନ୍ତୁ ଏହି ଯୋଗାସନ, ଦୂର ହେବ ମଧୁମେହ…

ନୂଆଦିଲ୍ଲୀ: ସୁସ୍ଥ ଏବଂ ନିରୋଗ ରହିବାକୁ ଲୋକେ ବିଭିନ୍ନ ଉପାୟ ଅବଲମ୍ବନ...

ଇଣ୍ଡିଗୋ ଅଚଳାବସ୍ଥା ଘଟଣାରେ ଦାୟୀବ୍ୟକ୍ତି କ୍ଷତି ଭରିବାକୁ ମନ୍ତ୍ରୀଙ୍କ ନିଷ୍ପତ୍ତି

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋ ବିମାନ ଅଚଳାବସ୍ଥା ଘଟଣାରେ ବଡ...

ରସୁଣ ଏବଂ ମୂଳା ଚଟଣି: ଶୀତରେ ପାଟିକୁ ସୁଆଦିଆ

ସମାଜ ଡିଜିଟାଲ ଡେସ୍କ: ଶୀତ ଋତୁରେ ମୂଳା ବହୁଳ ଭାବରେ ବଜାରରେ...

୧୦ପିସ୍ତଲ ଓ ଗୋଟିଏ କାର୍ବାଇନ ସହ ବନ୍ଧୁକ ମାଫିଆ ଜବତ

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରରେ ଏକ ବଡ ଧରଣର ଆନ୍ତଃରାଜ୍ୟ...

ଅନ୍ତିମ ଦିନିକିଆ: ଟସ୍‌ ଜିତି ବୋଲିଂ କରୁଛି ଭାରତ

ବିଶାଖାପାଟଣା: ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଆଜି ଅନ୍ତିମ ଦିନିକିଆ...

Related Articles

Popular Categories