www.samajalive.in
Saturday, December 6, 2025
15.1 C
Bhubaneswar

ଭାଇ ହେଲା ବଇରୀ: ସମ୍ପତ୍ତି ପାଇଁ ମୁକ ଭାଇକୁ ତୀର ମାରି ହତ୍ୟା ଉଦ୍ୟମ

କପ୍ତିପଦା:  ବେଳେବେଳେ ସାମାନ୍ୟ ସ୍ୱାର୍ଥ ତଥା ନିଶା ପାଇଁ ଭାଇ ଭାଇର ବଇରୀ ସାଜିଥାଏ। ହିତାହିତ ଜ୍ଞାନ ଭୁଲି ସମ୍ପତ୍ତି ପାଇଁ ମୁକ ଭାଇକୁ ମାରିବାକୁ ମଧ୍ୟ ପଛାଇ ନାହିଁ। ଏମିତି ଏକ ଲୋମଟାଙ୍କୁରା ଘଟଣା ଘଟିଛି ମୟୁରଭଞ୍ଜ ଜିଲା କପ୍ତିପଦା ବ୍ଲକ ଶରତ ଥାନା ଅନ୍ତର୍ଗତ ଲାବଣ୍ୟଦେଇପୁର ପଞ୍ଚାୟତ କଟୁରିଆ ହୁଡିସାହି ଗ୍ରାମରେ ।

ପିତା ମାଥୁରୀ ହେମ୍ବ୍ରମ୍‍ଙ୍କ ବଡ଼ ପୁଅ ମାନ ସିଂ (୩୫) ଓ ସାନ ପୁଅ ଶିବାନ (୨୨)। ପିତା ମାଥୁରୀ ମାଝୀ ବହୁ ଦିନ ପୂର୍ବରୁ ମୃତ୍ୟୁବରଣ କରିବା ପରେ ଦୁଇ ଭାଇ ଏକାଠି ରହୁଥିଲେ। ସାନ ଭାଇ ଶିବାନ ମୁକ, ବଧିର ହୋଇଥିବାବେଳେ ଅବିବାହିତ ମଧ୍ୟ। ଦୁଇ ଭାଇଙ୍କ ମଧ୍ୟରେ ସମ୍ପତ୍ତି  ଭାଗବଣ୍ଟାକୁ ନେଇ ଗ୍ରାମର ଲୋକମାନେ ବହୁବାର ବୈଠକରେ ବସିଥିଲେ ମଧ୍ୟ ବଡ଼ଭାଇ ଏହାକୁ ଏଡ଼ାଇଦେଇ ଚାଲିଥିଲା। ୪ ଏକର ଜମିକୁ ହାତେଇବା ପାଇଁ ମାନସିଂ ସାନଭାଇକୁ ରାସ୍ତାରୁ ହଟାଇବା ପାଇଁ ସୁଯୋଗ ଖୋଜି ବୁଲୁଥିଲା। ଗତକାଲି ରାତ୍ରିରେ ଶିବାନ୍‍ ଘରେ ଶୋଇଥିବାବେଳେ ନିଶାସକ୍ତ ହୋଇ ବଡ଼ଭାଇ ମାନସିଂ ତୀର ମାଡ କରିଥିଲା। ତୀରଟି ବାମ ପାଖ ପେଟରେ ବାଜିବାରୁ ସେ ଗୁରୁତର ଆହତ ହୋଇ ଚିତ୍କାର କରିଥିଲେ। ସ୍ଥାନୀୟଲୋକେ ଏ ସମ୍ପର୍କରେ ପୁଲିସ୍‍କୁ ଖବର ଦେବଇଥିଲେ । ପରେ ୧୦୮ ଆମ୍ବୁଲାନ୍ସ ଯୋଗେ ଗୁରୁତର ଅବସ୍ଥାରେ ପରିବାର ଲୋକେ ତାଙ୍କୁ ପ୍ରଥମେ ଉଦଳା ଡାକ୍ତରଖାନାରେ ଭର୍ତି କରିଥିଲେ। ମାତ୍ର ଅବସ୍ଥା ସଂକଟାପନ୍ନ ଥିବାରୁ ତାଙ୍କୁ ବାରିପଦା ଜିଲ୍ଳା ମୂଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତରିତ କରାଯାଇଥିଲା। ସେଠାରେ ତାଙ୍କର ଅସ୍ତ୍ରୋପଚାର କରାଯାଇ ତୀର ବାହାର କରାଯାଇଥିବାର ଜାଣିବାକୁ ମିଳିଛି। ଏ ସଂକ୍ରାନ୍ତରେ ଶରତ ପୁଲିସ କେସ ନମ୍ବର- ୨୦/୨୦ରେ ଏକ ମାମଲା ରୁଜୁ କରି ଅଭିଯୁକ୍ତକୁ ଅଟକ ରଖି ତଦନ୍ତ ଜାରୀ ରଖିଛି। ବୁଧୁବାର ତାକୁ କୋର୍ଟଚାଲାଣ କରାଯିବ ବୋଲି ଓଆଇସି ରୀନା ବକ୍ସଲ ପ୍ରକାଶ କରିଛନ୍ତି।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories