www.samajalive.in
Saturday, December 6, 2025
26.1 C
Bhubaneswar

ସୀମାନ୍ତରେ ଉତ୍ତେଜନା : ଚୀନ୍ ଉଡ଼ାଇଲା ହେଲିକପ୍ଟର; ଜବାବ ଦେବାକୁ ପହଞ୍ଚିଲେ ଭାରତୀୟ ଫାଇଟର ଜେଟ୍

ନୂଆଦିଲ୍ଲୀ: ଭାରତ-ଚୀନ ସୀମାରେ ବୃଦ୍ଧି ପାଉଛି ଉତ୍ତେଜନା । ଦୁଇଦିନ ତଳେ ଦୁଇ ଦେଶର ଯବାନ ମୁହାଁମୁହିଁ ହୋଇଥିବାବେଳେ ଆଜି ଚୀନ୍ ସୀମାନ୍ତରେ ନିଜର ସାମରିକ ହେଲିକପ୍ଟର ଉଡ଼ାଇଛି । ଚୀନା ହେଲିକପ୍ଟରକୁ ଦେଖି ଭାରତୀୟ ଜବାନ ତୁରନ୍ତ ସଜାଗ ହୋଇ ଯାଇଥିଲେ ଓ ଲାଦାଖ ସୀମାନ୍ତରେ ମୁତୟନ ଭାରତୀୟ ଯୁଦ୍ଧ ବିମାନ ତୁରନ୍ତ ଜବାବ ଦେବାକୁ ଆକାଶକୁ ଉଠି ଯାଇଥିଲେ । କିଛି ସମୟ ପରେ ଚୀନା ହେଲିକପ୍ଟରଗୁଡ଼ିକ ଫେରି ଯାଇଥିଲେ ଓ ଏହାପରେ ଭାରତୀୟ ଯୁଦ୍ଧ ବିମାନଗୁଡ଼ିକୁ ଘାଟିକୁ ଫେରି ଆସିବାକୁ ନିର୍ଦେଶ ଦିଆଯାଇଥିଲା । ଉତ୍ତର ସିକ୍କିମ୍ ଓ ଲାଦାଖ ଉପତ୍ୟକାର ଲାଇନ୍ ଅଫ୍ କଂଟ୍ରୋଲ ନିକଟରେ ଏପରି ଛକାପଞ୍ଝା ଆଜି ଦିନଯାକ ଲାଗି ରହିଥିଲା ।

ଗତ ସପ୍ତାହକ ମଧ୍ୟରେ ତୃତୀୟଥର ପାଇଁ ଭାରତ ଓ ଚୀନ୍ ଏହି ଅଞ୍ଚଳରେ ସାମ୍ନାସାମ୍ନି ହୋଇଛନ୍ତି । ଦୁଇଦିନ ତଳେ ଉତ୍ତର ସିକିମ୍ ଅଞ୍ଚଳରେ ଉଭୟ ପକ୍ଷର ସେନା ମୁହାଁମୁହିଁ ହୋଇଥିଲେ ଓ ଏଥିରେ ଉଭୟ ପକ୍ଷର କିଛି ଯବାନ ଆହତ ହୋଇଥିଲେ । ଏହା ପୂର୍ବରୁ  ମେ ୫ରେ ଲଦାଖରେ ମଧ୍ୟ ଏମିତି ପରିସ୍ଥିତି ଦେଖାଦେଇଥିଲା । ମେ ୬ରେ ଦୁଇ ପକ୍ଷର ସେନାଙ୍କ ମଧ୍ୟରେ ବୁଝାମଣା ହୋଇଯାଇଥିଲା ।

- Advertisement -

ସୂଚନା ଅନୁସାରେ ଚୀନର ହେଲିକପ୍ଟର ଭାରତୀୟ ସୀମା ଆଡକୁ ଉଡାଣ ଭରିବା ମାତ୍ରକେ ଭାରତୀୟ ଯୁଦ୍ଧ ବିମାନ ଗୁଡ଼ିକୁ ଲଦାଖ ସେକ୍ଟର ସୀମାକୁ ଉଡାଣ ଭରିବାକୁ ଆଦେଶ ଦିଆଯାଇଥିଲା । ଭାରତୀୟ ବାୟୁସେନ ଯୁଦ୍ଧା ବିମାନଗୁଡ଼ିକୁ ନିକଟରେ ଥିବା ନିଜ କ୍ୟାମ୍ପରୁ ହିଁ ଉଡ଼ାଣ ଭରିଥିଲେ । ଯଦିଓ ଚୀନ ହେଲିକପ୍ଟର ଭାରତୀୟ ବାୟୁ କ୍ଷେତ୍ରରେ ପ୍ରବେଶ କରି ନ ଥିଲା ଓ ନିଜ ସୀମାଅନ୍ତର୍ଗତ ଅଞ୍ଚଳରେ ଚକ୍କର ଲଗାଇଥିଲା, ସେହିପରି ଭାରତୀୟ ଯୁଦ୍ଧ ବିମାନଗୁଡ଼ିକ ଭାରତୀୟ ସୀମାନ୍ତ ମଧ୍ୟରେ ରହି ଚୀନ କାର୍ଯ୍ୟକଳାପକୁ ସତର୍କତାର ସହ ଅନୁଧ୍ୟାନ କରିଥିଲେ ।

Hot this week

ନିୟମିତ କରନ୍ତୁ ଏହି ଯୋଗାସନ, ଦୂର ହେବ ମଧୁମେହ…

ନୂଆଦିଲ୍ଲୀ: ସୁସ୍ଥ ଏବଂ ନିରୋଗ ରହିବାକୁ ଲୋକେ ବିଭିନ୍ନ ଉପାୟ ଅବଲମ୍ବନ...

ଇଣ୍ଡିଗୋ ଅଚଳାବସ୍ଥା ଘଟଣାରେ ଦାୟୀବ୍ୟକ୍ତି କ୍ଷତି ଭରିବାକୁ ମନ୍ତ୍ରୀଙ୍କ ନିଷ୍ପତ୍ତି

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋ ବିମାନ ଅଚଳାବସ୍ଥା ଘଟଣାରେ ବଡ...

ରସୁଣ ଏବଂ ମୂଳା ଚଟଣି: ଶୀତରେ ପାଟିକୁ ସୁଆଦିଆ

ସମାଜ ଡିଜିଟାଲ ଡେସ୍କ: ଶୀତ ଋତୁରେ ମୂଳା ବହୁଳ ଭାବରେ ବଜାରରେ...

୧୦ପିସ୍ତଲ ଓ ଗୋଟିଏ କାର୍ବାଇନ ସହ ବନ୍ଧୁକ ମାଫିଆ ଜବତ

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରରେ ଏକ ବଡ ଧରଣର ଆନ୍ତଃରାଜ୍ୟ...

ଅନ୍ତିମ ଦିନିକିଆ: ଟସ୍‌ ଜିତି ବୋଲିଂ କରୁଛି ଭାରତ

ବିଶାଖାପାଟଣା: ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଆଜି ଅନ୍ତିମ ଦିନିକିଆ...

Related Articles

Popular Categories