www.samajalive.in
Sunday, December 14, 2025
15.1 C
Bhubaneswar

ବିଜେପି ରାଷ୍ଟ୍ରୀୟ ମୁଖପାତ୍ର ସମ୍ବିତ ପାତ୍ରଙ୍କ ବିରୋଧରେ ଥାନାରେ ମାମଲା

ନୂଆଦିଲ୍ଲୀ : ବିଜେପି ରାଷ୍ଟ୍ରୀୟ ମୁଖପାତ୍ର ସମ୍ବିତ ପାତ୍ରଙ୍କ ବିରୋଧରେ ଥାନାରେ ଏତଲା ଦାଏର କରିଛି ଯୁବ କଂଗ୍ରେସ । ଦେଶର ଦୁଇ ପୂର୍ବତନ ପ୍ରଧାନମନ୍ତ୍ରୀଙ୍କ ବିରୋଧରେ ଅଶାଳୀନ ଓ ଅରୁଚିକର ଟ୍ବିଟ କରିବା ଏବଂ ମନ୍ତବ୍ୟ ଦେବା ଅଭିଯୋଗରେ ବିଜେପିର ରାଷ୍ଟ୍ରୀୟ ମୁଖପାତ୍ର ସମ୍ବିତ ପାତ୍ରଙ୍କ ବିରୋଧରେ ଯୁବ କଂଗ୍ରେସ ପକ୍ଷରୁ ଥାନାରେ କରାଯାଇଛି । ବିଜେପି ରାଷ୍ଟ୍ରୀୟ ମୁଖପାତ୍ର ସମ୍ବିତ ପାତ୍ର ତାଙ୍କ ଟ୍ବିଟର ଆକାଉଣ୍ଟରେ ପୂର୍ବତନ ପ୍ରଧାନମନ୍ତ୍ରୀ ଜବାହରଲାଲ ନେହେରୁ ଏବଂ ରାଜୀବ ଗାନ୍ଧୀଙ୍କ ଫଟୋ ଅପଲୋଡ କରି ବିବାଦୀୟ ମନ୍ତବ୍ୟ ଦେଇଛନ୍ତି ବୋଲି କଂଗ୍ରେସ ଅଭିଯୋଗ କରିଛି ।

ସୂଚନାଅନୁସାରେ ମଧ୍ୟ ପ୍ରଦେଶର ଜଣେ କଂଗ୍ରେସ ସାଂସଦ ଟ୍ବିଟ କରି ଲେଖିଥିଲେ ଭାରତରେ ଏହି କରୋନା ସଂଙ୍କଟ ସମୟରେ ଯଦି କେନ୍ଦ୍ରରେ କଂଗ୍ରେସ ସରକାର ଥାନ୍ତା ତେବେ ଆମେ କରୋନା ପରୀକ୍ଷା, ଚିକିତ୍ସା ବ୍ୟବସ୍ଥା, ରିଲିଫ, ସହାୟତା ଏବଂ ପ୍ରଯୁକ୍ତିବିଦ୍ୟାରେ ଆଗରେ ରହିଥାନ୍ତୁ । କଂଗ୍ରେସ ସାଂସଦଙ୍କ ଟ୍ବିଟର ଉତ୍ତର ଦେବାକୁ ଯାଇ ସମ୍ବିତ ପାତ୍ର ଟ୍ବିଟ କରିଲେଖିଥି​‌ଲେ ଯେ ଯଦି ଭାରତର କରୋନା ସଙ୍କଟ ସମୟରେ କଂଗ୍ରେସ ସରକାର ଥାନ୍ତା ତାହାଲେ ପ୍ରବଳ ଦୁର୍ବୀତି ହେବାର ସମ୍ଭାବନା ରହିଥାନ୍ତା । ଏଥି ସହିତ ସମ୍ବିତ ପାତ୍ର ଦୁଇ ପୂର୍ବତନ ପ୍ରଧାନମନ୍ତ୍ରୀ ଜବାହରଲାଲ ନେହେରୁ ଏବଂ ରାଜୀବ ଗାନ୍ଧୀଙ୍କ ଫଟୋ ଅପଲୋଡ କରି ଲେଖିଥିଲେ କଂଗ୍ରେସ କରୋନା ସଙ୍କଟ ସମୟରେ ୫ଶହ କୋଟିର ମାସ୍କ ସ୍କାମ, ୭ଶହ କୋଟିର କରୋନା ଟେଷ୍ଟ କିଟ୍ ସ୍କାମ୍, ୨୦ ହଜାର କୋଟି ଜବାହାର ସାନିଟାଇଜର ସ୍କାମ ଏବଂ ୨୬ ହଜାର କୋଟି ରାଜୀବ ଗାନ୍ଧୀ ଭାଇରସ ସ୍କାମ୍ କରିଥାନ୍ତା । ସମ୍ବିତ ପାତ୍ରଙ୍କ ଏହି ଟ୍ବିଟ୍ ପରେ ଯୁବ କଂଗ୍ରେ ପକ୍ଷରୁ ଥାନାରେ ମାମଲା ଦାଏର କରାଯାଇଛି ।

- Advertisement -

ତେବେ ଯୁବ କଂଗ୍ରେସ ଏବେ ସମ୍ବିତଙ୍କୁ ଗିରଫ କର ଅଭିଯାନ ଆରମ୍ଭ କରିଥିଲେ ମଧ୍ୟ ସମ୍ବିତ ତାଙ୍କ ବୟାନରେ କାଏମ୍ ରହିବା ସହ ଆଜି ଶିଖ୍ ଦଙ୍ଗା ସନ୍ଦର୍ଭରେ ରାଜୀବ ଗାନ୍ଧିଙ୍କ ପୁରୁଣା ଭିଡିଓକୁ ଟୁଇଟ୍ କରିଛନ୍ତି। ଯେଉଁଥିରେ ରାଜୀବ ବଡ଼ ଗଛ ପଡ଼ିଲେ ମାଟି କିଛି ପରିମାଣର ଥରିଥାଏ ବୋଲି ଶୁଣିବାକୁ ମିଳୁଛି।

Hot this week

କୁଲଡିହା ଅଭୟାରଣ୍ୟରୁ ଗାଁକୁ ପଶିଆସିଲେ ହାତୀ ପଲ, ସିସିଟିଭିରେ ଦୃଶ୍ୟ କଏଦ, ଲୋକେ ଭୟଭୀତ

ସମାଜ ନ୍ୟୁଜ ଡେସ୍କ- ବାଲେଶ୍ୱର ଜିଲା ନୀଳଗିରିର କୁଲଡିହା ଅଭୟାରଣ୍ୟରେ ଥିବା...

ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍ କଟକଣା ବୃଦ୍ଧି

ଭୁବନେଶ୍ୱର -  ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍...

ଯାତ୍ରା ଅଭିନେତ୍ରୀ ସୋନାଲିଙ୍କ ସାଂଘାତିକ ଅଭିଯୋଗ, ଗିରଫ ହେଲେ ଶ୍ରୀକ୍ଷେତ୍ର ସାମନ୍ତସିଂହାର

ସମାଜ ନ୍ୟୁଜ ଡେସ୍କ- ଯାତ୍ରା ଅଭିନେତ୍ରୀ ସୋନାଲି-ଶ୍ରୀକ୍ଷେତ୍ର କଳିରେ ଏକ ପ୍ରକାର...

ପୁଲିସ୍‌ ଏସ୍‌ଆଇପରୀକ୍ଷା ଦୁର୍ନୀତି ମାମଲା- ୧୧୩ ମୋବାଇଲ୍‌ ଯାଞ୍ଚ୍‌ ପାଇଁ ସିବିଆଇର ଆବେଦନ

ଭୁବନେଶ୍ୱର - ପୁଲିସ ସବ୍ ଇନ୍ସପେକ୍ଟର ପରୀକ୍ଷା ଜାଲିଆତି ଘଟଣାରେ ନୂଆ...

ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ୪ ଲକ୍ଷ ଟଙ୍କାର ଅନୁକମ୍ପା

ଭୁବନେଶ୍ୱର-  ରେଢ଼ାଖୋଲର ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ...

Related Articles

Popular Categories