www.samajalive.in
Wednesday, December 10, 2025
18.1 C
Bhubaneswar

ଆସନ୍ତା ମାସକ ମଧ୍ୟରେ ଦେଶରେ କରୋନା ସଂକ୍ରମଣ ଦେଢ ଲକ୍ଷକୁ ଟପିବ ! 

ଗୁଆହାଟୀ : ସାରା ବିଶ୍ବ ଏବେ କରେନା କାୟାରେ କବଳିତ । ଦିନକୁ ଦିନ ଆକ୍ରାନ୍ତ ଓ ମୃତକଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି । ତେବେ କରୋନା ଭୂତାଣୁ ସଂକ୍ରମଣର ପୂର୍ବାନୁମାନ କରିବା କଷ୍ଟକର । କିନ୍ତୁ ଏହାକୁ ସହଜ କରିବାକୁ ପ୍ରୟାସ କରିଛନ୍ତି ଆଇଆଇଟି ଗୁଆହାଟୀ ଏବଂ ସିଙ୍ଗାପୁରର ଡ୍ୟୁକ୍ ଏନୟୁଏସ ମେଡିକାଲ୍ ସ୍କୁଲ୍ । ମିଳିତ ଭାବେ ସେମାନେ ଏକ ବିକଳ୍ପ ମଡେଲ୍ ବିକଶିତ କରିଛନ୍ତି, ଯାହା କରୋନା ସଂକ୍ରମଣ ସଂପର୍କରେ ପୂର୍ବାନୁମାନ କରିପାରିବ । ଏହି ମଡେଲ ଦେଶର ବିଭିନ୍ନ ରାଜ୍ୟରେ ଆଗାମୀ ୩୦ ଦିନ ମଧ୍ୟରେ କରୋନା ସଂକ୍ରମିତ ରୋଗୀଙ୍କ ବିଷୟରେ ସୂଚନା ପ୍ରଦାନ କରିପାରିବ ।

ଗବେଷକମାନେ ବର୍ତ୍ତମାନ ଦେଶରେ ବ୍ୟବହାର ହେଉଥିବା ତିନୋଟି ମଡେଲକୁ ମିଶାଇ ଏହି ନୂତନ ତଥ୍ୟ-ବିଜ୍ଞାନ ମଡେଲ ପ୍ରସ୍ତୁତ କରିଛନ୍ତି । ଏହି ନୂତନ ମଡେଲ୍ ଲଜିଷ୍ଟିକ୍ ମଡେଲ୍ ଏବଂ ଏକ୍ସପୋନେସିଆଲ ବ୍ୟବସ୍ଥା ଉପରେ ଆଧାର କରି ଭବିଷ୍ୟବାଣୀ କରେ । ଯେତେବେଳେ ପରିସ୍ଥିତି ଅଧିକ ଗୁରୁତର ହୁଏ ସେହି ଆଧାରରେ ଭବିଷ୍ୟବାଣୀ କରିଥାଏ ।

- Advertisement -

ଦେଶର ସମସ୍ତ ରାଜ୍ୟକୁ ତିନୋଟି ଶ୍ରେଣୀ, ମଧ୍ୟମ ବର୍ଗ, ଜଟିଳ ବର୍ଗ ଏବଂ ନିୟନ୍ତ୍ରିତ ବର୍ଗରେ ବିଭକ୍ତ କରାଯାଇଛି । ସମ୍ପ୍ରତି, ଦେଶରେ ଉପଲବ୍ଧ ମଡେଲ୍ ଯେଉଁଠାରେ ରାଜ୍ୟଗୁଡିକ ଗ୍ରୀନ୍ ଜୋନ୍, ଅରେଞ୍ଜ ଜୋନ୍ ଏବଂ ରେଡ୍ ଜୋନରେ ବିଭକ୍ତ କରାଯାଇଛି । ତେବେ ଏହି ନୂତନ ମଡେଲ୍ ଏକ ଭିନ୍ନ ପ୍ରକାରର ବର୍ଗୀକରଣ ଆଧାରରେ କାର୍ଯ୍ୟ କରିବ ।

ଏହି ନୂତନ ଟିମ୍ ଅନୁଯାୟୀ, ଦେଶରେ ଆଗାମୀ ୩୦ ଦିନ ମଧ୍ୟରେ ଲଜିଷ୍ଟିକ୍ ସିଷ୍ଟମ ଅନୁସାରେ ଦେଶରେ ଦେଢ ଲକ୍ଷ ମାମଲା ଏବଂ ଏକ୍ସପୋନସିୟଲ ସିଷ୍ଟମ ଆଧାରରେ ସାଢେ ପାଞ୍ଚ ଲକ୍ଷ ମାମଲା ଆସିପାରେ ।

ଆଇଆଇଟି ଗୁଆହାଟୀର ଜଣେ ସହାୟକ ପ୍ରଫେସର ପାଲଶ ଘୋଷ କୁହନ୍ତି, ଯେ ଯଦି ଗୋଟିଏ ରିପୋର୍ଟ ଯାହା କେବଳ ଗୋଟିଏ ନମୁନାକୁ ଆଧାର କରି  ପ୍ରସ୍ତୁତ ହୋଇଥାନ୍ତା ତାହା ଭୁଲ ସୂଚନା ଦେବାର ସମ୍ଭାବନା ଥାଆନ୍ତା । ତେଣୁ ଏଭଳି ସମ୍ଭାବନା  ସୃଷ୍ଟି ନ ହେଉ ଏଥିପାଇଁ ଟିମ୍ ସ୍ବୀକାର କରିଛି ଯେ, ଏକ୍ସପୋନସିୟଲ, ଲଜିଷ୍ଟିକ ଏବଂ ସନ୍ଦେହାସ୍ପଦ ସଂକ୍ରମଣ ମଡେଲ ନିୟମିତ ସଂକ୍ରମଣ ହାର ଓପନ ଡାଟା ଉତ୍ସକୁ ବ୍ୟବହାର କରାଯାଇଛି । ଦେଶରେ ସମ୍ପ୍ରତି ସକ୍ରିୟ ମାମଲା ବୃଦ୍ଧି ହାର ଏବଂ ପ୍ରତ୍ୟେକ ରାଜ୍ୟରେ ଦୈନିକ ସଂକ୍ରମିତ ରୋଗୀଙ୍କ ହାରକୁ ଆଧାର କରି ଏହି ରିପୋର୍ଟ ପ୍ରସ୍ତୁତ କରାଯାଇଛି।

ସହକାରୀ ପ୍ରଫେସର ଘୋଷ ସୂଚନା ଦେଇଛନ୍ତି ଯେ, ଏହି ରିପୋର୍ଟ ସେହି ରାଜ୍ୟଗୁଡ଼ିକୁ ଗୁରୁତର ବର୍ଗରେ ରଖିଛି ଯେଉଁଠାରେ ଦୁଇ ସପ୍ତାହ ଧରି କରୋନା ସଂକ୍ରମଣ ବୃଦ୍ଧିରେ କୌଣସି ହ୍ରାସ ଘଟି ନାହିଁ ଏବଂ ସକ୍ରିୟ ମାମଲା କ୍ରମାଗତ ଭାବେ ବୃଦ୍ଧି ପାଉଛି । ସେଗୁଡିକୁ ମଧ୍ୟମ ସୀମା ମଧ୍ୟରେ ରଖାଯିବ ଯେଉଁଠାରେ ଗତ ଦୁଇ ସପ୍ତାହ ମଧ୍ୟରେ କରୋନା ସକ୍ରିୟ ମାମଲା ବୃଦ୍ଧି ଏବଂ ହ୍ରାସ ହୋଇନଥିଲା ଏବଂ ସକ୍ରିୟ ମାମଲାଗୁଡ଼ିକରେ ହ୍ରାସ ଘଟିଥିବା ରାଜ୍ୟଗୁଡିକ ନିୟନ୍ତ୍ରିତ ବର୍ଗରେ ସ୍ଥାନିତ ହେବ।

ସହକାରୀ ପ୍ରଫେସର ଘୋଷ ଆହୁରି ମଧ୍ୟ ସ୍ପଷ୍ଟ କରିଛନ୍ତି ଯେ କରୋନା ଭୁତାଣୁ ସଂକ୍ରମଣ ତଥ୍ୟକୁ ବିଶ୍ଳେଷଣ କରିବାବେଳେ ଏହା ଜଣାପଡିଛି ଯେ ସମଗ୍ର ଦେଶ ବୋଧହୁଏ ସଠିକ୍ ଚିତ୍ର ଉପସ୍ଥାପନ କରି ନଥାଇପାରେ। ଏହାର କାରଣ ହେଉଛି ବିଭିନ୍ନ ରାଜ୍ୟ ସରକାର ଏବଂ ସାଧାରଣ ଜନତାଙ୍କ ଦ୍ବାରା ଜାରି ହୋଇଥିବା ପ୍ରଥମ ସଂକ୍ରମଣ ମାମଲା, ନୂତନ ସଂକ୍ରମିତ ରୋଗୀଙ୍କ ହାର, ସଂକ୍ରମଣର ସଂପୂର୍ଣ୍ଣ ସମୟ ଏବଂ ସୁରକ୍ଷା ବ୍ୟବସ୍ଥା ଭିନ୍ନ ଭିନ୍ନ ଅଟେ ।

ସେ କହିଛନ୍ତି ଯେ ପ୍ରତ୍ୟେକ ରାଜ୍ୟକୁ ପୃଥକ ଭାବରେ ସମାଧାନ କରିବାକୁ ହେବ। ସେ କହିଛନ୍ତି ଯେ ଏହା କରିବା ଦ୍ବାରା  ସରକାର ସୀମିତ ଉପଲବ୍ଧ ସମ୍ବଳକୁ ଉପଯୁକ୍ତ ଭାବରେ ବ୍ୟବହାର କରିବାର କ୍ଷମତା ପାଇବେ। ଇତି ମଧ୍ୟରେ କରୋନା ଭୂତାଣୁ ସଂକ୍ରମଣରେ ମୃତ୍ୟୁବରଣ କରିଥିବା ଲୋକଙ୍କ ସଂଖ୍ୟା ଦୁଇ ହଜାର ଅତିକ୍ରମ କରିଛି ଏବଂ ସଂକ୍ରମିତଙ୍କ ସଂଖ୍ୟା ୬୦,୦୦୦ ଅତିକ୍ରମ କରିଛି ।

 

Hot this week

ଆପଣଙ୍କ ବିଦ୍ୟୁତ୍‌ ବିଲ୍‌ କମାଇଦେବ AI

ନୂଆଦିଲ୍ଲୀ - ଏବେ ଏଆଇ ବା କୃତ୍ରିମ ବୁଦ୍ଧିମତାକୁ ନେଇ ଅନେକ...

ନିଶା ଭାବରେ ବ୍ୟବହାର କରାଯାଉଥିବା କଫ୍‌ ସିରଫ ବ୍ୟବସାୟ ରୋକିବା ପାଇଁ ପୁଲିସ ତତ୍ପର

କଟକ- ବେଆଇନ କଫ୍‌ ସିରପ ଚୋରା ଚାଲାଣ ଓ ବ୍ୟବସାୟ ରୋକିବା...

ସୁଧୁରୁଛି ସ୍ଥିତି- ଏବେ ବିମାନ ଚଳାଚଳ ସ୍ୱାଭାବିକ ହେବ

ଭୁବନେଶ୍ବର ବିଜୁପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରେ ଇଣ୍ଡିଗୋ ବିମାନ ଚଳାଚଳ ନେଇ ଦେଖାଦେଇଥିବା...

ଭାରତ ମୁସଲମାନ ମାନେ ଧମାନ୍ତରିତ : ବ୍ରିଜଭୂଷଣ ଶରଣ ସିଂ

ସମାଜ ଲାଇଭ ଡ଼େସ୍କ : ପୂର୍ବତନ କେସିଆରଗଞ୍ଜ ସାଂସଦ ବ୍ରିଜଭୂଷଣ ଶରଣ...

ମରକ୍କୋରେ ୨ଟି କୋଠା ଭୁଶୁଡ଼ି ୧୯ ମୃତ

ସମାଜ ଲାଇଭ ଡ଼େସ୍କ : ମରକ୍କୋର ଫେଜ୍‌ ସହରରେ ଦୁଇଟି କୋଠା...

Related Articles

Popular Categories