www.samajalive.in
Thursday, December 11, 2025
15.1 C
Bhubaneswar

ସାଇବର୍‍ ଅପରାଧୀଙ୍କ ଟାର୍ଗେଟରେ ଔଷଧ ଦୋକାନୀ: ଆକାଉଣ୍ଟରୁ ଉଠିଗଲା ଲକ୍ଷାଧିକ ଟଙ୍କା…. ଜାଣନ୍ତୁ କେମିତି ଥିଲା ଫୋନ କଲ….

ବଲାଙ୍ଗୀର :  ବଲାଙ୍ଗୀର ଜିଲାରେ ଜଣେ ଔଷଧ ଦୋକାନୀ ସୋମବାର ଅନଲାଇନ ଠକେଇର ଶିକାର ହୋଇଛନ୍ତି । ଲକ ଡାଉନର ଫାଇଦା ଉଠାଇ ଦୁର୍ବୃତ୍ତମାନେ ଏହି ଠକେଇ କରିଥିବା ଅଭିଯୋଗ ହୋଇଛି । ଅଭିଯୋଗ ଅନୁଯାୟୀ,  ଫୋନକଲରେ ଦୁର୍ବୃତ୍ତ ଜଣଙ୍କ ମିଲିଟାରୀ କ୍ୟାମ୍ପରୁ କହୁଛି କହିଥିଲେ। ପରେ ତାଙ୍କର ସାନିଟାଇଜର ଓ ମାସ୍କ ଲୋକଙ୍କୁ ବାଣ୍ଟିବାର ଅଛି ବୋଲି କହିଥିଲେ।  କେମିତି ରହିଥିଲା ଫୋନ କଲ-  

ଜଣା ଫୋନ୍‍ କଲ୍‍: ହେଲୋ…ଅମିତ ମେଡିସିନ୍‍ ଷ୍ଟୋରରୁ କହୁଥିଲେ…

- Advertisement -

ଅମିତ: ହଁ, ଅମିତ କହୁଥିଲି…ଆପଣ କିଏ?

ଅଜଣା ଫୋନ କଲ୍‍:ମୁଁ ମିଲିଟାରୀ କ୍ୟାମ୍ପରୁ କହୁଥିଲି, ଆପଣ ମାସ୍କ ଓ ସାନିଟାଇଜର୍‍ ରଖୁଛନ୍ତି?

ଅମିତ: ହଁ, ଅଛି…

ଅଣଜା ଫୋନ୍‍ କଲ୍‍: ମାସ୍କ ଓ ସାନିଟାଇଜର୍‍ ଦରକାର, ଲୋକଙ୍କୁ ବାଣ୍ଟିବାର ଅଛି। କେତେ ଟଙ୍କା ପଡିବ?

ଅମିତ: ଠିକ୍‍ ଅଛି, ହିସାବ କରି କହୁଛି….୭୨ ହଜାର ଟଙ୍କା ହେବ।

ଅଜଣା ଫୋନ୍‍ କଲ୍‍: ସାର୍‍, ଆପଣଙ୍କୁ ଗୋଟିଏ କୋଡ ପଠାଯାଇଛି, ସେହି କୋଡ୍‍ ସ୍କାନ୍‍ କରିଦେଲେ, ଆପଣଙ୍କ ମାସ୍କ ଓ ସାନିଟାଇଜର୍‍ ବାବଦ ୭୨ହଜାର ଟଙ୍କା ମିଳିଯିବ...

ଅମିତ:ହଁ, କୋଡ୍‍ ଆସିଛି, ସ୍କାନ୍‍ କରିଦେଉଛି…

ଅଜଣା ଫୋନ୍‍ କଲ୍‍: ମିଲିଟାରୀ ଗାଡି ଯିବ, ଆପଣଙ୍କ ପାଖରୁ ମାସ୍କ ଓ ସାନିଟାଇଜର୍‍ ଆଣି ଆସିବେ…ଟୁଁ ଟୁଁ ହେଇ କଲ୍‍ କଟିଗଲା।

ପରେ…ମେଡିସିନ୍‍ ଷ୍ଟୋର୍‍ର ମାଲିକ ଅମିତ ଆସିଥିବା କୋଡ୍‍କୁ ମୋବାଇଲ୍‍ରେ ସ୍କାନ୍‍ କରିଥିଲେ। ସ୍କାନ୍‍ କରିବା ପରେ ତାଙ୍କ ଆକାଉଣ୍ଟରେ ଟଙ୍କା ପଡିବ କ’ଣ, ଓଲଟି ତାଙ୍କ ଆକାଉଣ୍ଟରୁ ୭୨ହଜାର ଟଙ୍କା ଉଠିଗଲା। କିଛି ବୁଝିପାରି ନଥିଲେ ଅମିତ।  ତା’ ପରେ ସଂପୃକ୍ତ ଅଜଣା ଫୋନ୍‍ କଲ୍‍ କରିଥିବା ବ୍ୟକ୍ତିଙ୍କୁ ବାରମ୍ବାର ସେ ଯୋଗାଯୋଗ କରିଥିଲେ। କୌଣସି ଉତ୍ତର ମିଳି ନଥିଲା ସେପଟୁ। କ’ଣ କରିବେ ଭାବି ଶେଷରେ ସେ ଟାଉନ୍‍ ଥାନାରେ ଏସଂପର୍କରେ ଲିଖିତ ଅଭିଯୋଗ କରିଥିଲେ।

ସୂଚନା ଅନୁଯାୟୀ, କେବଳ ଅମିତ ମେଡିସିନ୍‍ ଷ୍ଟୋର ନୁହେଁ, ସ୍ଥାନୀୟ ଜଲାରାମ ମନ୍ଦିର ନିକଟରେ ଥିବା ଆୟୁର୍ବେଦିକ ବିକାଶ ଭଣ୍ଡାରକୁ ମଧ୍ୟ ଅନୁରୂପ ଫୋନ୍‍ କଲ୍‍ ଆସିଥିଲା। ସେହି ସମାନ କୌଶଳରେ ଅଜଣା ଫୋନ୍‍ କଲ୍‍ କରିଥିବା ବ୍ୟକ୍ତି ତାଙ୍କ ଆକାଉଣ୍ଟରୁ ୯୯ହଜାର ଟଙ୍କା ଉଠି ଯାଇଥିବା ଜଣାପଡିଛି।

କିଛି ଦିନ ତଳେ ବଲାଙ୍ଗୀରରେ ଅନ୍‍ ଲାଇନ୍‍ ମଦ କିଣିବାର ସୁବିଧା ଉପଲବ୍ଧ ଥିବା ସାମାଜିକ ଗଣମାଧ୍ୟମରେ ପ୍ରସାରିତ ହୋଇଥିଲା। ଆଉ ଆକାଉଣ୍ଟରେ ଲୋକେ ମଦ ପାଇଁ ଟଙ୍କା ପକାଇବା ପରେ ମଧ୍ୟ ମଦ ମିଳି ନଥିଲା। ଓଲଟି ଅଧିକ ଟଙ୍କା ଦାବି କରାଯାଇଥିଲା। ଏହିଭଳି ସାଇବର୍‍ ଅପରାଧ ଜରିଆରେ ମଦ ନାଁରେ ଲୋକଙ୍କଠାରୁ ଟଙ୍କା ହରିଲୁଟ୍‍ କରାଯାଇଥିବା ବେଳେ ଏବେ ସାଇବର ଅପରାଧୀଙ୍କ ନଜର ପଡିଛି ଔଷଧ ଦୋକାନୀଙ୍କ ଉପରେ। ବର୍ତ୍ତମାନ କରୋନା ସଂକ୍ରମଣ ଦୂର ପାଇଁ ମାସ୍କ ଓ ସାନିଟାଇଜର୍‍ର ଚାହିଦା ବଜାରରେ ବଢିଯାଇଛି। ଯାହାକୁ ସାଇବର ଅପରାଧୀମାନେ ସୁଯୋଗ ବୋଲି ଧରି ନେଇଛନ୍ତି। ଏହିକ୍ରମରେ ବଲାଙ୍ଗିରର ୨ଜଣ ଔଷଧ ଦୋକାନୀ ଲକ୍ଷାଧିକ ଟଙ୍କା ହରାଇଛନ୍ତି। ସେହିପରି ଜିଲାରେ ଲକ୍‍ଡାଉନ୍‍ ପରେ ଅପରାଧ ସଂଖ୍ୟା କମିଥିବା ବେଳେ ସାଇବର ଅପରାଧୀମାନେ ଏହାର ସୁଯୋଗ ନେଇ ଲୋକଙ୍କୁ ହରିଲୁଟ୍‍ କରିବାର ଯୋଜନାରେ ସଫଳ ହେଉଛନ୍ତି। ଏଭଳି ଅନେକ ସାଇବର ଅପରାଧ ମାମଲା ଜିଲାରେ ବଢି ଚାଲିଛି। ଖୁବ୍‍ କମ୍‍ ଅପରାଧୀଙ୍କ ପାଖରେ ପହଞ୍ଚି ପାରୁଛି ପୁଲିସ। ତେଣୁ ଲୋକେ ସଚେତନ ହେବା ଆବଶ୍ୟକ। ନହେଲେ ସେମାନଙ୍କ ଆକାଉଣ୍ଟରୁ ଟଙ୍କା ହଡପ ହେବାର ଆଶଙ୍କା ରହିଛି।

 

Hot this week

ଗାଡି କାହାର, ଫାଇନ ଦେବ କିଏ ? କଳହାଣ୍ଡି ଆରଟିଓଙ୍କ ଅଜବ ନୀତି

ଭବାନୀପାଟଣା - କଳାହାଣ୍ଡି ଆରଟିଓ ଙ୍କ ଏକ ଚାଲାଣ ଏବେ ମୋବାଇଲ...

ଆଠଗଡରୁ ନିଖୋଜ ଦୁଇ ନାବାଳିକା ଉଦ୍ଧାର

ଆଠଗଡ - ଆଠଗଡରୁ ଗତ ଡିସେମ୍ବର ୧ ତାରିଖରୁ ନିଖୋଜ ଥିବା...

ଘାଟିରେ ଗ୍ୟାସ ଟ୍ୟାଙ୍କର ଓଲଟିଲା : ଗ୍ୟାସ ନିର୍ଗତ ନେଇ ସୂଚନା ନାହିଁ

ଭବାନୀପାଟଣା -     ଛତିଗୁଡ଼ା ନିକଟସ୍ଥ ବଞ୍ଜାରି ଘାଟିରେ ଏକ ଗ୍ୟାସ...

ମୋବାଇଲ ପାଇଁ -ପୁଅର ଟାଙ୍ଗିଆ ଚୋଟରେ ବାପା ମୃତ

ରାୟଗଡ଼ା,: ମୋବାଇଲ ପାଇଁ ଟଙ୍କା ନଦେବାରୁ ହତ୍ୟାକାଣ୍ଡ। ପୁଅର ଟଙ୍ଗିଆ ଚୋଟରେ...

ତ୍ରିକୋଣୀୟ ପ୍ରେମ ସମ୍ପର୍କର କରୁଣ କାହାଣୀ-ପୁର୍ବତନ ପ୍ରେମିକକୁ ହତ୍ୟା କରି ପ୍ରେମୀ ଓ ପ୍ରେମିକ ଗିରଫ

ସମ୍ବଲପୁର : ସ୍ଥାନୀୟ କ୍ଷେତରାଜପୁର ଥାନା ଅନ୍ତର୍ଗତ ଲକ୍ଷ୍ମୀ ଡୁଙ୍ଗୁରୀ ପାହାଡ...

Related Articles

Popular Categories